ସମ୍ବଲପୁର: ସମ୍ବଲପୁରରେ ସିଏଏ ଓ ଏଆରସିକୁ ବିରୋଧ ହୋଇଛି । ଆଜି ସମ୍ବଲପୁରରେ ଭୀମ ଆର୍ମୀ ଓ ମୁସଲିମ ସମ୍ପ୍ରଦାୟର ଲୋକେ ସିଏଏ ଓ ଏନଆରସିକୁ ବିରୋଧ କରିଛନ୍ତି।
ସମ୍ବଲପୁରର ସୋନାପାଲି ଛକରୁ ଭୁତାପଡା ଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଆସି ସିଏଏ ଓ ଏନଆରସିକୁ ବିରୋଧ କରିଛନ୍ତି । ଆଜି ସମ୍ବଲପୁର ସୋନାପାଲି ଠାରେ ପ୍ରଥମେ ରାସ୍ତା ଉପରେ ବସି ଆନ୍ଦୋଳନକାରୀ ମାନେ ପ୍ରତିବାଦ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଶୋଭାଯାତ୍ରାର ପାଇଁ ଅନୁମତି ନଥିଲେ ମଧ୍ୟ ଆନ୍ଦୋଳନକାରୀ ମାନେ ଏକ ଶୋଭାଯାତ୍ରାରେ ବ୍ୟାନର ଓ ପୋଷ୍ଟର ଧରି ଭୁତାପଡା ପର୍ଯ୍ୟନ୍ତ ଆସିଥିଲେ। ତେବେ ଭୁତାପଡାରେ ପୂର୍ବରୁ ମୁତୟନ ଥିବା ପୋଲିସ ଏକ ବ୍ୟାରିକେଡ କରି ଆନ୍ଦୋଳନକାରୀଙ୍କୁ ଅଟକାଇଥିଲା ।
ପରେ ଆନ୍ଦୋଳନକାରୀଙ୍କ ମଧ୍ୟରୁ 20 ଜଣିଆ ପ୍ରତିନିଧି ମଣ୍ଡଳୀ ସମ୍ବଲପୁର ଜିଲ୍ଳାପାଳଙ୍କୁ ସାକ୍ଷାତକରି ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।
ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ