ସମ୍ବଲପୁର: ବୁର୍ଲା ପୋଲିସକୁ ବଡ ସଫଳତା । ୪ ଜଣ ହାଇଓ୍ବା ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି ବୁର୍ଲା ପୋଲିସ । ଏନେଇ ଆଜି(ରବିବାର) ଅପରାହ୍ନ 3.30ରେ ସୂଚନା ଦେଲେ ସମ୍ବଲପୁର ଏସ.ପି ବତୁଲା ଗଙ୍ଗାଧର ।

ଗିରଫ ଅଭିଯୁକ୍ତଙ୍କୁ ପାଟ୍ରୋଲିଂ ସମୟରେ ଧରିବା ସହ ସେମାନଙ୍କ ଠାରୁ ଆଇରନ ରଡ, ଛୁରୀ, ବାଉଁସ ଲାଠି, ଚିଲି ପାଉଡର ଜବତ କରିଛି ପୋଲିସ । ଅଭିଯୁକ୍ତ ମାନେ ହେଲେ ଅମିତ କୁର୍ମୀ, ସୁମିତ କୁର୍ମୀ, ବିଶାଲ କୁମ୍ଭାର ଓ ଓ୍ବାରିସ ଖାନ । ଏମାନେ ବୁର୍ଲାର ଗୋଲଗୁଣ୍ଡା ଛକରେ ଡକାୟତି ଯୋଜନା କରୁଥିବାବେଳେ ଧରିଛି ବୁର୍ଲା ପୋଲିସ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ