ସମ୍ବଲପୁର: ବୁର୍ଲା ମେଡ଼ିକାଲ କଲେଜରେ ଯୋଗ ଦେଲେ ନୂତନ ନିର୍ଦ୍ଦେଶକ । ଆଜି ବୁର୍ଲା ଭୀମସାରର ନୂତନ ନିର୍ଦ୍ଦେଶକ ଭାବେ ଯୋଗ ଦେଇଛନ୍ତି ପ୍ରଫେସର ଲଳିତ କୁମାର ମେହେର । ସେ ପୂର୍ବରୁ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜର ଡିନ ଭାବେ କାର୍ଯ୍ୟରତ ଥିଲେ ।
ଆଜି ସେ ବୁର୍ଲା ମେଡ଼ିକାଲର ନୂତନ ନିର୍ଦ୍ଦେଶକ ଭାବେ ଯୋଗ ଦେବା ପରେ ଏଥିପାଇଁ ସେ ପ୍ରଥମେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ମେଡ଼ିକାଲର ମୁଖ୍ୟତଃ ଫେକଲ୍ଟି ସମସ୍ୟାର ସମାଧାନ, ରୋଗୀ ସେବାରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଓ ଗରିବ ଶ୍ରେଣୀର ରୋଗୀ କିପରି ସରକାରୀ ଯୋଜନା ଗୁଡିକର ଲାଭ ପାଇ ପାରିବେ, ସେନେଇ ଯତ୍ନବାନ ହେବେ ବୋଲି କହିଛନ୍ତି । ଏହା ସହ ବୁର୍ଲା ମେଡ଼ିକାଳରେ ଥିବା ଏକାଡେ଼ମିକ ସମସ୍ୟାର ସମାଧାନ ଉପରେ ଗୁରୁତ୍ବ ଦିଆଯିବ ବୋଲି ପ୍ରଫେସର ମେହେର କହିଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା,ଇଟିଭି ଭାରତ