ସମ୍ବଲପୁର: ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ମୋତିଆବିନ୍ଦୁ ଜନିତ ଦୃଷ୍ଟିଶକ୍ତି ହରାଇବା ଏକ ଗମ୍ଭୀର ସମସ୍ୟା । ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲାରେ ପ୍ରଶାସନ ପକ୍ଷରୁ କ୍ୟାମ୍ପ କରାଯାଇ ଏକ ମିଶନ ଆରମ୍ଭ କରାଯାଇଛି ।
ଜିଲ୍ଲାକୁ ମୋତିଆବିନ୍ଦୁ ଜନିତ ଦୃଷ୍ଟିହୀନତାକୁ ମୁକ୍ତ କରିବା ପାଇଁ ଜିଲ୍ଲାରେ ମିଶନ ଆରମ୍ଭ କରାଯାଇଛି । 2021 ଶେଷ ସୁଦ୍ଧା ଜିଲ୍ଲାକୁ ଦୃଷ୍ଟିହୀନ ମୁକ୍ତ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି । ଏହି ସମସ୍ୟାର ସମାଧାନ ପାଇଁ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ଚଳିତ ବର୍ଷ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏକ ଘରୋଇ ସଂସ୍ଥା ସହ ବୁଝାମଣା କରି ମୋତିଆବିନ୍ଦୁକୁ ଦୂର କରିବାକୁ ଏକ ମିଶନ ଆରମ୍ଭ କରିଛି ।
ଏହି ମିଶନ ଅନୁସାରେ ଆସନ୍ତା ଦିନ ଗୁଡ଼ିକରେ ପ୍ରତ୍ୟେକ ବ୍ଲକ୍ର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ କ୍ୟାମ୍ପ କରାଯାଇ ମୋତିଆବିନ୍ଦୁ ଶିକାର ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ଅସ୍ତ୍ରୋପଚାର କରାଯିବ ବୋଲି ଜଣାପଡିଛି । ଚଳିତ ବର୍ଷ 7500 ଅସ୍ତ୍ରୋପଚାର କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଜିଲ୍ଲାପାଳ ଶୁଭମ ସକ୍ସେନା ସୂଚନା ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରାଣା, ଇଟିଭି ଭାରତ