ସମ୍ବଲପୁର: ଟ୍ରେନ ଧକ୍କାରେ ଦନ୍ତା ହାତୀ ମୃତ । ଏମିତି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଯୁମୁରା ଓ ହାତୀବାରୀ ଷ୍ଟେସନ ମଧ୍ୟରେ । ଶନିବାର ସନ୍ଧ୍ୟା ପ୍ରାୟ ୭ଟା୩୦ ମିନିଟ ସମୟରେ ଏକ ଦନ୍ତା ହାତୀର ମୄତ୍ୟୁ ହୋଇଥିବା ସୂଚନା ମିଳିଛି ।
ଘଟଣାସ୍ଥଳରେ ବନବିଭାଗର କର୍ମଚାରୀ ପହଞ୍ଚି କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଜାରି ରଖିଥିବା ବେଳେ ରେଳବାଇ ତରଫରୁ ମଧ୍ୟ ଘଟଣାର ତର୍ଜମା ଆରମ୍ଭ ହୋଇଛି । ବିଗତ ପାଞ୍ଚ ଦିନ ତଳେ ସମ୍ବଲପୁର ସଦର ରେଞ୍ଜ ଅଞ୍ଚଳରେ ବିଦ୍ୟୁତ ଆଘାତରେ ଗୋଟିଏ ହାତୀର ମୄତ୍ୟୁ ହୋଇଥିବା ବେଳେ ଶନିବାର ପୁଣି ଏକ ହାତୀର ମୄତ୍ୟୁ ଟ୍ରେନ ଧକ୍କାରେ ହେବାର ସୂଚନା ମିଳିବା ପରେ ବନବିଭାଗର ବନ୍ୟ ପରିଚାଳନା ଉପରେ ପ୍ରଶ୍ନବାଚୀ ସୄଷ୍ଟି ହୋଇଛି ।
ତେବେ ଭୁବନେଶ୍ବର -ରାଉରକେଲା ଇଣ୍ଟରଟସିଟି ଟ୍ରେନଟି ଭୁବନେଶ୍ୱରରୁ ଫେରୁଥିବା ବେଳେ ଗଡଗଡବାହାଳ ଅଞ୍ଚଳରେ ଏହି ଦୁର୍ଘଟଣାଟି ଘଟିଥିବା ସୂଚନା ମିଳିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ