ETV Bharat / state

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ବ ନେଲେ ଦୀପକ କୁମାର - ips depak kumar

ଉତ୍ତରାଞ୍ଚଳ ନୂତନ ପୋଲିସ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଦୀପକ କୁମାର । ଆଇଜି ନରସିଂହ ଭୋଳଙ୍କ ଠାରୁ ନେଲେ ଦାୟିତ୍ବ । ଅଧିକ ପଢନ୍ତୁ...

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ବ ନେଲେ ଦୀପକ କୁମାର
ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ବ ନେଲେ ଦୀପକ କୁମାରତ୍ବ ନେଲେ ଦୀପକ କୁମାର
author img

By

Published : Jun 13, 2021, 5:37 PM IST

ସମ୍ବଲପୁର:ଉତ୍ତରାଞ୍ଚଳ ନୂତନ ପୋଲିସ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଦୀପକ କୁମାର। ଆଜି ସମ୍ବଲପୁରରେ ଉତ୍ତରାଞ୍ଚଳ ରେଞ୍ଜର 5 ଟି ଜିଲ୍ଲାର ସମସ୍ତ ଏସପିଙ୍କ ଉପସ୍ଥିତିରେ IG ନରସିଂହ ଭୋଳଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଦୀପକ କୁମାର ।

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ବ ନେଲେ ଦୀପକ କୁମାର

ସେଣ୍ଟ୍ରାଲ ଡେପୁଟେସନରୁ ଫେରିବା ପରେ ତାଙ୍କୁ ଉତ୍ତରାଞ୍ଚଳ DIG ରୂପେ ରାଜ୍ୟ ସରକାର ଅବସ୍ଥାପିତ କରିଛନ୍ତି । ଏହି ରେଞ୍ଜର କେଉଁ ପ୍ରସଙ୍ଗ ଉପରେ ବିଶେଷ ଫୋକସ ଦିଆଯିବ ଓ ମାଓ ସମସ୍ୟା ଉପରେ କି ରଣନୀତି ଗ୍ରହଣ କରାଯିବ ପ୍ରଶ୍ନର ଉତ୍ତରରେ ସବୁ ଜିଲ୍ଲାର ଏସପିଙ୍କ ସହିତ ଆଲୋଚନା କରି ସାରିବା ପରେ ଏସବୁ ପ୍ରସଙ୍ଗ ଉପରେ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଡିଆଇଜି ଦୀପକ କୁମାର କହିଛନ୍ତି । ସେ ପୂର୍ବରୁ ବଲାଙ୍ଗୀର ଏସପି ଭାବେ କାମ କରିଥିବାରୁ ତାଙ୍କୁ ବିଶେଷ କିଛି ଅସୁବିଧା ହେବନାହିଁ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଆଦି ଜିଲ୍ଲାର ଏସପି ଏହି ଦାୟିତ୍ୱ ହସ୍ତାନ୍ତର ସମୟରେ ଉପସ୍ଥିତ ରହିଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.