ETV Bharat / state

ସମ୍ବଲପୁରରେ କଡା ସୁରକ୍ଷା ମଧ୍ୟରେ ପାଳନ ହେଲା ଇଦ୍

author img

By

Published : Apr 22, 2023, 1:52 PM IST

କର୍ଫ୍ୟୁ ସତ୍ତ୍ବେ ସମ୍ବଲପୁରରେ ପାଳନ ହେଲା ଇଦ ପର୍ବ । ମସଜିଦରେ ନମାଜ ପାଠ କରିବା ସହ ପରସ୍ପରକୁ ଇଦର ଶୁଭେଚ୍ଛା ଜମାଇଲେ ମୁସଲମାନ ଭାଇ ଭଉଣୀ । ଅଧିକ ପଢନ୍ତୁ

Eid celebrated in Sambalpur
Eid celebrated in Sambalpur
Eid celebrated in Sambalpur

ସମ୍ବଲପୁର: ଆଜି ଇସଲାମିକ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ଇଦ୍-ଉଲ-ଫିତର । ମୁସଲମାନ ଭାଇ-ଭଉଣୀମାନେ ପାଳନ କରୁଛନ୍ତି ଇଦ୍ । ସକାଳୁ ସକାଳୁ ମସଜିଦଗୁଡିକରେ ସମୁହ ନମାଜ ପାଠ କରିବା ସହ ପରସ୍ପରକୁ ଇଦ୍ ମୁବାରକ ଜଣାଇଛନ୍ତି । ସମ୍ବଲପୁରରେ ମୁସଲମାନ ସମ୍ପ୍ରଦାୟର ଲୋକେ ଶାନ୍ତି ଶୃଙ୍ଖଳାର ସହ ଇଦ୍ ପର୍ବ ପାଳନ କରିଛନ୍ତି । ସହରରେ ଗତ 12 ଓ 14 ତାରିଖରେ ଘଟିଥିବା ହିଂସାକାଣ୍ଡ ଓ ପଥର ମାଡ ଅଘଟଣ ଯୋଗୁଁ ଏବେ ବି ଧାରା 144 ଓ କର୍ଫ୍ୟୁ ବଳବତ୍ତର ରହିଛି । ତେଣୁ ଆଜି ଇଦ୍ ଥିବାରୁ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l

ସମ୍ବଲପୁର ସହରର ସାକ୍ଷୀପଡ଼ାସ୍ଥିତ ଇଦଗାହ ଠାରେ ଇଦ୍ ଅବସରରେ ପ୍ରତ୍ୟେକ ବର୍ଷ 7 ରୁ 8 ହଜାର ଲୋକ ସାମୁହିକ ନାମାଜ ପାଠ କରିଥାନ୍ତି । ଚଳିତ ବର୍ଷ ପରିସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଇଦଗାହରେ ନମାଜ ପାଠକୁ ବାରଣ କରାଯାଇଥିଲା l ଏଥର କେବଳ ମସଜିଦଗୁଡ଼ିକ ଭିତରେ ନମାଜ ପାଠ ହୋଇଛି । ସୁରକ୍ଷା ଦୃଷ୍ଟିକୋଣରୁ ପୋଲିସ ବିଭାଗ ପକ୍ଷରୁ 46 ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ସମ୍ବଲପୁର ଏସପି ବତୁଲା ଗଙ୍ଗାଧର ନିଜେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ବିଭିନ୍ନ ମସଜିଦଗୁଡିକ ବୁଲି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସହ ଇଦର ଶୁଭେଚ୍ଛା ଜଣାଇଛନ୍ତି ଏସପି ।

ମୁସଲମାନ ସମ୍ପ୍ରଦାୟର ଲୋକେ ମଧ୍ୟ ପରସ୍ପରକୁ ଆଲିଙ୍ଗନ କାରି ଇଦର ଶୁଭେଚ୍ଛା ଜଣାଇଛନ୍ତି । ତେବେ ସମ୍ବଲପୁର ସହରରେ କିପରି ପୁଣି ଶାନ୍ତି ଓ ଭାଇଚାରା ଫେରିବ ସେନେଇ ପ୍ରଚେଷ୍ଟା ଜାରି ରହିବ ବୋଲି ମୁସଲମାନ ସମ୍ପ୍ରଦାୟ ପକ୍ଷରୁ କୁହାଯାଇଛି । ସମ୍ବଲପୁର ଏସପିଙ୍କ ସହ 2 ଜଣ ଅତିରିକ୍ତ ଏସପି ଓ 4 ଜଣ ଏସଡିପିଓ ସହରରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ।

ସୂଚନାଯୋଗ୍ୟ, ଗତ 12 ଓ 14 ତାରିଖରେ ସହରରେ ଗୋଷ୍ଠୀ ସଂଘର୍ଷ ସହ ପଥର ମାଡ଼ ଓ ଅଗ୍ନିକାଣ୍ଡ ହୋଇଥିଲା । ଏହାପର ଜିଲ୍ଲା ପ୍ରଶାସନ ପକ୍ଷରୁ 144 ଧାରା ଜାରି କରାଯିବା ସହ କର୍ଫ୍ୟୁ ମଧ୍ୟ ଜାରି କରାଯାଇଛି । ବର୍ତ୍ତମାନ କର୍ଫ୍ୟୁ କୋହଳ କରାଯାଇଛି । ସକାଳ 5ରୁ ରାତି 7ଟା ପର୍ଯ୍ୟନ୍ତ କୋହଳ ହୋଇଛି l ଅନ୍ୟପଟେ ମୋବାଇଲ ନେଟ୍ ସେବା ବର୍ତ୍ତମାନ ମଧ୍ୟ ଅଚଳ ଥିବାବେଳେ ବ୍ରଡ଼ବ୍ୟାଣ୍ଡ ଓ ଲିଜ ଲାଇନ ଇଣ୍ଟରନେଟ ସେବା 24 ଘଣ୍ଟା ଦିଆଯାଉଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.