ETV Bharat / state

ସମ୍ବଲପୁରରେ ନିର୍ବାଚନୀ ପ୍ରସ୍ତୁତି ଜୋରଦାର, ଫୋକସରେ ନୂତନ ଭୋଟର

ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ଆଗାମୀ ନିର୍ବାଚନ କାର୍ଯ୍ୟସୂଚୀ । ଏହା ପୂର୍ବରୁ ସମ୍ବଲପୁରରେ ନିର୍ବାଚନୀ ପ୍ରସ୍ତୁତି ଜୋରଦାର ହୋଇଛି । ବିଶେଷ କରି ନୂତନ ଭୋଟରଙ୍କୁ କିଭଳି ଭୋଟର ଲିଷ୍ଟରେ ସାମିଲ କରାଯିବ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଡିଜାଇନ ଫଟୋ
author img

By

Published : Feb 26, 2019, 11:59 PM IST

ସମ୍ବଲପୁର: ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ଆଗାମୀ ନିର୍ବାଚନ କାର୍ଯ୍ୟସୂଚୀ । ଏହାପରେ ଲାଗୁ ହୋଇଯିବ ଆଦର୍ଶ ଆରଚଣବିଧି । ଏଣୁ ପ୍ରାକ ପ୍ରସ୍ତୁତି ଶୀଘ୍ର ସାରିବାରେ ଲାଗିଛନ୍ତି ସମ୍ବଲପୁର ମହାନଗର ନିଗମ (ଏସଏମସି) ଏବଂ ଜିଲ୍ଲା ପ୍ରଶାସନ । ବିଶେଷ କରି ନୂତନ ଭୋଟରଙ୍କୁ କିଭଳି ଭୋଟର ଲିଷ୍ଟରେ ସାମିଲ କରାଯିବ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଏସଏମସି ଅଧିନସ୍ଥ ଅଙ୍ଗନବାଡ଼ି କର୍ମୀଙ୍କୁ ବିଏଲଓ ଦାୟିତ୍ବ ଦିଆଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ପ୍ରତ୍ୟେକ ବୁଥ୍‌ରେ ଅଙ୍ଗନବାଡି଼ କର୍ମୀମାନେ ବିଏଲଓ ଭବେ ନିୟୋଜିତ ହୋଇଛନ୍ତି । ଏମାନଙ୍କର ଦାୟିତ୍ବ ହେଲା ମୁଖ୍ୟତଃ 18 ଓ 19 ବର୍ଷୀୟ ନୂତନ ଯୁବକ ଯୁବତୀ ମାନଙ୍କୁ ଭୋଟର ଲିଷ୍ଟରେ ସାମିଲ କରାଇବା । ଏହାସହ ଭୋଟ ଦେବାକୁ ଯୋଗ୍ୟ ଦିବ୍ୟାଙ୍ଗ ମାନେ ମଧ୍ୟ କିପରି ଭୋଟର ଲିଷ୍ଟରେ ସାମିଲ ହେବେ ସେ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି ।

ଗତ ଅକ୍ଟୋବର 23 ରୁ ବିଏଲଓ ମାନେ ଘରକୁ ଘର ଯାଇ ଏନେଇ ସଚେତନତା ଆରମ୍ଭ କରିଥିବା ବେଳେ ନିକଟରେ 23 ଓ 24 ତାରିଖରେ ଜିଲ୍ଲାର ପ୍ରତ୍ୟେକ ବୁଥରେ ଦୁଇ ଦିନିଆ କାର୍ଯ୍ୟକ୍ରମ ରଖାଯାଇଥିଲା । ଏଥିରେ ଭୋଟର କାର୍ଡର ତ୍ରୁଟି ସଂଶୋଧନ, ବୁଥ୍ ପରିବର୍ତ୍ତନ, ନୂତନ ଭୋଟର ହେବାପାଇଁ ଆବେଦନ ଓ ଡୁଆଲ ଏଣ୍ଟ୍ରି ରୋକିବାର କାର୍ଯ୍ୟକ୍ରମ ଇତ୍ୟାଦି ରହିଥିଲା। ଏହି ବୁଥ୍ ମାନଙ୍କରେ ଜିଲ୍ଲା ପ୍ରଶାସନର ସେକ୍ସନ ଅଫିସର ମାନେ କାର୍ଯ୍ୟ ତଦାରଖ କରୁଥିବା ବେଳେ ଏଇଆରଓ ଅଫିସର ମାନେ ପରିଦର୍ଶନ କରିଛନ୍ତି । ତେବେ ନିର୍ବାଚନୀ ନୋଟିଫିକେସନ ଜାରି ହେବା ପର୍ଯ୍ୟନ୍ତ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିବ ବୋଲି ମହାନଗର ନିଗମ ତରଫରୁ କୁହାଯାଇଛି ।

ଅନ୍ୟପଟେ ନିର୍ବାଚନକୁ ମୁକ୍ତ ଏବଂ ଅବାଧ କରିବା ପାଇଁ ଉଭୟ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ତରଫରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ନିର୍ବାଚନ ପ୍ରସ୍ତୁତି ପରଖିବା ପାଇଁ ପ୍ରତ୍ୟେକ ବ୍ଲକ ପାଇଁ ଜଣେ ଲେଖାଏଁ ବରିଷ୍ଠ ପଦାଧିକାରୀ ନିୟୋଜିତ ହୋଇଥିବାର ଜିଲ୍ଳାପାଳ କହିଛନ୍ତି । ଏହାସହ ବିଶ୍ୱବିଦ୍ୟାଳୟ, କଲେଜ ଏବଂ ବସଷ୍ଟାଣ୍ଡ ମାନଙ୍କରେ ନିର୍ବାଚନ ନେଇ ଡେମୋନଷ୍ଟ୍ରେସନ ଦିଆଯିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।

undefined

ଏପଟେ ନିର୍ବାଚନ ଅବସରରେ ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ ପ୍ରଶାସନ ତରଫରୁ ତତ୍ପରତା ବୃଦ୍ଧି ପାଇଛି । ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉଛି । ଧାରା 110 ଓ 107 ଅନୁସାରେ କିପରି ଅପରାଧୀ ଏବଂ ପୂର୍ବ ନିର୍ବାଚନରେ ଅଭିଯୁକ୍ତ ଥିବା ଲୋକଙ୍କୁ ଆଗୁଆ ଗିରଫ କରାଯିବ ସେ ନେଇ ସବୁ ଥାନାକୁ ତାଗିଦ କରାଯାଇଛି । ଏଥିସହ ବେଆଇନ ମଦ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ଚାଲାଣ ଓ ମାରଣାସ୍ତ୍ର ଉପଯୋଗ ଇତ୍ୟାଦି ଉପରେ ରୋକ ଲଗାଇବା ପାଇଁ ସ୍ୱତନ୍ତ୍ର ଫ୍ଲାଇଙ୍ଗ ସ୍କ୍ବାର୍ଡ଼ ଗଠନ କରାଯାଇଥିବା ଏସପି କହିଛନ୍ତି । ଏହା ବ୍ୟତିତ ସବୁ ସ୍ଥାନରେ ପୋଲିସ ଟିମ୍ ଭିଡ଼ିଓଗ୍ରାଫି କରିବ ବୋଲି ଏସପି ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.