ETV Bharat / state

ସମ୍ବଲପୁର ସହରରେ ବଢୁଛି ଅପରାଧ, ଜୁଲାଇରେ 77ଟି ମାମଲା ରୁଜୁ - ସମ୍ବଲପୁରରେ ବୃଦ୍ଧି ପାଉଛି ଚୋରି

ସମ୍ବଲପୁରରେ ବୃଦ୍ଧି ପାଉଛି ଚୋରି, ଡକାୟତି, ଲୁଟ୍ ପରି ଘଟଣା । ଜୁଲାଇ ମାସରେ ମୋଟ 77ଟି ମାମଲା ରୁଜୁ । ଅଧିକ ପଢନ୍ତୁ

Crime record increasing in Sambalpur
Crime record increasing in Sambalpur
author img

By ETV Bharat Odisha Team

Published : Aug 25, 2023, 10:49 AM IST

Crime record increasing in Sambalpur

ସମ୍ବଲପୁର: ସହରରେ ଦିନକୁ ଦିନ ବୃଦ୍ଧି ପାଉଛି ଅପରାଧ ସାଙ୍ଗକୁ ଅପରାଧିଙ୍କ ସଂଖ୍ୟା । ବାରମ୍ବାର ଚୋରି, ଡକାୟତି, ଲୁଟ୍ ପରି ଘଟଣା ସାମ୍ନାକୁ ଆସୁଛି । ଜିଲ୍ଲାର ନୂତନ ଏସପି ମୁକେଶ କୁମାର ଭାମୁ ଯୋଗଦେବା ଦେଇଥିବା ବେଳେ କିଛି ଅପରାଧିଙ୍କୁ କାବୁ କରାଯାଇଛି । କିନ୍ତୁ ଅପରାଧ କମିବାର ନାଁ ନେଉନି । ସମ୍ବଲପୁର ସହରର 9ଟି ଥାନାରେ ଜୁଲାଇ ମାସରେ ମୋଟ 77ଟି ଚୋରି, ଲୁଟ୍, ଡକାୟତି, ସାଇବର ଠକେଇ, ହତ୍ୟା ଆଦି ମାମଲା ରୁଜୁ ହୋଇଛି ।

ସମ୍ବଲପୁର ଅଇଁଠାପାଲି ଥାନା ଅଞ୍ଚଳରେ ଜୁଲାଇ ମାସରେ ୧୨ଟି ଚୋରି ଓ ୪ଟି ଲୁଟ୍, ଡକାୟତି, ଠକେଇ ମାମଲା ରୁଜୁ ହୋଇଥିବା ବେଳେ ବରେଇପାଲି ଥାନା ଅଞ୍ଚଳରେ ଗୋଟିଏ ଚୋରି, ବୁର୍ଲା ଥାନା ଅଞ୍ଚଳରେ ୧୪ଟି ଚୋରି ମାମଲା ଓ ୪ଟି ଲୁଟ୍, ଡକାୟତି ଓ ଠକେଇ ମାମଲା ରୁଜୁ ହୋଇଛି । ଠିକ୍ ସେହିପରି ସମ୍ବଲପୁର ସାଇବର ଥାନାରେ ଜୁଲାଇ ମାସରେ ୩ଟି ଠକେଇ ମାମଲା ରୁଜୁ ହୋଇଥିବା ବେଳେ ଧନୁପାଲି ଥାନା ଅଞ୍ଚଳରେ ୫ଟି ଚୋରି ମାମଲା ଓ ୩ଟି ଲୁଟ୍, ଡକାୟତି ଓ ଠକେଇ ମାମଲା ରୁଜୁ ହୋଇଛି ।

ଅନ୍ୟପଟେ ହୀରାକୁଦ ଥାନାରେ ଗୋଟିଏ ଚୋରି ମାମଲା ଓ ଗୋଟିଏ ଲୁଟ୍ ମାମଲା ରୁଜୁ ହୋଇଛି । କ୍ଷେତରାଜପୁର ଥାନା ଅଞ୍ଚଳରେ ୬ଟି ଚୋରି, ଗୋଟିଏ ଲୁଟ୍ ମାମଲା ରୁଜୁ ହୋଇଥିବା ବେଳେ ସଦର ଥାନା ଅଞ୍ଚଳରେ ୫ଟି ଚୋରି, ୪ଟି ଲୁଟ୍, ଠକେଇ, ଡକାୟତି ଓ ଟାଉନ ଥାନା ଅଞ୍ଚଳରେ ୭ଟି ଚୋରି ଓ ୬ଟି ଲୁଟ୍, ଡକାୟତି, ଠକେଇ ମାମଲା ରୁଜୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ରାଇରଙ୍ଗପୁର ଉପଖଣ୍ଡରେ ଲୁଟେରାଙ୍କ ଉତ୍ପାତ, ପୋଲିସ ହାତ ଖାଲି

ସହରରେ ଚୋର ଗ୍ୟାଙ୍ଗ ମାତିଥିବା ବେଳେ ଘରେ ପଶି ଲୁଟପାଟ କରୁଛନ୍ତି । ମୁଖ୍ୟତଃ ଯେଉଁ ଘର ଗୁଡିକରେ କେହି ନଥାନ୍ତି ଏହାର ସୁଯୋଗ ନେଇ ଲୁଟପାଟ କରିଥାନ୍ତି । ଘରର ମାଲିକ ଘରକୁ ଆସିବାରେ ବିଳମ୍ବ ହେଉଥିବାରୁ ଚୋରି ଘଟଣା ବିଳମ୍ବରେ ପ୍ରଘଟ ହେଉଛି । ଫଳରେ ପୋଲିସ ଚୋରଙ୍କୁ ଧରିବାରେ ଅସୁବିଧାର ସମ୍ମୁଖୀନ ହେଉଛି । ଅନ୍ୟପଟେ ସମ୍ବଲପୁର ସହର ତଥା ଆଖପାଖ ଅଞ୍ଚଳରେ ସାଇବର ଠକେଇ ଏକ ସାଧାରଣ ଘଟଣା ହୋଇଗଲାଣି । ବିଭିନ୍ନ ବ୍ୟାଙ୍କ ଓ ପୋଲିସର ସଚେତନତା ସତ୍ତ୍ୱେ ଲୋକେ ବାରମ୍ବାର ସାଇବର ଠକେଇର ଶିକାର ହେଉଥିବା ମାମଲା ସାମ୍ନାକୁ ଆସୁଛି । ଅନ୍ୟପଟେ ସମ୍ବଲପୁର ସହରରେ ବାଇକ ଓ ମୋବାଇଲ ଚୋରି ସାଧାରଣ ଘଟଣା ପାଲଟି ଗଲାଣି । ଏହାସହ ରାତ୍ରି ସମୟରେ ସହରର କେତେକ ଶୂନଶାନ ଛକ ଗୁଡିକରେ ଯାତ୍ରୀଙ୍କ ଠାରୁ ଲୁଟ୍ ହେଉଥିବା ଘଟଣା ମଧ୍ୟ ନଜରକୁ ଆସୁଛି ।

ତେବେ ଟାଉନ ଥାନାରେ ଜୁଲାଇ ମାସରେ ଏକ ହତ୍ୟା ମାମଲା ମଧ୍ୟ ରୁଜୁ ହୋଇଛି । ପୋଲିସ ପ୍ରଶାସନ ପକ୍ଷରୁ ଏସପିଙ୍କ ନିର୍ଦ୍ଦେଶକ୍ରମେ ବର୍ତ୍ତମାନ ରାତ୍ରି ସମୟରେ ପାଟ୍ରୋଲିଂ ଜାରି ରହିଛି । ଏହା ସତ୍ତ୍ବେ ମଧ୍ୟ ଛୋଟ ବଡ଼ ଅପରାଧ ରୋକିବା ପୋଲିସ ପାଇଁ ବଡ଼ ଆହ୍ବାନ ହୋଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.