ସମ୍ବଲପୁର: ଦୁଇଟି ଜୀବନ ଗୋଟିଏ ଶରୀର । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ା ଶରୀର ଶିଶୁ କନ୍ୟା ଜନ୍ମ ହୋଇଛନ୍ତି । ଛାତିରୁ ପେଟ ପର୍ଯ୍ୟନ୍ତ ଯୋଡ଼ି ହୋଇ ଜନ୍ମ ହୋଇଛନ୍ତି ଦୁଇ ଶିଶୁ କନ୍ୟା । ସମ୍ବଲପୁର ଜିଲ୍ଲା ରେଙ୍ଗାଲିର ବିପିନ ସାହାନୀଙ୍କ ସ୍ତ୍ରୀ ଏହି ଯୋଡା ଶରୀର ଶିଶୁ କନ୍ୟା ଜନ୍ମ ଦେଇଛନ୍ତି । ଯୋଡ଼ା ଶରୀର ଶିଶୁ କନ୍ୟା ଜନ୍ମ ହେବା ପରେ ସେମାନଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର SNCUରେ ଭର୍ତ୍ତି କରାଯାଇଛି । ତେବେ ଶିଶୁ କନ୍ୟାର ଓଜନ ୧ କେଜି ୮୫୦ ଗ୍ରାମ ଥିବା ଜଣାପଡ଼ିଛି । ବର୍ତ୍ତମାନ ଶିଶୁର ସ୍ବାସ୍ଥ୍ୟବସ୍ଥା ମଧ୍ୟ ସ୍ଥିର ରହିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ