ETV Bharat / state

ପର୍ଯ୍ୟଟକଙ୍କ ମନମୋହିବ ପ୍ରଜାପତି ଉଦ୍ୟାନ, ପ୍ରାକୃତିକ ପରିବେଶ ସାଙ୍ଗକୁ ଉଦ୍ୟାନର ମଜା - budharaja Butterfly garden

ସମ୍ବଲପୁରରେ ପ୍ରଜାପତି ଉଦ୍ୟାନ । ବୁଢାରଜା ଜଙ୍ଗଲର ପ୍ରାକୃତିକ ପରିବେଶ ସାଙ୍ଗକୁ ପ୍ରଜାପତି ଉଦ୍ୟାନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । ବିଲୁପ୍ତ ପ୍ରାୟ ପ୍ରଜାତିର କୀଟ ପତଙ୍ଗ ସହ ପ୍ରଜାପତିଙ୍କୁ ସୁରକ୍ଷା ଦେବାକୁ ଏହା ଏକ ନିଆରା ପ୍ରୟାସ l ଆଗକୁ ପଢ଼ନ୍ତୁ

ପ୍ରଜାପତି ଉଦ୍ୟାନ
ପ୍ରଜାପତି ଉଦ୍ୟାନ
author img

By ETV Bharat Odisha Team

Published : Nov 25, 2023, 10:25 PM IST

ପ୍ରଜାପତି ଉଦ୍ୟାନ

ସମ୍ବଲପୁର: ସମ୍ବଲପୁରରେ ପ୍ରଜାପତି ଉଦ୍ୟାନ । ଉଦ୍ୟାନ ପାଇଁ ଡିଜାଇନ ପ୍ରସ୍ତୁତ । ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ମଧ୍ୟ ସହାୟତା । ବୁଢାରଜା ଜଙ୍ଗଲର ପ୍ରାକୃତିକ ପରିବେଶ ସାଙ୍ଗକୁ ପ୍ରଜାପତି ଉଦ୍ୟାନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । ବିଲୁପ୍ତ ପ୍ରାୟ ପ୍ରଜାତିର କୀଟ ପତଙ୍ଗ ସହ ପ୍ରଜାପତିଙ୍କୁ ସୁରକ୍ଷା ଦେବାକୁ ଏହା ଏକ ନିଆରା ପ୍ରୟାସ l

ସମ୍ବଲପୁର ଜିଲ୍ଲା ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ହୋଇରହିଛି l ସମ୍ବଲପୁର ସହର ମଧ୍ୟ ଭାଗରେ ଥିବା ବୁଢାରଜା ପାହାଡ ଯାହାକୁ ସହରର ‘ଅକ୍ସିଜେନ ପ୍ଲାଣ୍ଟ’ ବୋଲି କୁହାଯାଏ । ସେଠାରେ ପ୍ରଥମ ଥର ପାଇଁ ପ୍ରଜାପତି ଉଦ୍ୟାନ ଆରମ୍ଭ କରାଯିବାର ପ୍ରସ୍ତାବ ଥିବା ବେଳେ ବର୍ତ୍ତମାନ ଏହାର କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ କୁଶଳି ଶ୍ରମିକ ନିୟୋଜିତ ହୋଇଛନ୍ତି l ଏହି ଉଦ୍ୟାନ ପାଇଁ ଡିଜାଇନ ମଧ୍ୟ ପ୍ରସ୍ତୁତ ହୋଇ ସାରିଛି l ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ମଧ୍ୟ ବନ ବିଭାଗକୁ ସହାୟତା କରାଯାଉଛି l ବିଶ୍ୱ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡ଼ଃ ପ୍ରଦୋଷ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ଯେ ପ୍ରଜାପତି ଏମିତି ଜୀବ ଯିଏ ସବୁ ସ୍ଥାନରେ ରହିଥାଏ l ଯେଉଁ ସ୍ଥାନରେ ରଙ୍ଗୀନ ଓ ମହକଯୁକ୍ତ ଫୁଲ ଗଛ ଥାଏ ସେହି ସ୍ଥାନରେ ପ୍ରଜାପତି ଆକୃଷ୍ଟ ହୋଇ ଆସନ୍ତି l ସମ୍ବଲପୁର ବୁଢାରଜା ଜଙ୍ଗରରେ ଏହିଭଳି ପରିବେଶ ରହିଛି ଯେଉଁଠି ଏକ ପ୍ରାକୃତିକ ଝରଣା ଓ ବିଭିନ୍ନ ପ୍ରକାର ଫୁଲ ଗଛ ଅଛି l ସେଥିପାଇଁ ଏହି ସ୍ଥାନରେ ଆଉ କେତେକ ପ୍ରକାର ଫୁଲ ଗଛ ଲଗାଯାଇ ଏହିଭଳି ପରିବେଶ ସୃଷ୍ଟି କରାଯିବ ଯେଉଁଠି ପ୍ରଜାପତି ମାନେ ଆକୃଷ୍ଟ ହେବେ l

ଏହା ମଧ୍ୟ ପଢ଼ନ୍ତୁ...ରେଭେନ୍ସାକୁ ମିଳିଲା A++, ନାଚଗୀତରେ ଝୁମୁଛି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍

ସମ୍ବଲପୁର ବୁଢାରାଜା ପାହାଡର ପରିବେଶ ପୂର୍ବରୁ ପ୍ରଜାପତିଙ୍କୁ ସୁହାଉଥିବା ପରି ହୋଇ ଥିବାରୁ ଏଠାରେ ପ୍ରଜାପତି ଉଦ୍ୟାନ ହେଲେ ବହୁ ପ୍ରଜାତିର ପ୍ରଜାପତି ଆସିବେ l ଅନ୍ୟପଟେ ସମ୍ବଲପୁର DFO ବିଶ୍ଵନାଥ ନୀଳନୱାର କହିଛନ୍ତି ଯେ "ଏଠାରେ ରେକ୍ଟର ପ୍ଲାଣ୍ଟ ଲଗାଯାଇ ପ୍ରଜାପତିଙ୍କୁ ସୁହାଉଥିବା ପରି ପରିବେଶ ସୃଷ୍ଟି କରାଯିବ l ଫଳରେ ବିଭିନ୍ନ ପ୍ରଜାତିର ପ୍ରଜାପତି ଏଠାକୁ ଆସିବେ l ଏହାର ନିର୍ମାଣ କାର୍ଯ୍ୟ ଆସନ୍ତା 1 ମାସ ମଧ୍ୟରେ ସରିଯିବ"l ବୁଢାରଜା ବନ ସୁରକ୍ଷା ସମିତିକୁ ଏହାର ପରିଚାଳନା ଭାର ଦିଆଯିବ l ଏହା ଦ୍ବାରା ପ୍ରଜାପତିଙ୍କ ସୁରକ୍ଷା ହେବା ସହ ଲୋପ ପାଇ ଯାଉଥିବା ପ୍ରଜାପତିଙ୍କ ବଂଶ ବୃଦ୍ଧି ହେବ ବୋଲି ଆଶା କରାଯାଉଛି l ଏହି ପ୍ରକଳ୍ପ ପାଇଁ 25 ଲକ୍ଷ ଟଙ୍କା ଖର୍ଚ୍ଚ ହେବ l ଏହା ହେବା ପରେ ପର୍ଯ୍ୟଟକ ମାନେ ବୁଢାରଜା ପାହାଡକୁ ଅଧିକ ସଂଖ୍ୟରେ ଆସିବେ ବୋଲି ବନବିଭାଗ ଆଶା ରଖିଛନ୍ତି l ବର୍ତ୍ତମାନ ବଦଳୁଥିବା ପ୍ରାକୃତିକ ପରିବେଶ ଭିତରେ ବଣ ଜଙ୍ଗଳରେ ଥିବା ଅନେକ କୀଟ ପତଙ୍ଗ ସହ ପ୍ରଜାପତି ଦିନକୁ ଦିନ ବିଲୁପ୍ତ ହୋଇଯାଉଛନ୍ତି । ତେଣୁ ସମ୍ବଲପୁର ବନ ବିଭାଗ ତରଫରୁ ଏମାନଙ୍କୁ ସୁରକ୍ଷା ଦେବାକୁ ଏହା ଏକ ନିଆରା ପ୍ରୟାଶ l

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.