ETV Bharat / state

ଭୀମସାରରେ ଡାକ୍ତର ଛାତ୍ର ଓ ସୁରକ୍ଷାକର୍ମୀ ମଧ୍ୟରେ ମାରପିଟ୍

ବୁର୍ଲା ଭୀମସାର ମେଡିକାଲ କଲେଜରେ ଉତ୍ତେଜନା । ଡାକ୍ତର ଛାତ୍ର ଓ ସୁରକ୍ଷାକର୍ମୀ ମଧ୍ୟରେ ମାରପିଟ୍ ହୋଇ ଜଣେ ଆହତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 5, 2023, 1:13 PM IST

ଭୀମସାରରେ ଡାକ୍ତର ଛାତ୍ର ଓ ସୁରକ୍ଷାକର୍ମୀ ମଧ୍ୟରେ ମାରପିଟ୍
ଭୀମସାରରେ ଡାକ୍ତର ଛାତ୍ର ଓ ସୁରକ୍ଷାକର୍ମୀ ମଧ୍ୟରେ ମାରପିଟ୍
ଡାକ୍ତର ଛାତ୍ର ଓ ସୁରକ୍ଷାକର୍ମୀ ମଧ୍ୟରେ ମାରପିଟ୍

ସମ୍ବଲପୁର: ପୁଣି ବିବାଦରେ ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ କଲେଜ । ଡାକ୍ତରୀ ଛାତ୍ର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବିବାଦକୁ ନେଇ ଭୀମସାରରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି । ମେଡିକାଲ ପରିସରରେ ଡାକ୍ତରୀ ଛାତ୍ର ଓ କାର୍ଯ୍ୟରତ ସୁରକ୍ଷକର୍ମୀଙ୍କ ମଧ୍ୟରେ ପ୍ରବଳ ମାରପିଟ୍ ହୋଇଛି । ଏଥିରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ, ଗତକାଲି(ବୁଧବାର) ବିଳମ୍ବିତ ରାତି ପ୍ରାୟ ୧ଟାରୁ ୩ଟା ମଧ୍ୟରେ JH-1- ହଷ୍ଟେଲରେ ଜଣେ ସୁରକ୍ଷାକର୍ମୀ କାର୍ଯ୍ୟ କରୁଥିବା ବେଳେ କୌଣସି କାରଣକୁ ନେଇ କିଛି ଡାକ୍ତରୀ ଛାତ୍ର ତାଙ୍କୁ ମାରପିଟ୍ କରିଥିଲେ । ଏହାପରେ ଡାକ୍ତରୀ ଛାତ୍ରମାନେ ସିକ୍ୟୁରିଟି କାର୍ଯ୍ୟାଳୟକୁ ଆସି ଭଙ୍ଗାରୁଜା କରିଥିଲେ । ଏହି ମାରପିଟ୍‌ରେ ସୁରକ୍ଷାକର୍ମୀ ଜଣକ ଆହତ ହୋଇଥିଲେ । ହେଲେ ସେଠାରେ କୌଣସି ଡାକ୍ତର ସମ୍ପୃକ୍ତ ଆହତ ସୁରକ୍ଷାକର୍ମୀଙ୍କ ଚିକିତ୍ସା କରିନଥିଲେ । ତେଣୁ ତାଙ୍କୁ ନିକଟସ୍ଥ ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ: ଭୀମସାର ମେଡ଼ିକାଲ ଛାତ୍ରଙ୍କ ଦୌରତ୍ମ୍ୟ, ବ୍ରହ୍ମପୁର MKCG ଛାତ୍ରଙ୍କ ଉପରେ ଆକ୍ରମଣ କଲେ VIMSAR ଛାତ୍ର

ଏହି ଘଟଣା ସାମ୍ନାକୁ ଆସିବା ପରେ ପଶ୍ଚିମ ଓଡିଶା ସୁରକ୍ଷାକର୍ମୀ ସଂଘ ପକ୍ଷରୁ ବୁର୍ଲା ଥାନା ଘେରାଉ କରାଯିବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି l ଏହାକୁ ନେଇ ଭୀମସାର ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଅନ୍ୟପଟେ ବୁର୍ଲା ମେଡିକାଲ କଲେଜ ଡିନ ଜୟଶ୍ରୀ ଦୋରା କହିଛନ୍ତି ଯେ, ଉଭୟ ପକ୍ଷ ସହ ଆଲୋଚନା ହୋଇଛି । ଏନେଇ କଲେଜ କାଉନସିଲରେ ବୈଠକ ହେବ । ତେବେ ଘଟଣା ସମ୍ପର୍କରେ କୌଣସି ଡାକ୍ତରୀ ଛାତ୍ରଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛି ମାସ ତଳେ ବୁର୍ଲା ଭୀମସାର ମେଡିକାଲ କଲେଜରେ ଇଣ୍ଟର ମେଡି-ଫେଷ୍ଟରେ ଅଂଶଗ୍ରହଣ କରିବାକୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଛାତ୍ର ଯାଇଥିବା ବେଳେ କୌଣସି କଥାକୁ ନେଇ ଉଭୟ କଲେଜ ଛାତ୍ରଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଭୀମସାର ଛାତ୍ର ଏମକେସିଜି ଛାତ୍ରଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ । ଏହି ଆକ୍ରମଣରେ ଏମକେସିଜିର ୬ ଜଣ ଛାତ୍ର ଆହତ ହୋଇଥିଲେ । ଏପରିକି ଏମକେସିଜି ଛାତ୍ରମାନେ ଆସିଥିବା ବସକୁ ପଥର ମାଡ଼ କରି କାଚ ଭାଙ୍ଗି ଦେଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.