ETV Bharat / state

ଶୀଘ୍ର ସମ୍ପୂର୍ଣ୍ଣ ହେବ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ: ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର

author img

By

Published : Mar 19, 2023, 10:05 AM IST

ଇଲେକଟ୍ରିକ ଫିକେସନ ଉପରେ ଅଧିକ ଗୁରୁତ୍ୱ ଦେଉଛି ଇଷ୍ଟକୋଷ୍ଟ ରେଳବାଇ । ପ୍ରଦୂଷଣର ମାତ୍ରା ମଧ୍ୟ କମୁଥିବାରୁ ଏହା ଉପରେ ରେଳବାଇ ଅଧିକ ଗୁରୁତ୍ୱ ଦେଉଛି । ଅଧିକ ପଢ଼ନ୍ତୁ

ସମ୍ବଲପୁର ଗସ୍ତରେ ଷ୍ଟ କୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର

ସମ୍ବଲପୁର: ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର ମନୋଜ ଶର୍ମାଙ୍କ ସମ୍ବଲପୁର ଗସ୍ତ କରିଛନ୍ତି । ରେଲୱେ ଷ୍ଟାଡିୟମରେ 66ତମ ଅଲ ଇଣ୍ଡିଆ ରେଲୱେ ପୁରୁଷ t-20 କ୍ରିକେଟ ଟୁର୍ଣ୍ଣାମେଣ୍ଟ ଲିଗର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ । ଏହି ଅବସରରେ ସେ ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ରେଳବାଇ ମ୍ୟାନ ଲେଭେଲ କ୍ରସିଂ ଗୁଡିକ ହଟାଇ କିପରି ସବ ୱେ ଓ ROB ନିର୍ମାଣ ହୋଇପାରିବ ତା’ ଉପରେ ଗୁରୁତ୍ୱ ଦିଆଯାଉଛି ।

ଅଧିକ ପଢ଼ନ୍ତୁ: ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ସ୍ୱୀକାର କଲା ବୋର୍ଡ, ଛାତ୍ରଛାତ୍ରୀଙ୍କୁ ମିଳିବ ଗ୍ରେସ ମାର୍କ !

ଗତ ବର୍ଷ ଇଷ୍ଟ କୋଷ୍ଟ ରେଳବାଇକୁ 10 ହଜାର କୋଟି ମିଳିଥିବା ବେଳେ ଚଳିତ ବର୍ଷ 11 ହଜାର କୋଟିରର ପାଣ୍ଠି ମିଳିଥିବାରୁ ବହୁ ପ୍ରକଳ୍ପ ଆଗେଇ ଚାଲିଥିବା ସୂଚନା ଦିଆଯାଇଛି । ମୁଖ୍ୟତଃ ରେଳ ଷ୍ଟେସନ ଓ ରେଳ ଲାଇନ ଗୁଡିକର ଭିତ୍ତିଭୂମିର ବିକାଶ ପାଇଁ କାର୍ଯ୍ୟ ଜାରି ରହିଛି ବୋଲି ସୂଚନା ଦିଆଯାଇଛି । ଇଷ୍ଟକୋଷ୍ଟ ରେଳବାଇକୁ ରେଳ ମନ୍ତ୍ରଣାଳୟର ସମ୍ପୂର୍ଣ୍ଣ ସହଯୋଗ ରହିଥିବା ସୂଚନା ଦେଇଛନ୍ତି ସେ ।

ଅଧିକ ପଢ଼ନ୍ତୁ: ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ ଭିଡିଓ ଭାଇରାଲ ମାମଲା: ନାଟକୀୟ ଢଙ୍ଗରେ ଆତ୍ମସମର୍ପଣ କଲେ ମନୀଷ କଶ୍ୟପ

ଅନ୍ୟପଟେ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ବହୁତ ଜୋର ସୋରରେ ଆଗେଇ ଚାଲିଛି । ଏଥିପାଇଁ ବହୁ ଦିନରୁ ବାଧା ସୃଷ୍ଟି କରୁଥିବା ଫରେଷ୍ଟ କ୍ଳିଅରେନ୍ସ ମିଳିସାରିଛି ଓ 8 ଟି ଟେଣ୍ଡର ଆହ୍ୱାନ କରାଯାଇଥିବା ସୂଚନା ଦେଇଛନ୍ତି ଜେନେରାଲ ମ୍ୟାନେଜର । ଚଳିତବର୍ଷ ଆହୁରି 80 କିମି ଦୀର୍ଘତାର ରେଳ ଲାଇନ ନିର୍ମାଣର କାର୍ଯ୍ୟ ବାକିଥିବା ସେ କହିଛନ୍ତି । ଅନ୍ୟପଟେ ଚଳିତ ବର୍ଷ ଇଷ୍ଟକୋଷ୍ଟ ରେଳବାଇ ରାଜସ୍ବ ଆଦାୟରେ ପ୍ୟାସେଞ୍ଜର ଟ୍ରେନ ସେବା କ୍ଷେତ୍ରରେ 10 ରୁ 12 ପ୍ରତିଶତ ଓ ମଳବାହୀ ଟ୍ରେନ ସେବା କ୍ଷେତ୍ରରେ 7 ରୁ 8 ପ୍ରତିଶତ ଅବିବୃଦ୍ଧିର ଲକ୍ଷ୍ୟ ରଖିଥିବା ସୂଚନା ଦେଇଛନ୍ତି ଜେନେରାଲ ମ୍ୟାନେଜର ।

ଏହା ମଧ୍ୟ ପଢନ୍ତୁ: ଲଗାଣ ବର୍ଷାରେ କାନ୍ଥ ପଡି ୪ ମାସର ଶିଶୁ ମୃତ, ବାପାମାଆ ଗୁରୁତର

ତେବେ ଇଷ୍ଟକୋଷ୍ଟ ରେଳବାଇ ଇଲେକଟ୍ରିକ ଫିକେସନ ଉପରେ ଅଧିକ ଗୁରୁତ୍ୱ ଦେଉଛି । ନୂତନ ରେଳ ଲାଇନ ତିଆରି ହେବା ସହ ଇଲେକଟ୍ରିଫିକେସନର ବ୍ୟବସ୍ଥା ମଧ୍ୟ ସମାନସ୍ତରରେ ଚାଲିଥିବା ସେ ସୂଚନା ଦେଇଛନ୍ତି । ଏହା ଦ୍ୱାରା ଖର୍ଚ୍ଚ ବଞ୍ଚିବା ସହ ପ୍ରଦୂଷଣର ମାତ୍ରା ମଧ୍ୟ କମୁଥିବାରୁ ଏହା ଉପରେ ରେଳବାଇ ଅଧିକ ଗୁରୁତ୍ୱ ଦେଉଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.