ETV Bharat / state

ସାର କିଣାବିକା ବ୍ୟବସ୍ଥାରେ ସମବାୟ ସମିତି ସଙ୍ଘର ଅସନ୍ତୋଷ - ସମ୍ବଲପୁର ସାର କିଣାବିକା ବ୍ୟବସ୍ଥା

ସାର କିଣାବିକା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ସମବାୟ ସମିତି ସଭାପତି ସଙ୍ଘ । ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ସଂଘ । ଅଧିକ ପଢନ୍ତୁ

ସାର କିଣାବିକା ବ୍ୟବସ୍ଥା
cooperative society give memorandum to collector
author img

By

Published : Jan 6, 2023, 1:37 PM IST

cooperative society give memorandum to collector

ସମ୍ବଲପୁର: ଜିଲ୍ଲାରେ ସାର କିଣାବିକା ବ୍ୟବସ୍ଥାକୁ ନେଇ କୃଷି ବିଭାଗର ନିର୍ଦ୍ଦେଶକଙ୍କ ଚିଠିକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ସମ୍ବଲପୁର ଜିଲ୍ଲା ସେବା ସମବାୟ ସମିତି ସଭାପତି ସଙ୍ଘ । ଏନେଇ ସମ୍ବଲପୁର ଜିଲ୍ଲା ସେବା ସମବାୟ ସମିତି ସଙ୍ଘ ପକ୍ଷରୁ ଏହାର ପ୍ରତିବାଦ କରାଯାଇ ସମ୍ବଲପୁର ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

କୃଷକ ମାନଙ୍କ ଚାଷ କାର୍ଯ୍ୟରେ ସେବା ସମବାୟ ସମିତି ଗୁଡିକର ପ୍ରମୁଖ ଭୂମିକା ରହି ଆସୁଛି । ମୁଖ୍ୟତଃ ସେବା ସମବାୟ ସମିତି ଗୁଡିକରେ ଧାନ ସଂଗ୍ରହ କରାଯିବା ସହ ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ବିକ୍ରି କରାଯାଇଥାଏ । ତେବେ ବର୍ତ୍ତମାନ ଏହି ସାର ବିକ୍ରିକୁ ନେଇ କୃଷି ବିଭାଗ ନିର୍ଦ୍ଦେଶକଙ୍କ ଚିଠିକୁ ନେଇ ସେବା ସମବାୟ ସମିତି ସଭାପତି ସଙ୍ଘ ଅସନ୍ତୋଷ ପ୍ରକାଶ କରିଛି । ସଙ୍ଘ କହିଛି ଯେ ସେବା ସମବାୟ ସମିତି ଏକ ସ୍ୱୟଂ ଚଳିତ ସଂସ୍ଥା ଅଟେ । ଏହାର କର୍ମକର୍ତାଙ୍କ ନିର୍ବାଚନ ହୋଇଥାଏ । ଚାଷୀଙ୍କ ସୁବିଧା ଅନୁସାରେ ଏହା ନିଷ୍ପତ୍ତି ନେଇଥାଏ । ପୂର୍ବରୁ ଏହା ନିଜର ସୁବିଧା ଅନୁସାରେ ମାର୍କଫେଡ ଓ ଡିଲର ମାନଙ୍କ ଠାରୁ ସାର କିଣି ଚାଷୀଙ୍କୁ ସାର ବିକ୍ରି କରୁଥିଲା । ବର୍ତ୍ତମାନ କୃଷି ବିଭାଗ ନିର୍ଦ୍ଦେଶକ ଏକ ଚିଠି କରି ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେ (PACS/LAMPCS) ସେବା ସମବାୟ ସମିତି ଗୁଡିକ କେବଳ ମାର୍କଫେଡ ରୁ ହିଁ ସାର କିଣିବେ ।

ଏଭଳି ସ୍ଥିତିରେ ସଙ୍ଘ କହିଛି ଯେ ଡିଲର ମାନଙ୍କ ସହ ମୂଳ ଚାଳ କରି ସାର ଦର ଧାର୍ଯ୍ୟ କରି କିଣା ଯାଇଥାଏ, ତେବେ ମାର୍କଫେଡ ସହ କୌଣସି ମୂଳ ଚାଲ କରିବାର ଅବସର ନଥାଏ । ତେଣୁ ସେବା ସମବାୟ ସମିତି ବାଧ୍ୟ ହୋଇ ମାର୍କଫେଡରୁ ସାର କିଣିଲେ ଆର୍ଥିକ କ୍ଷତି ସାହିବ ବୋଲି ଅଭିଯୋଗ ହୋଇଛି । ଏହା ଦ୍ୱାରା ଚାଷୀ ମାନେ ମଧ୍ୟ କ୍ଷତି ସହିବେ ବୋଲି ସଙ୍ଘ ଅଭିଯୋଗ କରିଛି । ତେଣୁ ଏହି ବ୍ୟବସ୍ଥାର ବିରୋଧ କରି ସଙ୍ଘ ସମ୍ବଲପୁର ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଛି ।

ଏହି ବ୍ୟବସ୍ଥା ଜାରି ରହିଲେ ସେବା ସମବାୟ ସମିତି ଗୁଡିକ ପ୍ରଭାବିତ ହେବେ । କେତେକ ଅସାଧୁ କର୍ମଚାରୀଙ୍କ ଷଡଯନ୍ତ୍ର ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗ କରିଛି ସଂଘ । ତେଣୁ ଏହି ବ୍ୟବସ୍ଥାର ପରିବର୍ତ୍ତନ କରିବାକୁ ଦାବି ହୋଇଛି । ନଚେତ ଆଗାମୀ ଦିନରେ ଚାଷୀ ମାନେ ସାର କିଣିବା ସମୟରେ ଅଧିକ ଦାମ ଦେଇ କିଣିବାକୁ ବାଧ୍ୟ ହେବେ ବୋଲି କୁହାଯାଇଛି ।

ଇଟିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.