ETV Bharat / state

ଦର ବୃଦ୍ଧି ବିରୋଧରେ କଂଗ୍ରେସର ବିକ୍ଷୋଭ, ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

author img

By

Published : Jul 13, 2021, 5:51 PM IST

ସମ୍ବଲପୁରରେ ବିଭିନ୍ନ ଅତ୍ୟାବଶକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସହ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲେ ଦଳୀୟ କର୍ମୀ । ଅଧିକ ପଢନ୍ତୁ...

ଦର ବୃଦ୍ଧି ବିରୋଧରେ କଂଗ୍ରେସର ବିକ୍ଷୋଭ, ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ସମ୍ବଲପୁର : ପେଟ୍ରୋଲିୟମ ସାମ୍ରଗୀ ସମେତ ଅନ୍ୟ ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି । ଶଗଡ଼ ଗାଡ଼ି ଉପରେ ବାଇକ ବୋହି ଆଣି ପ୍ରତିବାଦ କରିଛନ୍ତି ଦଳୀୟ କର୍ମକର୍ତ୍ତା । ଆଜି ଏପରି ଢଙ୍ଗରେ ସମ୍ବଲପୁରର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଟାଉନ ଯୁବ କଂଗ୍ରେସର ସଦସ୍ୟମାନେ ବ୍ୟାନର ଧରି ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ସରକାର ବିରୋଧୀ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ ମଧ୍ୟ କରିଥିଲେ କଂଗ୍ରେସ କର୍ମୀ ।

ଦର ବୃଦ୍ଧି ବିରୋଧରେ କଂଗ୍ରେସର ବିକ୍ଷୋଭ, ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହଦର ବୃଦ୍ଧି ବିରୋଧରେ କଂଗ୍ରେସର ବିକ୍ଷୋଭ, ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଆଶୁତୋଷ ସ୍ବାଇଁ, ଜିଲ୍ଲା କଂଗ୍ରେସ ଯୁବ ସଭାପତି ପ୍ଲାବନ ବହିଦାରଙ୍କ ସହ ବହୁ ଯୁବ କଂଗ୍ରେସ ସଦସ୍ୟ ସାମିଲ ହୋଇଥିଲେ । ଶେଷରେ ଜିଲ୍ଲା ପ୍ରଶାସନ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ଦଳ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.