ETV Bharat / state

ମାଆ ସମଲେଇ ଦର୍ଶନରୁ ନୂଆବର୍ଷ ଆରମ୍ଭ, ମନ୍ଦିରରେ ଭକ୍ତଙ୍କ ଖଚାଖଚ ଭିଡ଼

author img

By

Published : Jan 1, 2023, 7:07 PM IST

ମାଆ ସମଲେଇଶ୍ବରୀଙ୍କ ଦର୍ଶନରୁ ନୂଆବର୍ଷର ଆରମ୍ଭ କରିଛନ୍ତି ସମ୍ବଲପୁରବାସୀ । ମାଆଙ୍କ କରୁଣା ପାଇବା ପାଇଁ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

darshan of Maa Samalei
ମାଆ ସମଲେଇ ଦର୍ଶନ
ମାଆ ସମଲେଇ ଦର୍ଶନ

ସମ୍ବଲପୁର : ବିଦାୟ ନେଇଛି ବର୍ଷ 2022 । ଆସିଛି ନୂଆବର୍ଷ 2023 । ଏହି ଅବସରରେ ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁ ନାହିଁନଥିବା ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ଶ୍ରଦ୍ଧାଳୁମାନେ ମାଆଙ୍କ ଦର୍ଶନ ପାଇବା ପାଇଁ ମନ୍ଦିର ପରିସରରେ ଲମ୍ବା ଧାଡ଼ି କରି ଛିଡ଼ା ହୋଇଥିଲେ ।

ସମ୍ବଲପୁରବାସୀଙ୍କ ବିଶ୍ବାସ ରହିଛି ଆଜି ମାଆ ସମଲେଶ୍ୱରୀଙ୍କ ଦର୍ଶନ କଲେ ବର୍ଷ ତମାମ ପରିବାରର ସୁଖ ସମୃଦ୍ଧି ବଜାୟ ରହିବ । ଅନ୍ୟପକ୍ଷରେ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା କରାଯାଇଛି । ମନ୍ଦିରର ପଛପଟ ଦ୍ୱାରରୁ ଭକ୍ତଙ୍କ ପ୍ରବେଶ କରାଯାଉଥିବା ବେଳେ ସମ୍ମୁଖ ଦ୍ୱାରରୁ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି । ନୂଆବର୍ଷ ଅବସରରେ ଭକ୍ତଙ୍କ ପାଇଁ ଶୁଖିଲା ଭୋଗର ବ୍ୟବସ୍ଥା ମଧ୍ୟ କରାଯାଇଛି । ପାଖାପାଖି 50ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।

ଏହାମଧ୍ୟ ପଢ଼ନ୍ତୁ. କଳାହାଣ୍ଡିରେ ନବବର୍ଷର ଉତ୍ସାହ, ମାଣିକେଶ୍ଵରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ଏ ସମ୍ପର୍କରେ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ କହିଛନ୍ତି, "ଆଜି ନୂଆବର୍ଷ । ଏକ ନୂଆ ଦିନ, ନୂଆ କିରଣକୁ ଦେଖିଛି ସାରା ବିଶ୍ବ । ତେବେ ଏହି ବର୍ଷ କେମିତି ସମସ୍ତଙ୍କର ମଙ୍ଗଳମୟ ହେବ ସେନେଇ ମାଆ ସମଲେଇଶ୍ବରୀଙ୍କ ଠାରେ ଆମେ ପ୍ରାର୍ଥନା କରିଛୁ । ଏନେଇ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ନାହିଁନଥିବା ଭିଡ଼ ଲାଗିଛି । ବିଗତ ଦୁଇବର୍ଷ ଭିତରେ କୋଭିଡ କଟକଣା ଭିତରେ ଯେଉଁ ପ୍ରକାରର ଦର୍ଶନ ହୋଇଥିଲା ସେଥିରେ ଆମେମାନେ ଖୁସି ନଥିଲୁ । ବହୁତ କଟକଣା ଭିତରେ ଦର୍ଶନ କରିଥିଲୁ। କିନ୍ତୁ ଏଥର କଟକଣା ନଥିବାରୁ ପ୍ରତ୍ୟେକ ଶ୍ରଦ୍ଧାଳୁ ଆନନ୍ଦ ଉଲ୍ଲାସରେ ଆସି ମାଆଙ୍କୁ ଦର୍ଶନ କରିପାରୁଛନ୍ତି । ନବବର୍ଷର ପ୍ରଥମ ସକାଳରେ ମାଆଙ୍କ ଦର୍ଶନ କରୁଛନ୍ତି । ଏହାସହ ନିଜ ପାଇଁ, ପରିବାର ପାଇଁ ଓ ଜଗତର ମଙ୍ଗଳ କାମନା କରୁଛନ୍ତି । ଶୃଙ୍ଖଳିତ ଦର୍ଶନ ଚାଲିଛି । ସକାଳ 5ଟାରେ ମାଆଙ୍କ ମଙ୍ଗଳ ଆଳତୀ ପରେ ଭକ୍ତମାନେ ଦର୍ଶନ କରିଥିଲେ । ନୂଆବର୍ଷକୁ ନେଇ ସଭିଙ୍କ ମନରେ ରହିଛି ଉଲ୍ଲାସ । ସମସ୍ତେ ନୂଆବର୍ଷରେ ମନ୍ଦିର ଯାଇ ଦେବାଦେବୀଙ୍କ ଆଶୀର୍ବାଦ ନେଇଥାନ୍ତି । ଏନଇ ମାଆ ସମଲେଶ୍ବରୀଙ୍କୁ ଭକ୍ତମାନେ ଦର୍ଶନ କରି ବହୁତ ଖୁସି ଅନୁଭବ କରୁଛନ୍ତି ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.