ETV Bharat / state

ବିଦ୍ୟାଳୟରେ ଥିଲେ ଦିବ୍ୟାଙ୍ଗ ଛାତ୍ର, ଫାଟକରେ ତାଲା ପକାଇ ଚାଲିଆସିଲେ ଶିକ୍ଷକ - Differently-abled student on school, Teacher locked gate

ସମ୍ବଲପୁର ପୁରୁଣା ବସ୍ତି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଛୁଟି ପରେ ବିଦ୍ୟାଳୟରେ ଥିଲେ ଦିବ୍ୟାଙ୍ଗ ଛାତ୍ର, ଫାଟକରେ ତାଲା ପକାଇ ଚାଲିଆସିଲେ ଶିକ୍ଷକ ।

ଡିଜାଇନ ଫଟୋ
author img

By

Published : Aug 20, 2019, 12:03 PM IST

ସମ୍ବଲପୁର: ଶିକ୍ଷକଙ୍କ ଦାୟିତ୍ବହୀନତାର ଫଳ ଭୋଗିବାକୁ ପଡ଼ିଛି ଦିବ୍ୟାଙ୍ଗ ଛାତ୍ରଙ୍କୁ । ଛୁଟି ପରେ ବିଦ୍ୟାଳୟ ହତା ଭିତରେ ରହିଯାଇଥିଲେ ଛାତ୍ର । ମାତ୍ର ଶିକ୍ଷକ ବିଦ୍ୟାଳୟ ଗେଟ୍‌ରେ ତାଲା ଝୁଲାଇ ଚାଲିଆସିଥିଲେ । ଫଳରେ ବିଦ୍ୟାଳୟ ଭିତରେ ଏକ ପ୍ରକାର ବନ୍ଦୀ ହୋଇଯାଇଥିଲେ ଦିବ୍ୟାଙ୍ଗ ଛାତ୍ର । ପରେ ବିଦ୍ୟାଳୟରୁ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ସମ୍ବଲପୁର ପୁରୁଣା ବସ୍ତି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣା ପରେ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ବିଦ୍ୟାଳୟରେ ଛୁଟି ପରେ କୌଣସି କାରଣ ବଶତଃ ବାଳକ ଶିବା ସେଠ୍‌ ବି ସ୍କୁଲରେ ଥିବା ଅବସ୍ଥାରେ ଶିକ୍ଷକ ସ୍କୁଲ ଗେଟରେ ତାଲା ପକାଇ ଗତ ସୋମବାର ପଳାଇ ଯାଇଥିଲେ । ଏହା ପରେ ସ୍କୁଲରୁ ପୁଅ ନ ଫେରିବାରୁ ମା ସନ୍ତୋଷିନୀ ବିଚଳିତ ହୋଇ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ସ୍କୁଲ ଭିତରେ ପିଲାଟି କାନ୍ଦିବା ସହ ଜୋରରେ ଚିତ୍କାର କରିବାରୁ ବିଦ୍ୟାଳୟ ନିକଟରେ ଥିବା କଛି ଘରର ଲୋକେ ଶିକ୍ଷକଙ୍କୁ ଡକରା ପଠାଇଥିଲେ । ଅଧଘଣ୍ଟା ପରେ ଛାତ୍ରଙ୍କୁ ଗେଟ ଖୋଲି ଉଦ୍ଧାର କରାଯାଇଥିଲା ।

ଶିକ୍ଷକଙ୍କ ଏପରି ଦାୟିତ୍ବହୀନତା ଓ ଖାମଖିଆଲି ମନୋବୃତି ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ତେବେ ଶିକ୍ଷକଙ୍କ କହିବା କଥା ହେଲା ସ୍କୁଲ ଟି ଏଲ-ସେପ ହୋଇଥିବା ବେଳେ ପଛପଟେ ବାରଣ୍ଡାରେ ଛାତ୍ର ଜଣକ ବସି ରହିଥିବାରୁ କିଛି ଜଣା ପଡିନଥିଲା। ସେଥିପାଇଁ ଏପରି ପରିସ୍ଥିତି ଉପୁଜିଥିବା କୁହାଯାଇଛି।

ଅଜାଣତରେ ହେଉ ଅବା ଶିକ୍ଷକଙ୍କ ଖାମଖିଆଲି ମନୋଭାବରୁ ଏଭଳି ଘଟଣା ଘଟିଛି । ଏହିପରି ଘଟଣା ଯେପରି ଆଗକୁ ନ ହେଉ ସେ ନେଇ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

Intro:ଛୁଟି ପରେ ସ୍କୁଲ ପରିସର ଭିତରେ ଦିବ୍ୟଙ୍ଗ ଛାତ୍ର କୁ ତାଲା ମାରି ପଳେଇଲେ ଶିକ୍ଷକ। ତେବେ ଏହା ଅଜାଣତରେ ହୋଇଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।Body:ସମ୍ବଲପୁର ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ରେ ଏକ ଅଭାବନିୟ ଘଟଣା ଦେଖିବକୁ ମିଳିଛି। ସ୍କୁଲ ପରିସର ଭିତରେ ଜଣେ ଦିବ୍ୟଙ୍ଗ ବାଳକ ଥିବା ଅବସ୍ଥାରେ ସ୍କୁଲର ମୁଖ୍ୟ ଗେଟ କୁ ତାଲା ମାରି ପଳାଇଲେ ଶିକ୍ଷକ। ଏମିତି ଘଟଣା ଘଟିଛି ସମ୍ବଲପୁର ରେଙ୍ଗାଲି ପୁରୁଣା ବସ୍ତି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏହି ସ୍କୁଲ ର ବାଳକ ଶିବା ସେଠ ସ୍କୁଲରେ ଥିବା ଅବସ୍ଥାରେ ଶିକ୍ଷକ ସ୍କୁଲ ଗେଟ ରେ ତାଲା ପକାଇ ଗତ ସୋମବାର ପଳାଇ ଯାଇଥିଲେ। ଏହା ପରେ ସ୍କୁଲରୁ ପୁଅ ନଫେରିବାରୁ ମା ସଂତୋଷିନି ବିଚଳିତ ହୋଇ ଖୋଜା ଖୋଜି ଆରମ୍ଭ କରିଥିଲେ। ତେବେ ସ୍କୁଲ ଭିତରେ ପିଲାଟି କାନ୍ଦିବା ସହ ଜୋର ରେ ଚିତ୍କାର କରିବାରୁ ସହି ପଡିଶା ଲୋକେ ଶିକ୍ଷକ ମାନଙ୍କୁ ଡକାଇ ଅଧଘଣ୍ଟା ପରେ ପିଲାଟିକୁ ଗେଟ ଖୋଲାଇ ଉଦ୍ଧାର କରିଥିଲେ। ଶିକ୍ଷକ ମାନଙ୍କ ଏପରି ଦାୟିତ୍ବହୀନତା ଓ ଖାମ ଖିଆଳି ମନୋବୃତି ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ତେବେ ଶିକ୍ଷକଙ୍କ କହିବା କଥା ହେଲା ସ୍କୁଲ ଟି ଏଲ-ସେପ ହୋଇଥିବା ବେଳେ ପଛପଟେ ବାରଣ୍ଡାରେ ଛାତ୍ର ଜଣକ ବସି ରହିଥିବାରୁ କୁଛି ଜଣା ପଡିନଥିଲା।ସେଥିପାଇଁ ଏପରି ପରିସ୍ଥିତି ଉପୁଜିଥିବା କୁହାଯାଇଛି।Conclusion:ଏହି ପରି ଘଟଣା ଯେପରି ଆଗକୁ ନ ହେଉ ସେନେଇ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.