ETV Bharat / state

ନକଲି ପରୀକ୍ଷାର୍ଥୀ ଗିରଫ, ଯୁବକ ପରିବର୍ତ୍ତେ ଯୁବତୀ ଦେଉଥିଲେ ପରୀକ୍ଷା

ବାଲେଶ୍ବର ପରେ ଏବେ ସମ୍ବଲପୁରରେ ଜଣେ ନକଲି ପରୀକ୍ଷାର୍ଥୀ ଧରାପଡିଛନ୍ତି । ମାତୃଭାଷା ପରୀକ୍ଷାରେ ଛାତ୍ରଙ୍କ ସ୍ଥାନରେ ଜଣେ ଯୁବତୀ ପରୀକ୍ଷା ଦେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ..

aa
ନକଲି ପରୀକ୍ଷାର୍ଥୀ ଗିରଫ, ଯୁବକ ପରିବର୍ତ୍ତେ ଯୁବତୀ ଦେଉଥିଲେ ପରୀକ୍ଷା
author img

By

Published : Feb 20, 2020, 9:53 AM IST

ସମ୍ବଲପୁର: ମାଟ୍ରିକ ପରୀକ୍ଷା ଆରମ୍ଭରୁ ବିଭିନ୍ନ ସ୍ଥାନରେ ବିଭ୍ରାଟ ଦେଖାଦେଇଛି । ପ୍ରଥମେ ବାଲେଶ୍ବର ଆଉ ଏବେ ସମ୍ବଲପୁରରେ ଜଣେ ନକଲି ପରୀକ୍ଷାର୍ଥୀ ଧରାପଡିଛନ୍ତି । ବୁଧବାର ମାତୃଭାଷା ପରୀକ୍ଷା ଥିବାବେଳେ ସମ୍ବଲପୁରରେ ଜଣେ ଛାତ୍ରଙ୍କ ସ୍ଥାନରେ ଜଣେ ଯୁବତୀ ପରୀକ୍ଷା ଦେଉଥିବା ଅଭିଯୋଗ ହୋଇଛି । ଲକ୍ଷଣ ମେହେର ନାମକ ଜଣେ ମାଟ୍ରିକ ପରୀକ୍ଷାର୍ଥୀ ନିଜର ଆଡମିଟ କାର୍ଡରେ ପରିବର୍ତ୍ତନ କରି ଏହାକୁ ଲକ୍ଷ୍ମୀ ମେହେର କରିଥିଲେ । ପରେ ସେହି କାର୍ଡରେ କମଳା ସେଠ ନାମକ ଜଣେ ଯୁବତୀ ପରୀକ୍ଷା ଦେଉଥିବା ଅବସ୍ଥାରେ ଧରାପଡିଛନ୍ତି ।

ନକଲି ପରୀକ୍ଷାର୍ଥୀ ଗିରଫ, ଯୁବକ ପରିବର୍ତ୍ତେ ଯୁବତୀ ଦେଉଥିଲେ ପରୀକ୍ଷା

ସୂଚନାନୁଯାୟୀ, ରାଜ୍ୟ ମୁକ୍ତ ବିଦ୍ୟାଳୟର ମାଟ୍ରିକ ପରୀକ୍ଷା ସେଣ୍ଟର, କମିଶନର କଲୋନୀ ସ୍କୁଲରେ ପଡିଥିଲା । ଯେଉଁଠି ଛାତ୍ର ଲକ୍ଷ୍ମଣ ମେହେର ପରୀକ୍ଷା ନଦେଇ ତାଙ୍କ ଆଡ଼ମିଟ କାର୍ଡର ଜାଲିଆତି କରି କମଳା ସେଠ ନାମକ ଜଣେ ଯୁବତୀଙ୍କୁ ଲକ୍ଷ୍ମୀ ମେହେର ନାମରେ ପରୀକ୍ଷାରେ ବସାଇଥିଲେ । ହେଲେ ପରୀକ୍ଷା ଦେବା ସମୟରେ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଟ ଉକ୍ତ ଯୁବତୀଙ୍କୁ ଧରିଥିଲେ । 1988 ରାଜ୍ୟ ପରୀକ୍ଷା ନିୟମ ଅନୁଯାୟୀ ସମ୍ବଲପୁର ଧନୁପାଲୀ ପୋଲିସ ଉଭୟ ଲକ୍ଷଣ ମେହେର ଏବଂ କମଳା ସେଠକୁ ଗିରଫ କରିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.