ସମ୍ବଲପୁର: ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଭାବେ ନିତେଶ ଗଙ୍ଗଦେବଙ୍କ ନାମ ଘୋଷଣା ହେବା ପରେ ଏ ନେଇ ଅସନ୍ତୋଷ ଜାହିର କରିଛନ୍ତି ସମ୍ବଲପୁରର ବିଜେପି ନେତା ତଥା ଲୋକସଭା ଆଶାୟୀ ପ୍ରାର୍ଥୀ କର୍ଣ୍ଣେଲ ପ୍ରଭାତ ପଣ୍ଡା। ସେ କହିଛନ୍ତି ଯେ, ବିଜେପି ଦଳରେ ପୂର୍ବ ସୈନିକଙ୍କ ପାଇଁ ବିଭିନ୍ନ ପଦ ପଦବୀରେ ରାଜନୀତି କରିବାରେ ପ୍ରବଧାନ ଥିଲେ ମଧ୍ୟ ସେମାନଙ୍କୁ ସୁଯୋଗ ମିଳୁନାହିଁ।
ରାଜ୍ୟର ବିଭିନ୍ନ ସ୍ଥାନରୁ ପୂର୍ବ ସେନା ଅଧିକାରୀମାନେ ଆଶାୟୀ ପ୍ରାର୍ଥୀ ଥିଲେ ମଧ୍ୟ ତାଙ୍କ ଆବେଦନକୁ ଅଣଦେଖା କରାଯାଇଛି। ରାଜ୍ୟର ଜଣେ ଜାତୀୟସ୍ତରୀୟ ପ୍ରଭାବଶାଳୀ ନେତା ଯୋଗୁଁ ଏପରି ହେଉଥିବାର ସେ କହିଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ