ETV Bharat / state

ମା' ସମଲେଶ୍ବରୀଙ୍କ ଧବଳମୁଖୀ ବେଶ, ସ୍ବତନ୍ତ୍ର ପ୍ରସାଦ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

author img

By

Published : Sep 28, 2019, 11:24 AM IST

Updated : Sep 28, 2019, 1:10 PM IST

ଆଜି ପିତୃପକ୍ଷର ଶେଷ ଦିନ ଅର୍ଥାତ ପବିତ୍ର ମହାଳୟା ପର୍ବ । ଏହି ଦିନରେ ଅଧିଷ୍ଠ୍ରାତୀ ମା' ସମଲେଶ୍ବରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ମା' ସମଲେଶ୍ବରୀଙ୍କ ଧବଳମୁଖୀ ବେଶ

ସମ୍ବଲପୁର: ଆଜି ହେଉଛି ପବିତ୍ର ମହାଳୟା ପର୍ବ । ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ବର୍ଷ ତମାମ ସିନ୍ଦୂର ମଣ୍ଡିତା ହୋଇ ପୂଜା ପାଉଥିବା ମା' ପବିତ୍ର ମହାଳୟାରେ ଗଙ୍ଗା ରୂପ ଧାରଣ କରିଛନ୍ତି । ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପରେ ମା'ଙ୍କ ଧବଳମୁଖୀ ରୂପ ଦର୍ଶନ କଲେ ଗଙ୍ଗା ସ୍ନାନର ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଆସିଛି ।

ଯେଉଁମାନେ ପିଣ୍ଡଦାନ କରିବା ପାଇଁ ଗଙ୍ଗା ଯିବାକୁ ଅସମର୍ଥ ହୁଅନ୍ତି, ସେମାନେ ଏହି ଦିନରେ ଘରେ ପିଣ୍ଡଦାନ କରି ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନ କରିଥାନ୍ତି । ତେବେ ମା'ଙ୍କ ଏହି ବେଶକୁ ଗଙ୍ଗା ବେଶ ବୋଲି ମଧ୍ୟ କୁହାଯାଏ । ତେବେ ଧବଳମୁଖୀ ବେଶ ଦର୍ଶନ କରିବା ପାଇଁ ସକାଳୁ ସନ୍ଧ୍ୟା ଯାଏଁ ଭକ୍ତଙ୍କ ସମାଗମ ହୋଇଥାଏ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଆଜି ସକାଳୁ ନିୟମିତ ସମୟର ଏକ ଘଣ୍ଟା ପୂର୍ବରୁ ପହୁଡ ଖୋଲାଯାଇ ମା'ଙ୍କର ଧବଳମୁଖୀ ବେଶ କରାଯାଏ । ଏଥିସହ ଏକ ସ୍ବତନ୍ତ୍ର ଭୋଗ ମଧ୍ୟ ଲଗାଯାଏ । ଯାହା ବର୍ଷର ଅନ୍ୟ କୌଣସି ଦିନରେ ମା'ଙ୍କୁ ଅପର୍ଣ କରାଯାଇ ନାହିଁ । ମନ୍ଦିର ପରିସରରେ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନକୁ ଶୃଙ୍ଖଳିତ କରିବା
ନେଇ ପୋଲିସ ଓ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତେବେ ବିଶ୍ବାସ ରହିଛି ମା'ଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ଆଜି ମହାଲୟା ତିଥିରେ ମା ସମଲେଶ୍ୱରୀ ଧବଳମୁଖୀ ବେଶ ବା ଗଙ୍ଗା ବେଶରେ ଦର୍ଶନ ଦେଉଛନ୍ତିBody:
:ଆଜି ପବିତ୍ର ମହାଳୟା ପର୍ବ ଏହି ମହାଳୟା ପର୍ବରେ ଅନୁଷ୍ଠିତ ହୁଏ ସମଲେଶ୍ବରୀ ଙ୍କ ଧବଳମୁଖୀ ବେଶ । ବର୍ଷ ତମାମ ସମଲେଶ୍ବରୀ ସିନ୍ଦୁର ମୁହିଁ ବେଶରେ ପୂଜା ପାଉଥିବା ବେଳେ ମହାଳୟା ଦିନ ମା ଧବଳମୁଖୀ ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଇଥାନ୍ତି । ମହାଳୟା ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ସମଲେଶ୍ବରୀ ଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ଗଂଗା ସ୍ନାନ ର ପୁଣ୍ୟ ମିଳେ ବିଶ୍ୱାସ ରହି ଆସିଛି । ଯେଉଁ ମାନେ ପିତୃପୁରୁଷ ଙ୍କ ପିଣ୍ଡଦାନ କରିବା ପାଇଁ ଗଙ୍ଗା ଯିବାକୁ ଅସମର୍ଥ ହୁଅନ୍ତି ସେମାନେ ଏହି ଦିନ ଘରେ ପିଣ୍ଡଦାନ କରି ସମଲେଶ୍ବରୀ ଙ୍କ ଧବଳମୁଖୀ ବେଶ ଦର୍ଶନ କରିଥାନ୍ତି। ସମଲେଶ୍ବରୀ ଙ୍କ ଏହି ବେଶ କୁ ଗଙ୍ଗା ବେଶ ବୋଲି ମଧ୍ୟ କୁହାଯାଏ । ଏହି ଧବଳମୁଖୀ ବେଶ ଦର୍ଶନ କରିବା ପାଇଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ହୋଇଥାଏ। ଆଜି ସକାଳୁ ନିୟମିତ ସମୟର ଏକ ଘଣ୍ଟା ପୂର୍ବରୁ ପହୁଡ଼ ଖୋଲାଯାଇ ମା ଙ୍କର ଧବଳମୁଖୀ ବେଶ କରାଯାଇଛି। ଆଜି ମା ଙ୍କ ନିକଟରେ ଯେଉଁ ସ୍ୱତନ୍ତ୍ର ଭୋଗ ଲଗାଯାଏ ତାହା ବର୍ଷର ଅନ୍ୟ କୌଣସ ଦିନ ମା ଙ୍କୁ ଅର୍ପଣ କରାଯାଏ ନାହିଁ । ମଂଦିର ପରିସରରେ ସମଲେଶ୍ବରୀ ଙ୍କ ଧବଳମୁଖୀ ବେଶ ଦର୍ଶନ କୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ଓ ମଂଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
Conclusion:ମା ଙ୍କ ଏହି ବେଶ ଦର୍ଶନ କଲେ କୋଟି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି।
Last Updated : Sep 28, 2019, 1:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.