ETV Bharat / state

ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ ସମଲେଇ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ, ତ୍ବରିତ ହେଉଛି ନିର୍ମାଣ କାର୍ଯ୍ୟ

author img

By

Published : Feb 11, 2023, 8:30 AM IST

Updated : Feb 11, 2023, 1:08 PM IST

ଆଗେଇ ଚାଲିଛି ସମଲେଇ ଯୋଜନା । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟ ଅଦ୍ୟାବଧି ଶେଷ ହୋଇଥିବା ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ସମଲେଇ ଯୋଜନା
samalei yojana
ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ ସମଲେଇ ଯୋଜନା

ସମ୍ବଲପୁର: ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ପୀଠର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ସମଲେଇ ଯୋଜନା ଆରମ୍ଭ କରିଥିଲେ l 200 କୋଟିର ଏହି ପ୍ରକଳ୍ପ ପାଇଁ ଉଚ୍ଛେଦ କାର୍ଯ୍ୟ ପ୍ରାୟତଃ ସରି ଯାଇଥିବା ବେଳେ ବର୍ତ୍ତମାନ ଏହାର କାର୍ଯ୍ୟ ଜୋରସୋରରେ ଜାରି ରହିଛି l ଯଥାଶୀଘ୍ର ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯିବ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି l

ଏହା ମଧ୍ୟ ପଢ଼ନ୍ତୁ: ସମଲେଇ ଯୋଜନାର ବିସ୍ଥାପିତଙ୍କ ଅନଶନ ବେଳେ ଅଘଟଣ, ୬ମହିଳା ଗୁରୁତର

"OBCC"ସଂସ୍ଥା ପକ୍ଷରୁ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ବର୍ତ୍ତମାନ ସ୍ଥିତି ଓ ଅଗ୍ରଗତି ନେଇ ସୂଚନା ଦେଇଛନ୍ତି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ l ସେ ସୂଚନା ଦେଇଛନ୍ତି ଯେ, ପୂର୍ବ, ଉତ୍ତର ଓ ଦକ୍ଷିଣ ଦ୍ୱାର ନିର୍ମାଣ କାର୍ଯ୍ୟ ସରିଛି l ଅନ୍ୟପଟେ ଜୋତା ଷ୍ଟାଣ୍ଡ ଓ ମୋବାଇଲ ଷ୍ଟାଣ୍ଡ କାର୍ଯ୍ୟ ମଧ୍ୟ ଶେଷ ହୋଇଛି l

ଏହା ସହ ୱାଚ ଟାୱାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଉପରେ ବୋଲି କହିଛନ୍ତି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି l ଅନ୍ୟପଟେ ଅଟକି ରହିଥିବା ଉଚ୍ଛେଦ କାର୍ଯ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି l ମହାନଦୀ ଆଳତୀ ଘାଟ ପାଇଁ ମହାନଦୀ ଗର୍ଭରେ ଡ୍ରେଜିଙ୍ଗ କାର୍ଯ୍ୟ ଜାରି ରହିଛି l ସମଲେଇ ଯୋଜନାର ନିର୍ମାଣ କାର୍ଯ୍ୟର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ପାଇଁ ମାପଚୁପ ଓ ମ୍ୟାପ ତିଆରି ସରିଥିବା ସୂଚନା ଦେଇଛନ୍ତି ମନ୍ଦିର ଟ୍ରଷ୍ଟ ବୋର୍ଡ ।

ଏହା ମଧ୍ୟ ପଢ଼ନ୍ତୁ: ନବ ଦାସ ହତ୍ୟାକାଣ୍ଡ: ସରକାରଙ୍କ ମୁଣ୍ଡରୁ ଦୋଷ ତୁଟାଇ ଦେବାକୁ ପ୍ରୟାସ ହେଉଛି କହିଲେ ଜୟଦେବ

ସୂଚନା ଯୋଗ୍ୟ ଯେ, ଏହି ଯୋଜନାରେ ପାଖାପାଖି 200 ପରିବାର ପ୍ରଭାବିତ ହୋଇଛନ୍ତି । ସେହିପରି ବିସ୍ଥାପିତ ପରିବାରଙ୍କ ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କ୍ଷତିପୂରଣ ପ୍ୟାକେଜ ଘୋଷଣା କରାଯାଇଛି l ପ୍ରତ୍ୟେକ ବିସ୍ଥାପିତ ପରିବାରକୁ 600 ସ୍କ୍ବେୟାର ଫୁଟର ଜାଗା, ଘର ତିଆରି ପାଇଁ ପ୍ରାୟ 3 ଲକ୍ଷ ଟଙ୍କା, 1 ବର୍ଷ ପାଇଁ ଘର ଭଡା, ପରିବହନ ଖର୍ଚ୍ଚ, ପୂର୍ବରୁ ଥିବା ଘରର କ୍ଷତିପୂରଣ ରାଶି ପ୍ରଦାନ କରାଯାଉଛି l ଯଥା ଶୀଘ୍ର ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରାଯିବ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି l

ଇଟିଭି ଭାରତ, ସମ୍ବଲପୁର

Last Updated : Feb 11, 2023, 1:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.