ETV Bharat / state

ସମ୍ବଲପୁର ଲୋକ ମହୋତ୍ସବ ଉଦଯାପିତ, ରଙ୍ଗବତୀ ଗୀତରେ ନାଚିଲେ ଶ୍ରୀଲଙ୍କା କଳାକାର - ସମ୍ବଲପୁର ଲୋକ ମହୋତ୍ସବ

ଗତ 5 ଦିନ ଧରି ସମ୍ବଲପୁର ଜିଲ୍ଲା ଅଇଁଠାପାଲି ସ୍ଥିତ ବିର୍ସା ମୁଣ୍ଡା ମଇଦାନରେ ଚାଲିଥିବା ସମ୍ବଲପୁର ଲୋକ ମହୋତ୍ସବ ଉଦଯାପିତ ହୋଇଛି । ଶେଷ ସନ୍ଧ୍ୟାରେ ସମ୍ବଲପୁରୀ ଗୀତରେ ଝୁମିଲେ ଦର୍ଶକ ଓ କଳାକାର । ଅଧିକ ପଢ଼ନ୍ତୁ

sambalpur lok mahotsav
ସମ୍ବଲପୁର ଲୋକ ମହୋତ୍ସବ
author img

By

Published : Jan 18, 2023, 12:02 PM IST

ସମ୍ବଲପୁର ଲୋକ ମହୋତ୍ସବ ଉଦଯାପିତ

ସମ୍ବଲପୁର: ଉଦଯାପିତ ହୋଇଛି ସମ୍ବଲପୁର ଲୋକ ମହୋତ୍ସବ । ସମ୍ବଲପୁର ଅଇଁଠାପାଲି ସ୍ଥିତ ବିର୍ସା ମୁଣ୍ଡା ମଇଦାନରେ ଚାଲିଥିବା ସମ୍ବଲପୁର ଲୋକ ମହୋତ୍ସବ 2023 ଉଦଯାପିତ ହୋଇଯାଇଛି । ଦୀର୍ଘ 5 ଦିନ ଧରି ଚାଲିଥିବା ଏହି ସାଂସ୍କୃତିକ ମହାକୁମ୍ଭରେ ଦେଶ ତଥା ଦେଶ ବାହାରର କଳାକାର ସାମିଲ ହୋଇଥିଲେ । ଉଦଯାପନୀ ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ସମ୍ବଲପୁର ଉତ୍ତରାଞ୍ଚଳ ଆଇ ଜି ଦୀପକ କୁମାର ଏବଂ ସମ୍ବଲପୁର ମହାନଗର ନିଗମର କମିଶନରଙ୍କ ସହ ଲୋକ ମହୋତ୍ସବ ଆୟୋଜନ କମିଟିର ପ୍ରମୁଖ ସଦସ୍ୟ ସାମିଲ ହୋଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରକାର ଲୋକନୃତ୍ୟ ପ୍ରଦର୍ଶିତ ହୋଇଥିଲା । ପରିଶେଷରେ ରଙ୍ଗବତୀ ଗୀତରେ ଶ୍ରୀଲଙ୍କା କଳାକାରମାନଙ୍କ ନୃତ୍ୟ ଦର୍ଶକଙ୍କୁ ବେଶ ଆମୋଦିତ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ରୋମାଞ୍ଚିତ ହେଲା ଡଟ୍ ଫେଷ୍ଟର ତୃତୀୟ ସନ୍ଧ୍ୟା, ରଙ୍ଗବତୀ ଗୀତରେ ଝୁମେଇଲେ ମୋହନ

ରଙ୍ଗବତୀ ଗୀତ, ଏହା କେବଳ ସମ୍ବଲପୁର ନୁହେଁ ସମଗ୍ର ଓଡିଶାକୁ ପରିଚିତ କରିଛି । 80 ଦଶକର ଏହି ଲୋକପ୍ରିୟ ଗୀତ ଏତେ ଲୋକପ୍ରିୟ ଯେ, ଦେଶ ବିଦେଶରେ ଏହା ବାଜି ସାରିଛି । ଆଜି ବି ଏହି ଗୀତର ଯାଦୁ ବଜାୟ ରହିଛି । ଯେକୌଣସି ପର୍ବ ପର୍ବାଣୀ ବାହାଘର, ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହା ନବାଜିଲେ ସେହି କାର୍ଯ୍ୟକ୍ରମ ସତେ ଯେମିତି ଅଧୁରା । ଏହା ପ୍ରମାଣିତ ହୋଇଛି ସମ୍ବଲପୁର ଲୋକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ । କାର୍ଯ୍ୟକ୍ରମ ଶେଷ ଭାଗରେ ଯେତେବେଳେ ଏହି ଗୀତ ବାଜିଥିଲା ଏଠାକୁ ଆସିଥିବା ବିଭିନ୍ନ ରାଜ୍ୟ ତଥା ଦେଶର କଳାକାର ନିଜକୁ ନାଚିବାରୁ ରୋକି ପାରିନଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଦୁଇ ନାବାଳିକାଙ୍କୁ ହାତ ଗୋଡ ବାନ୍ଧି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ

ରଙ୍ଗବତୀ ଗୀତର ତାଳେ ତାଳେ ନାଚିଥିଲେ କଳାକାର । ତେବେ ସବୁଠାରୁ ବଡ଼ କଥା ହେଲା ସୁଦୂର ଶ୍ରୀଲଙ୍କାରୁ ଆସିଥିବା କାଣ୍ଡିଆନ ନୃତ୍ୟ ଦଳ ମଧ୍ୟ ଏହି ରଙ୍ଗବତୀ ଗୀତର ତାଳେ ତାଳେ ନାଚିବାକୁ ଲାଗିଥିଲେ । ଗୀତର ଅର୍ଥ ଭାବର୍ଥ ସେମାନଙ୍କୁ ଜଣା ନଥିଲା ସତ, କିନ୍ତୁ ଗୀତର ତାଳେ ତାଳେ ଦେଇ ସେମାନେ ମଧ୍ୟ ନାଚିଉଠିଥିଲେ । ଯାହା ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । କେବଳ ଏତିକି ନୁହେଁ ରସରକେଲି ଓ ଅନ୍ୟ ସମ୍ବଲପୁରୀ ଗୀତରେ ମଧ୍ୟ ଶ୍ରୀଲଙ୍କାର ସିଂହଲି କଳାକାର ଡ୍ୟାନ୍ସ କରି ଦର୍ଶକଙ୍କ ମନମୁଗ୍ଧ କରିଥିଲେ ।

ଉଦଯାପନୀ ସନ୍ଧ୍ୟାରେ ସମ୍ବଲପୁରୀ ନୃତ୍ୟୁ ସହ, ଘୁବୁକୁଡୁ ନୃତ୍ୟ, ଘୁମୁରା, ଆସାମର ବିହୁ, ପଞ୍ଜାବର ଭାଙ୍ଗଡ଼ା, ମହାରାଷ୍ଟ୍ରର ଲାୱନୀ, ହରିଆଣାର ଘୁମର ପରି ଲୋକନୃତ୍ୟ ପରିବେଷଣ ହୋଇଥିଲା । ଉଦଯାପନୀ ସନ୍ଧ୍ୟାରେ ସାଂସଦ ନିରଞ୍ଜନ ବିଶି, ପଦ୍ମଶ୍ରୀ ହଳଧର ନାଗ ପ୍ରମୁଖ ସାମିଲ ହୋଇଥିଲେ । ଏହି ଅବସରରେ ବରଗଡ଼ର ସମ୍ବଲପୁରୀ ନୃତ୍ୟ କଳାକାର ଗାନ୍ଧୀ ବାରିକ ଓ ଯୁଜୁମୁରା ବ୍ଲକ ବାରିବନ୍ଦ ଗାଁ କୃଷ୍ଣ ଗୁରୁ କଳାକାର ଯମୁନା ବିଶ୍ୱାଳଙ୍କୁ ସମ୍ମାନିତ କରାଯାଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.