ETV Bharat / state

ଗନ୍ଧମାର୍ଦ୍ଦନ ପର୍ବତମାଳାରେ ପର୍ଯ୍ୟଟନର ବିକାଶ ପାଇଁ ଦାବି - Gandhamardhan Protection Youth Council

ସମ୍ବଲପୁର ଜିଲ୍ଲାରେ ପର୍ଯ୍ୟଟନସ୍ଥଳୀ ଭାବରେ ଅନେକ ସ୍ଥାନ ରହିଛି । ଜିଲ୍ଲାରେ ଥିବା ଗନ୍ଧମାର୍ଦ୍ଦନ ପ୍ରବତମାଳାରେ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ଦାବି କରିଛି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ । ଅଧିକ ପଢନ୍ତୁ...

ଗନ୍ଧମାର୍ଦ୍ଦନ ପର୍ବତମାଳାରେ ପର୍ଯ୍ୟଟନର ବିକାଶ ଦାବି

author img

By

Published : Feb 28, 2021, 8:23 AM IST

ସମ୍ବଲପୁର: ପଶ୍ଚିମ ଓଡିଶାର ହରିଶଙ୍କର ଓ ନୃସିଂହ ନାଥ ଅଞ୍ଚଳରେ ପର୍ଯ୍ୟଟନର ବ୍ୟାପକ ସୁଯୋଗ ରହିଛି । ତେଣୁ ଏହି ଅଞ୍ଚଳକୁ ଇକୋ ଟୁରିଯିମ,ଧାର୍ମିକ ଟୁରିଯିମ ଓ ହେଲଥ ଟୁରିଯିମର ବିକାଶ ପାଇଁ ରାଜ୍ୟ ସରକରାଙ୍କୁ ଦାବି କରିଛି ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ।

ଗନ୍ଧମାର୍ଦ୍ଦନ ପର୍ବତମାଳାରେ ପର୍ଯ୍ୟଟନର ବିକାଶ ଦାବି

ଗନ୍ଧମାର୍ଦ୍ଦନ ପର୍ବତମାଳାରେ 2225 ପ୍ରକାରର ଦୁର୍ଲଭ ଔଷଧୀୟ ବୃକ୍ଷ ଓ 2500 ପ୍ରଜାତିର ଫୁଲ ଗଛ ରହିଛି । ଏହା ସହ ସେଠାକାର ପ୍ରାକୃତିକ ପରିବେଶ ଓ ଝରଣା ଅତ୍ୟନ୍ତ ମନୋରମ । ଏଭଳି କ୍ଷେତ୍ରରେ ବର୍ତ୍ତମାନ ଭିତ୍ତିଭୂମି ନଥାଇ ମଧ୍ୟ ବର୍ତ୍ତମାନ ବାର୍ଷିକ 5 ଲକ୍ଷ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି। ଏଥିପାଇଁ ଏହି ଅଞ୍ଚଳର ରାସ୍ତାଘାଟ ସହ ସଟିଭଟା ଏୟାର ଷ୍ଟ୍ରିପର ବିକାଶ କରାଗଲେ ପର୍ଯ୍ୟଟକଙ୍କ ସଂଖ୍ୟା 10 ଲକ୍ଷକୁ ବୃଦ୍ଧି ପାଇବ। ଏହା ସହ ଏଠାରେ ପଞ୍ଚକର୍ମ ଓ ଅନ୍ୟାନ୍ୟ ଅୟୁର୍ବେଦିକ ଉପଚାର ପାଇଁ ବ୍ୟବସ୍ଥା କରାଗଲେ ଏଠାରେ ଆୟୁର୍ବେଦିକ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟପାକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଇକୋ ଟ୍ୟୁରିଯିମ ଓ ଆଧ୍ୟାତ୍ମିକ ଟ୍ୟୁରିଯିମ ସହ ହେଲଥ ଟ୍ୟୁରିଯିମର ବିକାଶ ହେବ ବୋଲି ପରିଷଦ କହିଛି।

ଏହି ଅଞ୍ଚଳରେରେ 500 କୋଟି ଟଙ୍କା ପର୍ଯ୍ୟଟନ ବିକାଶ ପାଇଁ ବିନିଯୋଗ କରାଗଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ 10ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପରିଷଦ ପକ୍ଷରୁ କୁହାଯାଇଛି।ଏହା ଦ୍ୱାରା କୃଷି କ୍ଷେତ୍ରରେ ଚାପ କମିବା ସହ ଦାଦନ ଚାଲାଣ ହ୍ରାସ ପାଇବ ବୋଲି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଦୃଢ଼ତାର ସହ କହିଛି। ଏଥିପାଇଁ ରାଜ୍ୟ ସରକାର ଏହାର ବିକାଶ କରନ୍ତୁ ବୋଲି ଏକ ଖସଡ଼ା ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପରିଷଦ ପକ୍ଷରୁ ଦିଆଯାଇଛି।

ସମ୍ବଲପୁରରୁ ବାଦଶାହା ଜୁସମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.