ETV Bharat / state

ସାଇବର ଠକେଇର ଶିକାର ହେଲେ ଦିପାଳୀ ଦାସ, ଆକାଉଣ୍ଟରୁ ଉଡିଗଲା ଦେଢ ଲକ୍ଷ - ସାଇବର ଠକେଇର ଶିକାର ହେଲେ ଦିପାଳୀ ଦାସ

ସ୍ବର୍ଗତ ନବ କିଶୋର ଦାସଙ୍କ ଝିଅ ଦିପାଳୀ ଦାସଙ୍କ ଆକାଉଣ୍ଟରୁ ଆଖି ପିଛୁଳାକେ ଖାଲି ହେଲା ଦେଢ ଲକ୍ଷ ଟଙ୍କା । ଥାନାରେ ମାମଲା ରୁଜୁ । ଅଧିକ ପଢନ୍ତୁ

ସାଇବର ଠକେଇର ଶିକାର ହେଲେ ଦିପାଳୀ ଦାସ
ସାଇବର ଠକେଇର ଶିକାର ହେଲେ ଦିପାଳୀ ଦାସ
author img

By

Published : Mar 10, 2023, 7:10 AM IST

ସମ୍ବଲପୁର: ପୁଣି ମାତିଲା ସାଇବର ଠକ । ଆଖି ପିଛୁଳାକେ ନେଇଗଲେ ଦେଢ ଲକ୍ଷ ଟଙ୍କା । ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ଝିଅ ଦିପାଳୀ ଦାସ ଏହି ଠକେଇର ଶିକାର ହୋଇଛନ୍ତି l ଏନେଇ ସମ୍ବଲପୁର ଅଇଁଠାପାଲି ଥାନାରେ ଦିପାଲୀ ଦାସ ଏତଲା ଦେଇଛନ୍ତି । ଅଇଁଠାପାଲି ପୋଲିସ ସାଇବର ଏକ୍ସପର୍ଟଙ୍କ ସହାୟତାରେ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି l

ସୂଚନାଯୋଗ୍ୟ ଯେ, ଦିପାଳୀ ଦାସଙ୍କ ଘର ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ମୁଡ଼ିପଡା ଅଞ୍ଚଳରେ ରହିଛି l ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରାଜା ଅଞ୍ଚଳରେ ଥିବା ICICI ବ୍ୟାଙ୍କରେ ଦିପାଳୀ ଦାସଙ୍କ ଏକ ଆକାଉଣ୍ଟ ରହିଛି l ବ୍ୟାଙ୍କ ଆକାଉଣ୍ଟ ନମ୍ବର ହେଉଛି 252301500218 l ତେବେ ଗତ 6 ତାରିଖ ଦିନ ଦୁଇଥରରେ ତାଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା କଟିଥିବା ନେଇ ସେ ଅଭିଯୋଗ କରିଛନ୍ତି ।

ସେ ନିଜ ଏତଲାରେ ଉଲ୍ଲେଖ କରିଛନ୍ତି ଯେ, ଗତ ମାର୍ଚ୍ଚ 6 ତାରିଖରେ ତାଙ୍କ ଏହି ଏକାଉଣ୍ଟରୁ ଟଙ୍କା ଉଠା ଯାଇଥିବାର 2 ଥର 2ଟି OTP ଆସିଥିଲା l ଏହି OTP ନମ୍ବରକୁ ସେ କାହାରିକୁ ସେୟାର କରିନଥିଲେ । ତଥାପି ଆକାଉଣ୍ଟରୁ 1ଲକ୍ଷ 50 ହଜାର ଟଙ୍କା କଟିଥିବା ନେଇ ସେ ଅଭିଯୋଗ କରିଛନ୍ତି । ଏହି 2ଟି ଉଠାଣ Bhima Jewel ଓ Bluestone ନାଁ ରେ ଅନଲାଇନ ଟ୍ରାନଜେକସନ ହୋଇଥିବା ଜଣାପଡିଛି l ଏନେଇ ICICI ବ୍ୟାଙ୍କର କମ୍ପ୍ଲେନ ସେଲରେ ସେ ଅଭିଯୋଗ କରିବା ସହ ଏନେଇ ଅଇଁଠା ପାଲି ଥାନାରେ ଅଭିଯୋଗ କରିଛନ୍ତି l ଏନେଇ ଅଇଁଠା ପାଲି ପୋଲିସ ତଦନ୍ତ ଆରମ୍ଭ କରିବା ସହ କେତେକ ସାଇବର ଏକ୍ସପାର୍ଟଙ୍କ ସହାୟତା ନେଇଥିବା ସୂଚନା ମିଳିଛି l ପୋଲିସ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା ମଧ୍ୟ ଆରମ୍ଭ କରିଛି ।

ପ୍ରକାଶଥାଉକି, ସମ୍ବଲପୁର ସମେତ ସମଗ୍ର ପଶ୍ଚିମ ଓଡିଶାରେ ସାଇବର ଠକେଇ ଏକ ସାଧାରଣ ଖବର ହୋଇଯାଇଛି । ବାରମ୍ବାର ଏହି ଅଞ୍ଚଳରେ ସାଇବର ଠକେଇ ହେଉଛି l ଅଶିକ୍ଷିତ ହୁଅନ୍ତୁ କି ଶିକ୍ଷିତ ସମସ୍ତ ବର୍ଗର ଲୋକେ ଏହାର ଶିକାର ହେଉଥିବା ନଜିର ରହିଛି । ଏନେଇ ପୋଲିସ ବହୁ ସାଇବର ଠକଙ୍କୁ ଗିରଫ ମଧ୍ୟ କରି ସାରିଛି । ତେବେ ଅସଚେତନତା ଯୋଗୁଁ ଏବେ ମଧ୍ୟ ଏହି ଅପରାଧ ହେଉଛି l ଏଥିପାଇଁ ରାଜ୍ୟ ସରକାର ସମ୍ବଲପୁରରେ ଏକ ସାଇବର ଥାନା ମଧ୍ୟ କରିଛନ୍ତି । ପୋଲିସ ଓ ବ୍ୟାଙ୍କ ମିଶିକି ଏନେଇ ଅନେକ ସଚେତନତା କରୁଥିଲେ ମଧ୍ୟ ସାଇବର ଠକେଇ ବାରମ୍ବାର ହେବାରେ ଲାଗିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.