ସମ୍ବଲପୁର:ବୁର୍ଲା ଭୀମସାରର ଡାକ୍ତର ତଥା ପୂର୍ବତନ ଜୁନିୟର ଡାକ୍ତର ସଙ୍ଘର ସଭାପତି ଡାକ୍ତର ଶଙ୍କର ରାମଚନ୍ଦନୀ ଓ ତାଙ୍କର 23 ଜଣ ସହଯୋଗୀ ରାଜ୍ୟ ସରକାରଙ୍କ ଏକା ଥରକେ 4 ମାସର ଦରମା ଦେବାର ନିଷ୍ପତିକୁ ଅସହମତି ଜଣାଇଛନ୍ତି । ଏହା ସହ ଦରମା ପୂର୍ବବତ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି ।
ଏହାସହ ଏହି ଅର୍ଥ ରାଶିକୁ ଅଗ୍ରୀମ ଡାକ୍ତର ମାନଙ୍କୁ ନ ଦେଇ କରୋନା ମୁକାବିଲାରେ ଲଗାଯାଉ ବୋଲି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହା ସହ ବୁର୍ଲା ଡାକ୍ତର ମାନଙ୍କୁ ଭଲ ମାସ୍କ ଅତ୍ୟାଧୁନିକ ପର୍ଶନାଲ ପ୍ରୋଟେକ୍ଟଟିବ ଇକ୍ୟୁପମେଣ୍ଟ ଯୋଗାଇବାକୁ ଏହି ଡାକ୍ତର ମାନେ ଅନୁରୋଧ କରିଛନ୍ତି । ବୁର୍ଲା ଭୀମସାର ଡାକ୍ତର ଶଙ୍କର ରାମଚନ୍ଦନୀ ଓ ତାଙ୍କ ସହଯୋଗୀ ଡାକ୍ତରଙ୍କ ଏହି କାମକୁ ଏବେ ଭୁରି ଭୁରି ପ୍ରଶଂସା ମିଳୁଛି ।
ସମ୍ବଲପୁରରୁ ବାଦସାହା ଜୁସ୍ମନ ରଣା, ଇଟିଭି ଭାରତ