ETV Bharat / state

ହଠାତ୍‌ ଭୁଶୁଡି ପଡିଲା ପୁରୁଣା ବ୍ୟାଙ୍କ ବିଲ୍ଡିଂ, ଅଳ୍ପକେ ବର୍ତ୍ତିଗଲେ କର୍ମଚାରୀ - ଭୁଶୁଡି ପଡିଲା ପୁରୁଣା ବ୍ୟାଙ୍କ

ସମବାୟ କେନ୍ଦ୍ର ବ୍ୟାଙ୍କ୍‌ ପୁରୁଣା ବିଲ୍ଡିଂ ମରାମତି କାର୍ଯ୍ୟ ଚିଲିଥିବା ବେଳେ ଘଟିଲା ଅଘଟଣ । ହଠାତ ଭୁଶୁଡି ଗଲା ସମବାୟ ବ୍ୟାଙ୍କ ଶାଖା ଛାତ । ଅଳ୍ପକେ ବର୍ତ୍ତିଗଲେ କର୍ମଚାରୀ । ଅଧିକ ପଢନ୍ତୁ

ଭୁଶୁଡିଲା ସମବାୟ କେନ୍ଦ୍ର ବ୍ୟାଙ୍କ ଛାତ
ଭୁଶୁଡିଲା ସମବାୟ କେନ୍ଦ୍ର ବ୍ୟାଙ୍କ ଛାତ
author img

By

Published : Jul 30, 2023, 5:40 PM IST

ଭୁଶୁଡିଲା ସମବାୟ କେନ୍ଦ୍ର ବ୍ୟାଙ୍କ ଛାତ

ସମ୍ବଲପୁର: ସମ୍ବଲପୁରରେ ଅଘଟଣ । ହଠାତ ଭୁଶୁଡି ଗଲା ସମବାୟ କେନ୍ଦ୍ର ବ୍ୟାଙ୍କର ସିଟି ଶାଖାର ପୁରୁଣା ବିଲ୍ଡିଂ । ପୁରୁଣା ବିଲ୍ଡିଂ ମରାମତି କାର୍ଯ୍ୟ ଚିଲିଥିବା ବେଳେ ଏହି ଅଘଟଣ ଘଟିଥିବା ସୂଚନା । ତେବେ ମରାମତି କରୁଥିବା ଶ୍ରମିକ ଓ ବ୍ୟାଙ୍କ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛିନ୍ତି । ସୂଚନା ଅନୁଯାୟୀ ଆଜି ରବିବାର ଛୁଟି ହୋଇଥିବା ବେଳେ କିଛି କର୍ମଚାରୀ ପୁରୁଣା କୋଠାର ମରାମତି କାର୍ଯ୍ୟ କରାଉଥିଲେ । କାର୍ଯ୍ୟ ଚାଲିଥିବା ସମୟରେ ହଠାତ ଛାତର କୋଠା ଭୁଶୁଡି ଯାଇଥିଲା । ପ୍ରାଣ ବିକଳରେ କର୍ମଚାରୀମାନେ ବାହାରକୁ ଦୌଡ଼ି ଆସିଥିଲେ । ଫଳରେ ଏକ ଭୟଙ୍କର ଦୁର୍ଘଟଣା ଘଟିବାରୁ ଅଳ୍ପକେ ଟଳିଯାଇଛି ।

ଅଧିକ ପଢନ୍ତୁ: ଆଖି ପିଛୁଳାକେ ଭୁଶୁଡ଼ିଲା ୫ମହଲା କୋଠା, କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ

ସମ୍ବଲପୁର ସହରର କୁଞ୍ଜେଲପଢା ଛକ ନିକଟରେ ଥିବା ସମ୍ବଲପୁର ସମବାୟ କେନ୍ଦ୍ର ବ୍ୟାଙ୍କର ସିଟି ଶାଖାର କୋଠାଟି ଆଜି ହଠାତ୍ ଭୁଶୁଡି ପଡିଥିଲା । ଆଜି ପାଖାପାଖି ଦିନ 11ଟା ସମୟରେ ଶତାଧିକ ବର୍ଷର ଏହି କୋଠାଟିର ଛାତ ଭୁଶୁଡି ପଡ଼ିଥିବା ବେଳେ କାହାର କିଛି କ୍ଷୟକ୍ଷତି ହୋଇନିଥିବା ସୂଚନା ମିଳିଛି । ତେବେ ଏହି ପୁରୁଣା କୋଠାକୁ ଵ୍ୟାଙ୍କ ଭଡ଼ା ସୂତ୍ରରେ ନେଇ ନିଜର ବ୍ୟାଙ୍କର ସିଟି କାଯ୍ୟାଳୟ ଭାବରେ ବ୍ୟବହାର କରି ଆସୁଥିଲା ।

ଏହା ବି ପଢନ୍ତୁ: 5T ସ୍କୁଲ ଛାତରୁ ପ୍ଲାଷ୍ଟର ଖସି ଶିକ୍ଷକ ଆହତ ହେବା ଘଟଣା; ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଂଗ୍ରେସ

ଗତକାଲି(ଶନିବାର) ରାତିରୁ ସହରରେ ଲଗାଣ ବର୍ଷା ଲାଗି ରହିଥିବାରୁ କୋଠାର ପୁରୁଣା ଛାତଟି ଭୁଶୁଡ଼ି ପଡ଼ିଥିବା ଚର୍ଚ୍ଚା ହେଉଛି ‌ । କୋଠାଟି ବହୁ ପୁରୁଣା ହୋଇଥିବା ବେଳେ ଏହାକୁ ଭାଙ୍ଗି ନୂତନ କୋଠା ତିଆରି କରିବା ପାଇଁ ସାଧାରଣରେ ଦାବି ହୋଇ ଆସୁଥିଲା । ବର୍ଷବର୍ଷ ଧରି ବର୍ଷା ଖରା ମାଡି ଖାଇ କୋଠାଟି ଆହୁରୀ ଦୁର୍ବଳ ହୋଇପଡିଥିଲା । ତେବେ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଏହାର ମରାମତି କରୁଥିବା ବେଳେ ଛାତଟି ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ତଳେ ପଡ଼ି ଯାଇଥିଲା । ଛାତ ଭୁଶୁଡ଼ିବା ଆରମ୍ଭ ହେବା ମାତ୍ରେ ସେମାନେ ଜୀବନ ବିକଳରେ ବାହାରକୁ ବାହାରି ଆସିଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ତେବେ ଏନେଇ ବ୍ୟାଙ୍କ୍ ସମ୍ମୁଖରେ ଉପସ୍ଥିତ ଥିବା କର୍ମଚାରୀ କିମ୍ଵା ଅଧିକାରୀ ଘଟଣା ନେଇ ମୁହଁ ଖୋଲିନାହାନ୍ତି । ସୌଭାଗ୍ୟ ବଶତଃ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.