ETV Bharat / state

ଉଠା ଦୋକାନୀଙ୍କ ସମର୍ଥନରେ ବାହାରିଲା ସମ୍ବଲପୁର କଂଗ୍ରେସ - ଉଠା ଦୋକାନୀଙ୍କ ସମର୍ଥନରେ ବାହାରିଲା ସମ୍ବଲପୁର କଂଗ୍ରେସ

ସମ୍ବଲପୁରରେ ଥିବା ଉଠା ଦୋକାନୀ ମାନଙ୍କ ଥଇଥାନ କରାଇବା ପାଇଁ ସୋମବାର ଜିଲ୍ଲା କଂଗ୍ରେସ ଏକ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର
author img

By

Published : Sep 23, 2019, 8:57 PM IST

ସମ୍ବଲପୁର: ଉଠା ଦୋକାନୀଙ୍କ ସମର୍ଥନରେ ସମ୍ବଲପୁର ଜିଲ୍ଲା କଂଗ୍ରେସ । ସମ୍ବଲପୁରରେ ଥିବା ଉଠା ଦୋକାନୀ ମାନଙ୍କ ଥଇଥାନ କରାଇବା ପାଇଁ ସୋମବାର ଜିଲ୍ଲା କଂଗ୍ରେସ ସଭାପତିଙ୍କ ନେତୃତ୍ବରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଳାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର

ସୂଚନା ଅନୁଯାୟୀ, ସମ୍ବଲପୁରର ବିଭିନ୍ନ ପ୍ରମୁଖ ଛକ ଓ ମାର୍କେଟ ଅଞ୍ଚଳରେ ଥିବା ଉଠା ଦୋକାନୀମାନଙ୍କୁ ବିଭିନ୍ନ ସମୟରେ ଉନ୍ନୟନ ମୂଳକ କାର୍ଯ୍ୟ ଆଳରେ ହଟାଇ ଦେଇ ସେମାନଙ୍କୁ ଥଇଥାନ କରାଯାଉ ନଥିବା ଅଭିଯୋଗ କରିଛି ସମ୍ବଲପୁର ଜିଲ୍ଲା କଂଗ୍ରେସ । ଏହି କାରଣରୁ ଗରିବ ବୁଲା ବିକାଳୀ ଓ ଉଠା ଦୋକାନୀ ଗୁଡିକର ପେଟପାଟଣା ଉପରେ ପ୍ରଭାବ ପଡୁଛି।

ଏଭଳି ପରିସ୍ଥିତିରେ ଏମାନଙ୍କୁ ପ୍ରଥମେ ଥଇଥାନ କରାଯାଉ ବୋଲି ଜିଲ୍ଲା କଂଗ୍ରେସ ଦାବି କରିବା ସହ ସମ୍ବଲପୁର ଜିଲ୍ଳାପାଳଙ୍କୁ ଏନେଇ ଏକ ଲିଖିତ ଆବେଦନ କରିଛନ୍ତି । ଯଦି ଦାବି ପୂରଣ କରାନଯାଏ ତେବେ ଆଗାମୀ ଦିନରେ ମଧ୍ୟ ସମ୍ବଲପୁର ଜିଲ୍ଲା କଂଗ୍ରେସ ଏହି ଉଠା ଦୋକାନୀଙ୍କ ହକ ପାଇଁ ଲଢିବ ବୋଲି ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଆଶ୍ବିନୀ କୁମାର ଗୁରୁ କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

Intro:ସମ୍ବଲପୁର ର ଉଠା ଦୋକାନୀ ଙ୍କ ସମର୍ଥନ ରେ ବାହାରିଲା କଂଗ୍ରେସ।ସମ୍ବଲପୁର ରେ ଥିବା ଉଠା ଦୋକାନୀ ମାନଙ୍କ ଥଇଥାନ କରାଇବା ପାଇଁ ଜିଲ୍ଳା ପ୍ରଶାସନ ଆଗରେ ଦାବି କରିଛି ସମ୍ବଲପୁର ଜିଲ୍ଲା କଂଗ୍ରେସ।ଆଜି ଏହି ଦାବି ନେଇ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଙ୍କ ନେତୃତ୍ୱରେ କଂଗ୍ରେସ ତରଫରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରୁ ଏକ ଶୋଭାଯାତ୍ର ବାହାର କରାଯାଇ ଜିଲ୍ଳାପାଳ କାର୍ଯ୍ୟଳୟ ପର୍ଯ୍ୟନ୍ତ ଯାଇଥିଲା।

Body:ସମ୍ବଲପୁର ର ଉଠା ଦୋକାନୀ ନ୍କ ସମର୍ଥନ ରେ ବାହାରିଛି ସମ୍ବଲପୁର ଜିଲ୍ଲା କଂଗ୍ରେସ।ସମ୍ବଲପୁର ର ବିଭିନ୍ନ ପ୍ରମୁଖ ଛକ ଓ ମାର୍କେଟ ଅଞ୍ଚଳରେ ଥିବା ଉଠା ଦୋକାନୀ ମାନଙ୍କୁ ବିଭିନ୍ନ ସମୟରେ ଉନ୍ନୟନ ମୂଳକ କାର୍ଯ୍ୟ ଆଳରେ ହଟାଇ ଦେଇ ସେମାନଙ୍କୁ ଥଇଥାନ କରାଯାଉନଥିବା ଅଭିଯୋଗ କରିଛି ସମ୍ବଲପୁର ଜିଲ୍ଲା କଂଗ୍ରେସ।ଏହି କାରଣରୁ ଗରିବ ବୁଲା ବିକାଳୀ ଓ ଉଠା ଦୋକାନୀ ଗୁଡିକ ର ପେଟପାଟଣା ଉପରେ ପ୍ରଭାବ ପଡୁଛି। ଏଭଳି ପରିସ୍ଥିତି ରେ ଏମାନଙ୍କୁ ପ୍ରଥମେ ଥଇଥାନ କରାଯାଉ ବୋଲି ଜିଲ୍ଲା କଂଗ୍ରେସ ଦାବି କରିବା ସହ ସମ୍ବଲପୁର ଜିଲ୍ଳାପାଳ ଙ୍କୁ ଏନେଇ ଲିଖିତ ଭାବେ ଜଣାଇଛି।

Conclusion:ଆଗାମୀ ଦିନରେ ମଧ୍ୟ ସମ୍ବଲପୁର ଜିଲ୍ଲା କଂଗ୍ରେସ ଏହି ଉଠା ଦୋକାନୀ ଙ୍କ ହକ ପାଇଁ ଲଢେଇ କରିବ ବୋଲି ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଆଶ୍ୱିନୀ କୁମାର ଗୁରୁ କହିଛନ୍ତି।

ବାଇଟ-1-ଆଶ୍ୱିନୀ କୁମାର ଗୁରୁ, ସଭାପତି, ଜିଲ୍ଳା କଂଗ୍ରେସ।
ବାଇଟ-2-ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ, ସମ୍ବଲପୁର।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.