ETV Bharat / state

Sambalpur Violence: ସମ୍ବଲପୁରରୁ ହଟିଲା କର୍ଫ୍ୟୁ

ସମ୍ବଲପୁରରେ ହନୁମାନ ଜୟନ୍ତୀ ହିଂସାକାଣ୍ଡ ଘଟଣା । ଧନୁପାଲୀ ଥାନା ଓ ଟାଉନ ଥାନା ଅଞ୍ଚଳରୁ ହଟିଲା କର୍ଫ୍ୟୁ । ଅଧିକ ପଢନ୍ତୁ

author img

By

Published : Apr 30, 2023, 9:24 AM IST

curfew withdrawn in sambalpur
curfew withdrawn in sambalpur
curfew withdrawn in sambalpur

ସମ୍ବଲପୁର: କର୍ଫ୍ୟୁ ମୁକ୍ତ ହେଲା ସମ୍ବଲପୁର ସହର । ଅନ୍ୟ 2 ଥାନା ଅଞ୍ଚଳରୁ ହଟିଲା କର୍ଫ୍ୟୁ । ଧନୁପାଲୀ ଥାନା ଓ ଟାଉନ ଥାନା ଅଞ୍ଚଳରୁ ଗତ ରାତିରୁ କର୍ଫ୍ୟୁ ହଟାଇଛି ଜିଲ୍ଲା ପ୍ରଶାସନ । ପୂର୍ବରୁ ଅନ୍ୟ ଚାରିଟି ଥାନା ଅଇଁଠାପାଲି, ଵରେଇପାଲି, କ୍ଷେତରାଜପୁର ଓ ସଦର ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଥିଲା । ପରିସ୍ଥିତି ସ୍ବାଭାବିକ ହେବାରୁ ଆଜି ଆଉ ଦୁଇ ଥାନା ଅଞ୍ଚଳରୁ କର୍ଫ୍ୟୁ ହଟାଇଛି ଜିଲ୍ଲା ପ୍ରଶାସନ ।

ସମ୍ବଲପୁରରେ ହନୁମାନ ଜୟନ୍ତୀ ହିଂସାକାଣ୍ଡ ପରେ ଏହି 6ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରାଯାଇଥିଲା । ସେହିପରି ଜିଲ୍ଲାରେ ଇଣ୍ଟରନେଟ ସେବା ମଧ୍ୟ 10 ଦିନ ପାଇଁ ବନ୍ଦ ରହିଥିଲା । ଯାହା ଗତ 23 ତାରିଖ ସକାଳ 6ଟାରୁ ସଚଳ ହୋଇଥିଲା । ସହରରେ ଜିଲ୍ଲା ବାହାରର କୌଣସି ପ୍ରତିନିଧି ଦଳ ପ୍ରଶାସନର ବିନା ଅନୁମତିରେ ପ୍ରବେଶ, ରାଜନୈତିକ, ସାମାଜିକ ଅଥବା ବ୍ୟକ୍ତିଗତ ସଭା ସମିତି କରିପାରିବେ ନାହିଁ ବୋଲି କୁହାଯାଇଛି ।

ହନୁମାନ ଜୟନ୍ତୀ ପୂର୍ବରୁ ଗତ 12 ତାରିଖରେ ଧନୁପାଲି ଛକରୁ ଏକ ବାଇକ ଶୋଭାଯାତ୍ରା ହୋଇଥିଲା । ଏହି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ପଥର ମାଡ ହୋଇଥିଲା । ଫଳରେ 15ରୁ ଊର୍ଦ୍ଧ୍ବ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ସମ୍ବଲପୁରରେ 144 ଧାରା ଲାଗୁ କରାଯାଇଥିଲା । ପରେ ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଗତ 13 ତାରିଖରେ ପ୍ରଥମ ଥର ଇଣ୍ଟରନେଟ ସେବାକୁ 48 ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା ।

ପୁଣି ଏପ୍ରିଲ 14 ତାରିଖ ହନୁମାନ ଜୟନ୍ତୀରେ ଗୋଷ୍ଠୀ ସଂଘର୍ଷ ଓ ଅଗ୍ନିକାଣ୍ଡ ଘଟିଥିଲା । ଯାହାକୁ ନେଇ ଜିଲ୍ଲାରେ ବାରମ୍ବାର ଇଣ୍ଟରନେଟ ସେବାକୁ ବନ୍ଦ କରିବା ସହ ସମ୍ବଲପୁରର 6ଟି ଥାନା ଅଞ୍ଚଳ ଧନୁପାଲୀ, ଟାଉନ, ଅଇଁଠାପାଲି, ଵରେଇପାଲି, କ୍ଷେତରାଜପୁର ଓ ସଦର ଥାନା ଅଞ୍ଚଳରେ କର୍ଫ୍ୟୁ ଘୋଷଣା ହୋଇଥିଲା । ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ କର୍ଫ୍ୟୁ ଘୋଷଣା ହୋଇଥିଲା ।

ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସକାଳ 8ଟା ରୁ 10ଟା ଯାଏଁ ଓ ସନ୍ଧ୍ୟା 3ଟା30ରୁ 5.30 ଯାଏଁ ସମୟ ନିର୍ଦ୍ଧାରିତ ହୋଇଥିଲା । ମେଡିକାଲ ଏମରଜେନ୍ସି ପାଇଁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଥିଲା । ସହରରେ କର୍ଫ୍ୟୁ ଲାଗିବା ପରେ 6ଟି ଥାନା ଅଞ୍ଚଳରେ ଦୋକାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ସବୁ ବନ୍ଦ ରହିଥିଲା । ପରେ ଧିରେ ଧିରେ ସ୍ଥିତି ସ୍ବାଭାବିକ ହେବାରୁ କର୍ଫ୍ୟୁକୁ କୋହଳ କରାଯାଇଥିଲା ।

ଜିଲ୍ଲାରେ ହନୁମାନ ଜନ୍ମ ଉତ୍ସବ ସମୟର ହିଂସା ପରେ ବର୍ତ୍ତମାନ ପରିସ୍ଥିତି ଭଲ ରହିଛି । ଆଗକୁ ଯେମିତି ପରିସ୍ଥିତି ନବିଗିଡୁ ସେଥିପାଇଁ ଜିଲ୍ଲା ପୋଲିସ ବିଭାଗ ଆଗୁଆ ପଦକ୍ଷେପ ନେଇଛି । ଯଦି କୌଣସି ବ୍ୟକ୍ତି ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରନ୍ତି ତେବେ ତାଙ୍କୁ ଗିରଫ କରାଯିବ ବୋଲି ଗତକାଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ସମ୍ବଲପୁର ଏସପି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.