ETV Bharat / state

କୋରୋନା ସତର୍କତା: ମା’ ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ଜାରି ହେଲା କଟକଣା

କୋରୋନାରୁ ବର୍ତ୍ତିବା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ମା' ସମେଲେଶ୍ବରୀ ମନ୍ଦିରର ଗମ୍ଭୀରା ଭିତରର ଦର୍ଶନ ଉପରେ ରୋକ । ଅଧିକ ପଢନ୍ତୁ...

author img

By

Published : Mar 16, 2020, 5:01 PM IST

magistrate
ସମ୍ବଲପୁର ଜିଲ୍ଲାପାଳଙ୍କ ସ୍ବତନ୍ତ୍ର ବୈଠକ

ସମ୍ବଲପୁର: କୋରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଜିଲ୍ଲାପାଳ ଶୁଭମ ସାକ୍ସେନାଙ୍କ ନେତୃତ୍ୱରେ ବିଭିନ୍ନ ଅନୁଷ୍ଠାନ ସହିତ କୋରୋନା ସତର୍କତା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି(ସୋମବାର) ଜିଲ୍ଲାପାଳ ସମସ୍ତ ଶିଳ୍ପ ଅନୁଷ୍ଠାନର ଅଧିକାରୀଙ୍କ ସହ ଏକ ବୈଠକ କରି କୋରୋନା ମୁକାବିଲା ସମ୍ପର୍କୀୟ ସେମାନଙ୍କ ପ୍ରସ୍ତୁତି ଓ ପଦକ୍ଷେପ ନେଇ ବିଷଦ ଆଲୋଚନା କରିଛନ୍ତି । ଏହାସହ ଜିଲ୍ଲାବାସୀଙ୍କୁ କିଛିଟା ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛନ୍ତି ।

ସମ୍ବଲପୁର ଜିଲ୍ଲାପାଳଙ୍କ ସ୍ବତନ୍ତ୍ର ବୈଠକ

ନିହାତି ଆବଶ୍ୟକ ନହେଲେ ଅଧିକ ଭିଡ଼ ଓ ଜନଗହଳି ପୁର୍ଣ୍ଣ ସ୍ଥାନକୁ ନଯିବାକୁ ଜିଲ୍ଲାପାଳ କହିଛନ୍ତି । ଏହାସହ ବିଭିନ୍ନ ସମାଜିକ ଓ ସଂସ୍କୃତିକ କାର୍ଯ୍ୟକ୍ରମରେ ଅଧିକ ଗହଳି ନକରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ସମାଜିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଶିଳ୍ପ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଓ କ୍ରୀଡା ସଂଘର ପ୍ରତିନିଧି ଓ ବିଭିନ୍ନ ସଂପ୍ରଦାୟର ଲୋକଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ସୋମବାର ଠାରୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ସହରର ସମସ୍ତ ମଲ ଓ ମାର୍କେଟ କମ୍ପ୍ଲେକ୍ସକୁ ବନ୍ଦ କରିବାକୁ କୁହାଯାଇଛି ।

କୋରୋନା ପାଇଁ ସୋମବାର ଠାରୁ ସମ୍ବଲପୁରର ସମଲେଶ୍ବରୀ ମନ୍ଦିରର ଗମ୍ଭୀରା ଭିତରର ଦର୍ଶନ ଉପରେ ରୋକ ଲଗାଯାଇଛି । କାନ୍ଥ ବାଡ ଓ ରେଲିଂ ତଥା ପାର୍ଶ୍ଵ ଦେବାଦେବୀଙ୍କୁ ନ ଛୁଇଁବାକୁ ନିର୍ଦ୍ଦେଶ ଦିଆଯାଇଛି । ଧାଡି ଦର୍ଶନ ସମୟରେ 2 ଶ୍ରଦ୍ଧାଳୁ ମଧ୍ୟରେ 1 ମିଟର ଦୂରତା ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ମନ୍ଦିରରେ ପୂଜକ ମାନେ ମାସ୍କ ବ୍ୟବହାର କରିବେ । ମନ୍ଦିରର 2ଟି ସ୍ଥାନରେ ଥର୍ମାଲ ସ୍କ୍ରିନିଂ କରାଯିବ ବୋଲି କୁହାଯାଇଛି । ଶ୍ରଦ୍ଧାଳୁ ମାନଙ୍କୁ ସଚେତନ କରାଇବା ପାଇଁ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ନିୟୋଜିତ କରାଯିବ ଓ ଅଡିଓ ମାଧ୍ୟମରେ ସଚେତନତା ବାର୍ତ୍ତା ଦିଆଯିବ ବୋଲି କୁହାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.