ETV Bharat / state

ଦାରିଦ୍ର୍ୟ ଦୁଃଖରେ କାନ୍ଦୁଛି କନ୍ଦର୍ପଙ୍କ ପରିବାର, ସହାୟତାକୁ ଅପେକ୍ଷା - family seeks govt help

ଗାନ୍ଧିପଡା ବସ୍ତି ଅଞ୍ଚଳରେ ଏକ ଭଙ୍ଗା ଦଦରା ଘରେ ରହୁଛନ୍ତି କନ୍ଦର୍ପ ବାଗଙ୍କ ପରିବାର। କନ୍ଦର୍ପ ବାଗ ନିଜେ ବି ଜଣେ ଦିବ୍ୟାଙ୍ଗ ହୋଇଥିବାବେଳେ ଦଉଡିଆ ଖଟରେ ଅକ୍ଷମ ହୋଇ ଶୋଇରହିଛି ଘରର ଭେଣ୍ଡିଆ ପୁଅ । ଏମିତି ସ୍ଥିତିରେ ଏବେ ଘରର ରୁଗ୍ଣ ସ୍ତ୍ରୀ, 80 ବର୍ଷର ବୁଢ଼ୀ ମା ଓ ଶଯ୍ୟାଶାୟୀ ଭେଣ୍ଡିଆ ପୁଅ ସାଙ୍ଗକୁ 2 ଛୋଟ ନାତିନାତୁଣୀଙ୍କ ଦାୟିତ୍ୱ ବି କନ୍ଦର୍ପ ବାଗଙ୍କ ଉପରେ।

ସହାୟତା ଅପେକ୍ଷାରେ ଅସହାୟ ଦିବ୍ୟାଙ୍ଗ ପରିବାର
ସହାୟତା ଅପେକ୍ଷାରେ ଅସହାୟ ଦିବ୍ୟାଙ୍ଗ ପରିବାର
author img

By

Published : Feb 16, 2021, 9:06 PM IST

ସମ୍ବଲପୁର: ସରକାରୀ ସହାୟତା ଅପେକ୍ଷାରେ ଅସହାୟ ଦିବ୍ୟାଙ୍ଗ ପରିବାର। ସମ୍ବଲପୁର ମହାନଗର ନିଗମ ସରଳାକାନୀ, ଗାନ୍ଧିପଡାରେ ରହୁଥିବା କନ୍ଦର୍ପ ବାଗ ଓ ତାଙ୍କ ପରିବାରର ଦୁଃଖ କହିଲେ ନସରେ। କନ୍ଦର୍ପ ବାଗ ନିଜେ ଏବେ ଜଣେ ଦିବ୍ୟାଙ୍ଗ । ଆଉ ତାଙ୍କ ସହିତ ତାଙ୍କର ରୁଗ୍ଣ ସ୍ତ୍ରୀ, 80 ବର୍ଷର ବୁଢ଼ୀ ମା, ଶଯ୍ୟାଶାୟୀ ପୁଅ ଓ 2 ଛୋଟ ନାତିନାତୁଣୀ ଅଛନ୍ତି। ଆଉ ଏହି ଅସହାୟ ପରିବାରର ଦାୟିତ୍ୱ କନ୍ଦର୍ପ ବାଗଙ୍କ ଉପରେ। ସରକାରୀ ସହାୟତା କହିଲେ କେବଳ 20 କେଜି ଚାଉଳ। ଏଭଳି ପରିସ୍ଥିତିରେ ଦିବ୍ୟାଙ୍ଗ କନ୍ଦର୍ପ ବାଗଙ୍କ ପରିବାର ଏବେ ସରକାରୀ ସହାୟତା ପାଇଁ ସଂଘର୍ଷ କରୁଛି।

ସହାୟତା ଅପେକ୍ଷାରେ ଅସହାୟ ଦିବ୍ୟାଙ୍ଗ ପରିବାର

ସମ୍ବଲପୁର ସହରର ସରଳାକାନୀ ଅଞ୍ଚଳର ଗାନ୍ଧିପଡା ବସ୍ତି ଅଞ୍ଚଳରେ ଏକ ଭଙ୍ଗା ଦଦରା ଘରେ ରହୁଛନ୍ତି କନ୍ଦର୍ପ ବାଗଙ୍କ ପରିବାର। କନ୍ଦର୍ପଙ୍କୁ 63 ବର୍ଷ ହୋଇଯାଇ ଥିବାବେଳେ ଅଢେଇ ବର୍ଷ ହେଲା ପାରାଲିସିସ ଯୋଗୁଁ ଏବେ ସେ କୌଣସି କାର୍ଯ୍ୟ କରିବା ପାଇଁ ସମ୍ପୁର୍ଣ୍ଣ ଅକ୍ଷମ । ତାଙ୍କ ସହିତ ତାଙ୍କର 80 ବର୍ଷୀୟ ବୁଢ଼ୀମା, ରୁଗ୍ଣ ସ୍ତ୍ରୀ ଥିବା ବେଳେ ତାଙ୍କର ଭେଣ୍ଡିଆ ପୁଅ ବି ଅଜଣା ରୋଗର ଶିକାର ହୋଇ ଏବେ ଶଯ୍ୟାଶାୟୀ।

ଏଭଳି ସ୍ଥିତିରେ ତାଙ୍କର ବୋହୂ ବି ଘର ଛାଡ଼ି ଚାଲିଯିବା ପରେ ଏବେ 2 ନାତିଙ୍କ ଚିନ୍ତା ବି ମୁଣ୍ଡ ଉପରେ । ଆଉ ଏହି 6 ପ୍ରାଣୀ କୁଟୁମ୍ବଙ୍କ ପେଟପାଟଣାର ଚିନ୍ତା ଘାରୁଛି କନ୍ଦର୍ପ ବାଗଙ୍କୁ। ନିଜେ କିଛି ବି କାମ କରି ପାରୁ ନଥିବାବେଳେ ନିଜର 80 ବର୍ଷୀୟ ବୁଢ଼ୀମା ଓ ତାଙ୍କର ରୋଗୀଣା ସ୍ତ୍ରୀ ଏକ ଛୋଟ ପାନ ଦୋକାନ ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି।

ତାଙ୍କ 80 ବର୍ଷୀୟ ବୁଢ଼ୀ ମା' ଙ୍କୁ ସରକାରୀ ଯୋଜନାରେ ମିଳୁଥିବା 20 କେଜି ଚାଉଳରେ କଷ୍ଟେ ମଷ୍ଟେ ପରିବାର ଚାଲୁଛି। ତେବେ ଏହି ଅସହାୟ ପରିବାର ଆଉ କୌଣସି ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରି ନଥିବାରୁ ସରକାରୀ ସହାୟତା ପାଇଁ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କୁ କୌଣସି ସହାୟତା ମିଳିପାରି ନାହିଁ।

ଏଭଳି ସ୍ଥିତିରେ ସମ୍ବଲପୁରର ସ୍ବଇଚ୍ଛା ସ୍ବେଚ୍ଛାସେବୀ ସଙ୍ଗଠନର କିଛି ସଦସ୍ୟ ଏହି ପରିବାରକୁ 5,000 ଟଙ୍କାର ଆର୍ଥିକ ସହାୟତା ଦେବା ସହ ଗୋଟିଏ ମାସର ରାସନ ଓ ଏକ ହୁଇଲ ଚେୟାର ପ୍ରଦାନ କରିଛନ୍ତି । ଏହାସହ ଏହି ସ୍ବେଚ୍ଛାସେବୀ ସଂଙ୍ଗଠନ କନ୍ଦର୍ପ ବାଗକୁ ନେଇ ଜିଲ୍ଲା ପ୍ରଶାସନର ଭିନ୍ନକ୍ଷମ ଅଧିକାରୀଙ୍କ ସହ ଦେଖା କରାଇ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି। ଅନ୍ୟପଟେ ଜିଲ୍ଲା ଭିନ୍ନକ୍ଷମ ଅଧିକାରୀ ଆଗାମୀ କିଛିଦିନ ଭିତରେ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.