ETV Bharat / state

Panchayat Election: କିଏ ହାତେଇବ ରେଙ୍ଗାଲୀ 1ନଂ ଜୋନ? ଚାଲିଛି କଡ଼ା ଟକ୍କର

author img

By

Published : Feb 7, 2022, 12:33 PM IST

ପଞ୍ଚାୟତ ନିର୍ବାଚନ ନିକଟତର ହୋଇ ଆସୁଥିବାବେଳେ ନିର୍ବାଚନୀ ପ୍ରଚାର ଜୋର ଧରୁଛି। ପ୍ରତ୍ୟେକ ଦଳର ପ୍ରାର୍ଥୀ ଦଳ ସମର୍ଥକଙ୍କ ସହ ନିଜ ପ୍ରତିଶୃତିରେ ଲୋକଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡ଼ିଛନ୍ତି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଜୋନ 1ରେ ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ଦୌଡ଼ରେ ତିନି ପ୍ରମୁଖ ରାଜନୈତିକ ଦଳ ମୈଦାନରେ ଜୋର କସରତ କରୁଛନ୍ତି। ଅଧିକ ପଢ଼ନ୍ତୁ

candidates campaign for zilla parishad in rengali
ପଞ୍ଚାୟତ ଟକ୍କର: କିଏ ହାତେଇବ ରେଙ୍ଗାଲୀ 1ନଂ ଜୋନ? ଚାଲିଛି କଡ଼ା ଟକ୍କର

ସମ୍ବଲପୁର: ପଞ୍ଚାୟତ ନିର୍ବାଚନ ନିକଟତର ହୋଇ ଆସୁଥିବାବେଳେ ନିର୍ବାଚନୀ ପ୍ରଚାର ଜୋର ଧରୁଛି। ପ୍ରତ୍ୟେକ ଦଳର ପ୍ରାର୍ଥୀ ଦଳ ସମର୍ଥକଙ୍କ ସହ ନିଜ ପ୍ରତିଶୃତିରେ ଲୋକଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡ଼ିଛନ୍ତି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଜୋନ 1ରେ ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ଦୌଡ଼ରେ ତିନି ପ୍ରମୁଖ ରାଜନୈତିକ ଦଳ ମୈଦାନରେ ଜୋର କସରତ କରୁଛନ୍ତି।

ସମ୍ବଲପୁରର ରେଙ୍ଗାଲି 1ନଂ ଜୋନ ଅଞ୍ଚଳରେ ମୁଖ୍ୟତଃ ଶିଳ୍ପାନୁଷ୍ଠାନମାନ ଭରି ରହିଛି। ହେଲେ କୃଷି ହେଉଛି ସ୍ଥାନୀୟ ଲୋକଙ୍କ ରୋଜଗାରର ପ୍ରମୁଖ ପନ୍ଥା। ତେବେ ଏହି ଅଞ୍ଚଳରେ ବିସ୍ଥାପନ ସ୍ଥାନୀୟ ଅଞ୍ଚଳର ପ୍ରମୁଖ ସମସ୍ୟାମାନ ଭରି ରହିଛି। ଯାହାକୁ ନିର୍ବାଚନର ମୂଳ ଉଦ୍ଦେଶ୍ୟ କରି ମୈଦାନକୁ ଓହ୍ଳାଇଛନ୍ତି ରାଜନୈତିକ ଦଳ। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ବିଭିନ୍ନ ଯୋଜନାକୁ ମୂଖ୍ୟ ଅସ୍ତ୍ର କରି ଭୋଟ ମାଗୁଛନ୍ତି ବିଜେଡି ପ୍ରାର୍ଥୀ ଚୋଲେଶ୍ଵରୀ ମହାନନ୍ଦ ।

ଗତ 2919 ବିଧାନସଭା ନିର୍ବାଚନରେ ବିଜେପି ଏହି ଅଞ୍ଚଳରେ ବାଜିମାତ କରିଥିବାବେଳେ ଚଳିତ ବର୍ଷ ମଧ୍ୟ ବିଜେପି ଆସନ ଗ୍ରହଣ କରିବା ନେଇ ଆଶାୟୀ ଅଛି। ବିଜେପି ପ୍ରାର୍ଥୀ ପ୍ରିୟମ୍ବଦା ବେହେରା ନିଜ ସମର୍ଥକଙ୍କ ସହ ଘରକୁ ଘର ଯାଇ ପ୍ରଚାର ଚଳାଇଛନ୍ତି । ସ୍ଥାନୀୟ ଲୋକଙ୍କ ବିଭିନ୍ନ ଅସୁବିଧାର ସମାଧାନର ପ୍ରତିଶ୍ରୁତି ଦେଇ ଭୋଟଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ସେପଟେ କଂଗ୍ରେସ ପ୍ରାର୍ଥୀ ରେବତୀ ସୁନା ମଧ୍ୟ ଆସନ ଆକ୍ତିଆର ପାଇଁ କରୁଛନ୍ତି ପ୍ରଚାର। ରେଙ୍ଗାଲି 1ନଂ ଜୋନକୁ ହାତେଇବା ପାଇଁ ଲାଗି ପଡ଼ିଛନ୍ତି ତିନି ରାଜନୈତିକ ଦଳ। ହେଲେ ବର୍ତ୍ତମାନର ସ୍ଥିତି ଓ ରାଜନୈତିକ ସମୀକରଣ ଅନୁସାରେ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ତାହା ଫଳାଫଳ ହିଁ ସ୍ପଷ୍ଟ କରିବ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.