ETV Bharat / state

ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ, ଭୟରେ ଗ୍ରାମବାସୀ

author img

By

Published : Jan 30, 2021, 11:36 AM IST

ସମ୍ବଲପୁର ଥମିବାର ନାଁ ଧରୁନି ବଣୁଆ ହାତୀଙ୍କ ଉପଦ୍ରବ । ହାତୀପଲ ବାରମ୍ବାର ଆସି ଲୋକଙ୍କ କ୍ଷୟକ୍ଷତି କରୁଥିଲେ ସୁଦ୍ଧା ଏହାର ସ୍ଥାୟୀ ସମାଧାନ ପାଇଁ ବନବିଭାଗ କୌଣସି ଠୋସ ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ, ଭୟରେ ଗ୍ରାମବାସୀ
ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ, ଭୟରେ ଗ୍ରାମବାସୀ

ସମ୍ବଲପୁର: ଜିଲ୍ଲାରେ ଥମିବାର ନାଁ ଧରୁନି ବଣୁଆ ହାତୀଙ୍କ ଉପଦ୍ରବ । ବିଶେଷକରି ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ଅଧିନରେ ଲଗାତାର ହାତୀଙ୍କ ଉପଦ୍ରବ ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି । ରେଞ୍ଜ ଅନ୍ତର୍ଗତ ମୁଣ୍ଡେର ଓ ବ୍ରାହ୍ମଣୀପାଲି ଗାଁରେ ଗତ ରାତିରେ ବଣୁଆ ହାତୀ ଗ୍ରାମକୁ ପଶି ଆସି ଲୋକଙ୍କ ଘର ଦ୍ବାର ଓ ଆସବାବପତ୍ର ଭାଙ୍ଗି ବିଶେଷ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି । ଏଥିପାଇଁ ଲୋକେ ଭୟର ବାତାବରଣରେ ରାତ୍ରିଯାପନ କରିଛନ୍ତି ।

ତେବେ ସମ୍ବଲପୁର ବନବିଭାଗର ସଦର ରେଞ୍ଜ ଅଧିନରେ ଆସୁଥିବା ଏହି ସବୁ ଗ୍ରାମ ଗୁଡିକରେ ହାତୀପଲ ଆସି ବାରମ୍ବାର ଲୋକଙ୍କ କ୍ଷୟକ୍ଷତି କରୁଥିଲେ ସୁଦ୍ଧା ଏହାର ସ୍ଥାୟୀ ସମାଧାନ ପାଇଁ ବନବିଭାଗ କୌଣସି ଠୋସ ପଦକ୍ଷେପ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.