ETV Bharat / state

SambalpurNews: ସମ୍ବଲପୁର ମହାନଦୀ ଆନିକଟରେ ଫାଟ, ଜିଲ୍ଲାପାଳ କହିଲେ ଚିନ୍ତାର ବିଷୟ ନୁହେଁ

ସମ୍ବଲପୁର ମହାନଦୀ ଆନିକଟରେ ଫାଟ । ସମ୍ବଲପୁର ସହରର ମହାନଦୀର ଅଯୋଧ୍ୟା ସରୋବରର ଆନିକଟରେ ଏକ ବଡ଼ ଘାଇ ସୃଷ୍ଟି ହୋଇଥିବା ଜଣା ପଡ଼ିଛି। ଏହି ଖବର ପ୍ରଚାର ହେବା ପରେ ସହରବାସୀଙ୍କ ଚିନ୍ତା ବଢିଯାଇଛି । ତେବେ ସମ୍ବଲପୁର ଜିଲ୍ଲାପାଳ କହିଛନ୍ତି ଯେ ଚିନ୍ତା କରିବାର ବିଷୟ ନାହିଁ । ଅଧିକ ପଢନ୍ତୁ

author img

By

Published : Nov 1, 2022, 10:38 PM IST

ସମ୍ବଲପୁର ମହାନଦୀ ଆନିକଟରେ ଫାଟ, ଜିଲ୍ଲାପାଳ କହିଲେ ଚିନ୍ତାର ବିଷୟ ନୁହେଁ

ସମ୍ବଲପୁର: ସମ୍ବଲପୁର ମହାନଦୀ ଆନିକଟରେ ଫାଟ । ସମ୍ବଲପୁର ସହରର ମହାନଦୀର ଅଯୋଧ୍ୟା ସରୋବରର ଆନିକଟରେ ଏକ ବଡ଼ ଘାଇ ସୃଷ୍ଟି ହୋଇଥିବା ଜଣା ପଡ଼ିଛି । ଏହି ଖବର ପ୍ରଚାର ହେବା ପରେ ସହରବାସୀ ଙ୍କ ଚିନ୍ତା ବଢିଯାଇଥିବା ବେଳେ ଆଜି ଜଳ ସମ୍ପଦ ବିଭାଗର ଏକ ଟିମ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ସ୍ଥିତି ପରଖିଛନ୍ତି । ତେବେ ସମ୍ବଲପୁର ଜିଲ୍ଲାପାଳ କହିଛନ୍ତି ଯେ ଚିନ୍ତା କରିବାର ବିଷୟ ନାହିଁ ।

ସମ୍ବଲପୁର ସହରର ଜୀବନ ରେଖା କୁହାଯାଉଥିବା ମହାନଦୀର ଅଯୋଧ୍ୟା ସରୋବରରେ ଥିବା ଆନିକଟରେ ବଡ଼ ଘାଇ ସୃଷ୍ଟି ହୋଇଛି । ସମ୍ବଲପୁର ସହର ମହାନଦୀର ଏହି ଆନିକଟ ଯୋଗୁଁ ବର୍ଷ ତମାମ ଏଠି ପାଣି ସଂରକ୍ଷିତ ହୋଇ ରହୁଥିବା ବେଳେ ବର୍ତ୍ତମାନ ଏହି ଆନିକଟରେ ଘାଇ ଯୋଗୁଁ ସହରରେ ପାଣି ସଙ୍କଟ ଦେଖା ଯିବାର ସମ୍ଭାବନା ସୃଷ୍ଟି ହୋଇଛି । ପୂର୍ବରୁ ଏହି ଘାଇଟି ଛୋଟ ଥିବା ବେଳେ ଜିଲ୍ଲା ପ୍ରଶାସନ ତଥା ଜଳସମ୍ପଦ ବିଭାଗକୁ ଏନେଇ ସହରବାସୀ ଅବଗତ କରାଇ ନିଜର ଚିନ୍ତା ପ୍ରକଟ କରିଥିଲେ । ତେବେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ଏହି ଭଳି ସମସ୍ୟା ଉପୁଜିଥିବା ସହରବାସୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସମ୍ବଲପୁରରେ ଛଟ ପୂଜା, ସୂର୍ଯ୍ୟଙ୍କୁ ଆରାଧନା କଲେ ଶ୍ରଦ୍ଧାଳୁ

ବର୍ତ୍ତମାନ ଆନିକଟରେ ଘାଇଟି ବଡ଼ ହୋଇଯିବାରୁ ଆନିକଟରେ ମହଜୁଦ ରହୁଥିବା ପାଣି ହ୍ରାସ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି । ଏହାସହ ନଦୀକୂଳରେ ରହୁଥିବା ଶତାଧିକ ମତ୍ସଜୀବୀ ମଧ୍ୟ ନିଜର ଜୀବିକା ହରାଇବା ଚିନ୍ତାରେ ଅଛନ୍ତି । ତେଣୁ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉ ବୋଲି ଜନ ସାଧାରଣଙ୍କ ପକ୍ଷରୁ ଦାବୀ ହୋଇଛି । ଜଳସମ୍ପଦ ବିଭାଗର ଏକ ଟିମ ଆଜି ଘଟଣା ସ୍ଥଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: କନ୍ଧମାଳରୁ ସୁନ୍ଦରଗଡକୁ ହେଉଥିଲା ଗଞ୍ଜେଇ ଚାଲାଣ, ସମ୍ବଲପୁରରେ ମାଡିବସିଲା ଅବକାରୀ ବିଭାଗ

ଅନ୍ୟପଟେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି ଯେ ଏନେଇ ଜିଲ୍ଲା ପ୍ରଶାସନ ପାଖରେ ସୂଚନା ରହିଛି । ତେବେ ଏନେଇ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏନେଇ ଜଳସମ୍ପଦ ବିଭାଗକୁ ଅବଗତ କରାଯାଇଛି । ଆଗକୁ ଏହାର ମରାମତି ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.