ସମ୍ବଲପୁର: ପ୍ରଥମେ 25 ବର୍ଷ ତଳେ ହୋଇଥିଲେ ବିସ୍ଥାପିତ ଆଉ ପୁଣି ଥରେ ସେମାନଙ୍କୁ ବିସ୍ଥାପନର ଦୁଃଖ ସାମ୍ନା କରିବାକୁ ପଡୁଛି । ଏମିତି ଦୁଃଖରେ କାଳାତିପାତ କରୁଛନ୍ତି ସମ୍ବଲପୁର ସହର ଦୁର୍ଗାପାଲି ବସ୍ତି ଅଞ୍ଚଳର 60 ପରିବାର । 1995 ମସିହାରେ ରାମ ସାଗର ପୁଷ୍କରିଣୀ ତିଆରି ହେବା ସମୟରେ ଏମାନଙ୍କୁ ଜିଲ୍ଲା ପ୍ରଶାସନ ବିସ୍ଥାପିତ କରି ଦୁର୍ଗାପାଲିକୁ ପଠାଇଥିଲେ । ଏବେ ପୁଣି ସୌନ୍ଦର୍ଯ୍ୟକରଣ ନାଁ ସେମାନଙ୍କୁ ସେହି ସ୍ଥାନରୁ ହଟେଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ବର୍ତ୍ତମାନ ଏହି ଲୋକମାନେ ପାଖାପାଖି 25 ବର୍ଷ ହେଲା ଦୁର୍ଗାପାଲି ଠାରେ ଘରଦ୍ୱାର ତିଆରି କରି ରହିବା ପରେ ଏମାନଙ୍କୁ ପୁଣି ବିସ୍ଥାପିତ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ନେଇ ସ୍ଥାନୀୟ ଲୋକେ ସମ୍ବଲପୁର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ବିସ୍ଥାପନ କରାନଯାଉ ଅଥବା ବିସ୍ଥାପନ କରିବା ପୂର୍ବରୁ ଥଇଥାନ କରାଯାଉ ବୋଲି ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅନୁରୋଧ କରିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ