ETV Bharat / state

ମହାନଗର ଡମ୍ପିଂ ୟାର୍ଡରେ ପରିଚାଳନାଗତ ତ୍ରୁଟି, ଅତିଷ୍ଠ 1 ନମ୍ବର ୱାର୍ଡବାସୀ - 1ନମ୍ବର ୱାର୍ଡବାସୀ

ସମ୍ବଲପୁର ମହାନଗର ଡମ୍ପିଂ ୟାର୍ଡରେ ପରିଚାଳନାଗତ ତ୍ରୁଟି ହେଉଥିବା 1 ନମ୍ବର ୱାର୍ଡବାସୀ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ମହାନଗର ଡ଼ମ୍ପିଙ୍ଗ ୟାର୍ଡରେ ପରିଚାଳନାଗତ ତ୍ରୁଟି, ଅତିଷ୍ଠ 1ନମ୍ବର ୱାର୍ଡବାସୀ

author img

By

Published : Jun 26, 2021, 7:19 AM IST

ସମ୍ବଲପୁର: ଜିଲ୍ଲାର ମହାନଗର ନିଗମର ଡମ୍ପିଂ ୟାର୍ଡରେ ପରିଚାଳନାଗତ ତ୍ରୁଟି ଯୋଗୁଁ 1 ନମ୍ବର ୱାର୍ଡବାସୀ ଅତିଷ୍ଠ ହୋଇପଡିଛନ୍ତି । ଏହି ଅଞ୍ଚଳରେ ସହରର କୁଢ କୁଢ ମଇଳା ଓ ପଶୁଙ୍କ ମୃତଦେହ ପକାଉଥିବାରୁ ଲୋକମାନେ ହଇରାଣ ହେଉଛନ୍ତି । ଏ ସମ୍ପର୍କରେ ମହାନଗର ନିଗମ କମିଶନରଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି ।

ବର୍ଜ୍ୟବସ୍ତୁ ପରିଚାଳନା ଭଲ ଭାବେ ହେଉନଥିବାରୁ ଡମ୍ପିଂ ୟାର୍ଡରୁ ଦୁର୍ଗନ୍ଧ ବାହାରିବା ସହ ଏଠାରୁ ବାହାରୁ ଥିବା ଦୂଷିତ ପାଣି ଗାଁ ପୋଖରୀରେ ମିଶୁଛି । ଏହାଦ୍ବାରା ଗାଁ ଲୋକେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି । ଏହାସହ କେତେକ ସମୟରେ ଡମ୍ପିଂ ୟାର୍ଡର ଦୂଷିତ ପାଣି ଓ ଅଳିଆ ଆବର୍ଜନା ମଧ୍ୟ ଗାଁ ଭିତରକୁ ପଶୁଥିବା ଲୋକମାନେ ଅଭିଯୋଗ କରିଛନ୍ତି।

ମହାନଗର ଡ଼ମ୍ପିଙ୍ଗ ୟାର୍ଡରେ ପରିଚାଳନାଗତ ତ୍ରୁଟି, ଅତିଷ୍ଠ 1ନମ୍ବର ୱାର୍ଡବାସୀ

ଏ ସମ୍ପର୍କରେ ଗ୍ରାମବାସୀ ମହାନଗର ନିଗମ କମିଶନରଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ କୌଣସି ଫଳ ମିଳୁନଥିବା କହିଛନ୍ତି ଗ୍ରାମବାସୀ । ଏଭଳି ଅପରିଷ୍କାର ପରିବେଶରେ ବାଧ୍ୟ ବାଧକତାରେ ରହି ଏବେ ଗ୍ରାମବାସୀ ଅତିଷ୍ଠ ହୋଇପଡିଛନ୍ତି । ସେପଟେ ଏ ନେଇ ମହାନଗର ନିଗମ କମିଶନର ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

ଅତିଶୀଘ୍ର ଏକ ଟିମ ଘଟଣାସ୍ଥଳକୁ ଅନୁଧ୍ୟାନ ପାଇଁ ପଠାଯିବ । ଡମ୍ପିଂ ୟାର୍ଡ ପାଖରେ ବଡ ଗାତ ଖୋଳି ଆର୍ବଜନା ପକାଯିବା ବ୍ୟବସ୍ଥା କରାଯିବ ଓ ପ୍ରତି ସପ୍ତାହରେ ଦୁର୍ଗନ୍ଧ ରୋକିବା ପାଇଁ ବ୍ଲିଚିଙ୍ଗ ପାଉଡର ପକାଯିବ ବୋଲି ମହାନଗର ନିଗମ କମିଶନର କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.