ସମ୍ବଲପୁର: ଧନୁପାଲି ଥାନା ଅନ୍ତର୍ଗତ ଗେଙ୍ଗୁଟିପାଲି ଠାରେ ଘଟିଥିବା ଏମ.ଡି ଅଫତାର ହତ୍ୟାକାଣ୍ଡ ଘଟଣାର ପଦ୍ଦାଫାସ କରିଛି ସମ୍ବଲପୁର ପୋଲିସ । ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ବଲପୁର ଧନୁପାଲି ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା କହିଛନ୍ତି ସମ୍ବଲପୁର ଏସ.ପି ବାତୁଲା ଗଙ୍ଗାଧର ।

ଏନେଇ ସମ୍ବଲପୁର ଏସ.ପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି, ଗତ ଡିସେମ୍ବର ୬ ତାରିଖରେ ଗେଙ୍ଗୁଟିପାଲି ବନ୍ଧ ନିକଟରେ ଏମ.ଡି ଅଫତାର ନାମକ ଜଣେ ଯୁବକକୁ ହତ୍ୟା କରାଯାଇଥିଲା । ଯୁବକର ମୃତ୍ୟୁ ପରେ ମୁଣ୍ଡକୁ ଅତି ନିର୍ମମ ଭାବେ ଛେଚା ଯାଇଥିଲା । ଏହି ହତ୍ୟାକାଣ୍ଡକୁ ନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା । ପରେ ହତ୍ୟାକାରୀକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା କହିଛନ୍ତି ଏସପି । ତେବେ ବ୍ୟକ୍ତିଗତ ଝଗଡା ଯୋଗୁଁ ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି ଏସ.ପି । ଏହି ହତ୍ୟାକାଣ୍ଡ ଘଟଣାରେ ଧନୁପାଲି ପୋଲିସ ସୁନାପାଲି ଦିକ୍ଷିତପାଲି ଅଜୟ ମୁଣ୍ଡା ଓ ଦଲେଇପଡାର ରାକେସ ଖମାରିଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ କୁମାର ରଣା, ଇଟିଭି ଭାରତ