ସମ୍ବଲପୁର: ରେଙ୍ଗାଲୀ ବ୍ଲକ ଖିଣ୍ଡା ସ୍ଥିତ ଏନଏଲସି ଇଣ୍ଡିଆ ବିରୁଦ୍ଧରେ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ଥମିବାର ନାଁ ନେଉନି । ଜିଲ୍ଲା ପ୍ରଶାସନ, କମ୍ପାନୀ କତ୍ତୃପକ୍ଷ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ବୈଠକର ନିଷ୍ପତ୍ତି ଅନୁସାରେ କମ୍ପାନୀ ଥଇଥାନ କରୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଫଳରେ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ତେବେ ସ୍ଥାନୀୟ ଲୋକଙ୍କ ଦାବି ଅନୁଯାୟୀ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ମାମଲାର ତୁରନ୍ତ ସମାଧାନ କରନ୍ତୁ ।
ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲା ଖିଲାସ୍ଥିତ ତଲାବିରାର 2,3ଟି କୋଇଲା ଖଣିରୁ ଏବେ ଏନଏଲସି ଇଣ୍ଡିଆ କମ୍ପାନୀ କୋଇଲା ଉତ୍ତୋଳନ କରୁଛି । ହେଲେ ଏଥିରେ ପ୍ରଭାବିତ ଲୋକଙ୍କୁ ପ୍ରତିଶୃତି ମୁତାବିକ କ୍ଷତିପୂରଣ ଦେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଏଥିସହ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ କମ୍ ମୂଲ୍ୟ ଦିଆଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଏବାବଦରେ ଜିଲ୍ଲାପ୍ରଶାସନ ହସ୍ତକ୍ଷେପ କରି କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ଥଇଥାନ କରାନ୍ତୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁଶ୍ମନ କୁମାର ରଣା, ଇଟିଭି ଭାରତ