ETV Bharat / state

ଉପନିର୍ବାଚନ ପ୍ରଚାର ମଇଦାନରେ ଧର୍ମେନ୍ଦ୍ର, କହିଲେ ଝାରସୁଗୁଡାରୁ ଆରମ୍ଭ ହେବ ପରିବର୍ତ୍ତନ - ଉପନିର୍ବାଚନ ସରଗରମ ନିର୍ବାଚନ ମୈଦାନ

ଝାରସୁଗୁଡା ଉପନିର୍ବାଚନ ସରଗରମ ନିର୍ବାଚନ ମୈଦାନ । ନିର୍ବାଚନୀ ମୈଦାନରେ ପ୍ରଚାର ପାଇଁ ଓହ୍ଲେଇଛନ୍ତି ବିଭିନ୍ନ ଦଳର ହେବିୱେଟ । ଅଧିକ ପଢ଼ନ୍ତୁ

ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି : ଧର୍ମେନ୍ଦ୍ର ପ୍ରଧାନ

author img

By

Published : May 7, 2023, 7:57 PM IST

ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି : ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡ଼ା: ଆସନ୍ତା 10 ତାରିଖରେ ଝାରସୁଗୁଡା ଉପନିର୍ବାଚନ । ସରଗରମ ନିର୍ବାଚନ ମୈଦାନ । ନିର୍ବାଚନୀ ମୈଦାନରେ ପ୍ରଚାର ପାଇଁ ଓହ୍ଲେଇଛନ୍ତି ବିଭିନ୍ନ ଦଳର ହେବିୱେଟ । ବିଜେଡି ସୁପ୍ରିମୋ ପ୍ରଚାର ପାଇଁ ଓହ୍ଲାଇଥିବା ବେଳେ, କୋଲାବିରା ବଡ଼ବାହାଲଠାରେ ବିଜେପି ପ୍ରାର୍ଥୀ ଟଙ୍କଧର ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା କହିବା ସହ ପରିବର୍ତ୍ତନର ଆରମ୍ଭ ଝାରସୁଗୁଡାରୁ କରାଯାଉ ବୋଲି ଆହ୍ବାନ ଦେଇଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ନିଜର ଅଭିଭାଷଣ ରଖିବା ପୂର୍ବରୁ ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଓ ଝିଅ ଦିପାଲୀଙ୍କୁ ନିଜର ସମବେଦନା ଜଣାଇ ଥିଲେ । ଏହାପରେ ସେ ସ୍ଥାନୀୟ ବରିଷ୍ଠ କଂଗ୍ରେସ ନେତା ସ୍ବର୍ଗତ ହେମାନନ୍ଦ ବିଶ୍ୱାଳ ଓ ପୂର୍ବତନ ବାଚସ୍ପତି ସ୍ବର୍ଗତ କିଶୋର ମହାନ୍ତିଙ୍କ ସ୍ମୃତିଚାରଣ କରିଥିଲେ ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ରାଜ୍ୟ ସରକାର ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି । ବର୍ତ୍ତମାନ ରାଜ୍ୟରେ ସ୍ଥାଣୁ, ଅପାରଗ ଓ ଲୋକବିରୋଧୀ ଶାସନ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ହାତରେ କିଛି ନିୟନ୍ତ୍ରଣ ନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦିନ ଦ୍ବିପ୍ରହରରେ ହତ୍ୟା, ଝାରସୁଗୁଡାର ଜଣେ ବ୍ୟବସାୟୀଙ୍କ ପୁଅର ଅପହରଣ ପରେ ହତ୍ୟା ରାଜ୍ୟର ଆଇନ ବ୍ୟବସ୍ଥାର କରୁଣ ଚିତ୍ରକୁ ଦର୍ଶାଉଛି ।"

ଏହାସହ ସେ ଆହୁରି କହିଛନ୍ତି, "ସମ୍ବଲପୁରରେ ରାଷ୍ଟ୍ର ବିରୋଧୀ ତତ୍ତ୍ବ ଆଜି ରାଜ୍ୟ ସରକାରଙ୍କ ପାଇଁ ସକ୍ରିୟ ହେଉଛି । ହନୁମାନ ଜୟନ୍ତୀ ସମୟରେ ହୋଇଥିବା ହିଂସା ପାଇଁ ରାଜ୍ୟ ସରକାର ହିଁ ଦାୟୀ । ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟାର ଗୁଡୁ ମୁସଲିମ କାହା ସହଯୋଗରେ ଓଡିଶାରେ ଲୁଚିଥିଲା ।" ରାଜା ଖାନ କିଏ ? କେଉଁ ବିଜେଡି ନେତା ସହ ତାର ସମ୍ପର୍କ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହାସହ ଶାସକ ଦଳର ମନ୍ତ୍ରୀଙ୍କ ବିରୁଦ୍ଧରେ ତାଙ୍କ ଦଳର ମହିଳା ନେତ୍ରୀମାନେ ଯୌନ ଶୋଷଣର ଅଭିଯୋଗ ଆଣୁଥିବା ବେଳେ ସାଧାରଣ ବ୍ୟକ୍ତି ସୁରକ୍ଷିତ । ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ ଧର୍ମ ପାଳନ କରନ୍ତୁ ବୋଲି ସେ ପୁଣି ଦୋହରାଇ ଥିଲେ । ଏଭଳି ସ୍ଥିତିରେ ରାଜ୍ୟର ସରକାର ପରିବର୍ତ୍ତନ ପାଇଁ ଝାରସୁଗୁଡା ଉପନିର୍ବାଚନ ଏକ ସୁଯୋଗ ଆଣିଛି, ତେଣୁ ଏଥର ଝାରସୁଗୁଡାରେ ବିଜେପିକୁ ଭୋଟ ଦେଇ ବିଜୟୀ କରିବାକୁ ସେ କହିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.