ETV Bharat / state

ଆସିଲେନି ପରିବାର ଲୋକେ, ବୃଦ୍ଧାଙ୍କୁ ମୁଖାଗ୍ନି ଦେଇ ଚର୍ଚ୍ଚାରେ ଡାକ୍ତର ଶଙ୍କର ରାମଚନ୍ଦାନୀ

author img

By

Published : Sep 2, 2021, 3:06 PM IST

Updated : Sep 2, 2021, 3:46 PM IST

ବୃଦ୍ଧାଙ୍କୁ ମୁଖାଗ୍ନି ଦେଇ ଚର୍ଚ୍ଚାରେ ସମ୍ବଲପୁର ବୁର୍ଲା ଭୀମସାରର ଆବାସିକ ଡାକ୍ତର ତଥା ସମାଜସେବୀ ଶଙ୍କର ରାମଚନ୍ଦାନୀ । ଅଧିକ ପଢନ୍ତୁ...

ଆସିଲେନି ପରିବାର ଲୋକେ , ବୃଦ୍ଧାଙ୍କୁ ମୁଖାଗ୍ନି ଦେଇ ଚର୍ଚ୍ଚାରେ  ଡାକ୍ତର ଶଙ୍କର ରାମଚନ୍ଦାନୀ

ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ବୁର୍ଲା ଭୀମସାରର ଆବାସିକ ଡାକ୍ତର ତଥା ସମାଜସେବୀ ଶଙ୍କର ରାମଚନ୍ଦାନୀ । କେତେବେଳେ ଗରିବଙ୍କ ପାଇଁ ଏକ ଟଙ୍କିଆ କ୍ଲିନିକ ତ ଆଉ କେତେବେଳେ ଅସହାୟ କୁଷ୍ଠ ରୋଗୀଙ୍କୁ କାନ୍ଧରେ ବୋହି ରାସ୍ତା ପାର କରେଇବା ପାଇଁ ବେଶ ପ୍ରଶଂସା ସାଉଁଟିଛନ୍ତି । ଆଉ ଏବେ ଜଣେ ଗରିବ ଅସହାୟ ମହିଳାଙ୍କ ପୁଅ ପରି ଶେଷକୃତ୍ୟ ସମ୍ପନ୍ନ କରି ଚର୍ଚ୍ଚାରେ ଅଛନ୍ତି ।

ଆସିଲେନି ପରିବାର ଲୋକେ, ବୃଦ୍ଧାଙ୍କୁ ମୁଖାଗ୍ନି ଦେଇ ଚର୍ଚ୍ଚାରେ ଡାକ୍ତର ଶଙ୍କର ରାମଚନ୍ଦାନୀ

ଗତ ୨୦୧୮ ଜୁଲାଇ ୭ ତାରିଖରେ ସୋନପୁର ବୀରମହାରାଜପୁର ଥାନା ଅଞ୍ଚଳର ପୁଷ୍ପାଞ୍ଜଳି ବାଗଙ୍କୁ ପକ୍ଷାଘାତ ହେବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ଭୀମସାରର କାଜୁଆଲିଟିରେ ଭର୍ତ୍ତି କରିଥିଲେ । ତେବେ ଦୀର୍ଘ ୪ବର୍ଷ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ମଧ୍ୟ ତାଙ୍କର ପରିବାର ଲୋକେ ତାଙ୍କୁ କେହି ଦେଖିବାକୁ ଆସିନଥିଲେ । ଫଳରେ ହସ୍ପିଟାଲର ଡାକ୍ତର ତଥା ନର୍ସମାନେ ମଧ୍ୟ ପୁଷ୍ପାଙ୍କ ଅବଶ୍ୟକତା ପୂରଣ କରିବା ସହ ତାଙ୍କର ସେବା କରି ଆସୁଥିଲେ ।

ତେବେ ଗତ ରବିବାର ଚିକିତ୍ସାଧୀନ ଅବସ୍ଥାରେ ପୁଷ୍ପାଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ପୁଷ୍ପାଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କେହି ଆସିନଥିଲେ । ଫଳରେ ବୁର୍ଲା ଭୀମସାର ମେଡ଼ିକାଲର ଆବାସିକ ଡାକ୍ତର ଶଙ୍କର ରାମଚନ୍ଦାନୀ ପୁଷ୍ପାଙ୍କ ମୃତଦେହକୁ ନେଇ ବୁର୍ଲା ବିଷ୍ଣୁ ମନ୍ଦିର ପଡ଼ାର ଶ୍ମଶାନ ଘାଟରେ ମୁଖାଗ୍ନି ଦେବା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି । ଏହାକୁ ନେଇ ଏବେ ଡାକ୍ତର ରାମଚନ୍ଦାନୀ ବେଶ ପ୍ରଶଂସା ସାଉଁଟିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Sep 2, 2021, 3:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.