ETV Bharat / state

ବୁର୍ଲା ଭୀମସାରର ଛାତ୍ରଛାତ୍ରୀଙ୍କୁ କୋଭିଡ ସଂକ୍ରମଣ ଘଟଣା: ILSକୁ ପଠାଗଲା ନମୁନା - Bhimsar Covid infection students follow up

ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲର ଛାତ୍ରଛାତ୍ରୀଙ୍କୁ କୋଭିଡ ସଂକ୍ରମଣ ଘଟଣା । 21 ଛାତ୍ରଛାତ୍ରୀଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଗଲା ଭୁବନେଶ୍ୱର ILS । ମୋଟ 64 ଜଣ ଛାତ୍ରଛାତ୍ରୀ କୋଭିଡ ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ

ବୁର୍ଲା ଭୀମସାରର ଛାତ୍ରଛାତ୍ରୀଙ୍କୁ କୋଭିଡ ସଂକ୍ରମଣ ଘଟଣା: ILSକୁ ପଠାଗଲା ନମୁନା

author img

By

Published : Nov 29, 2021, 7:47 PM IST

ସମ୍ବଲପୁର : ବୁର୍ଲା ଭୀମସାର ମେଡିକାଲର ଛାତ୍ରଛାତ୍ରୀଙ୍କୁ କୋଭିଡ ସଂକ୍ରମଣ ଘଟଣା। 21 ଜଣ ଛାତ୍ରଛାତ୍ରୀଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଗଲା ଭୁବନେଶ୍ୱର ILS । ଆଜି ସୁଦ୍ଧା ଭୀମସାରର ମୋଟ 64 ଛାତ୍ରଛାତ୍ରୀ କୋଭିଡ ସଂକ୍ରମିତ ଥିବା ଚିହ୍ନଟ ହେବା ପରେ ଆଜି(ସୋମବାର) 21 ଜଣଙ୍କ ସ୍ୱାବ ନମୁନା ଭୁବନେଶ୍ୱରକୁ ପଠାଯାଇଛି । ଏନେଇ ସୂଚନା ଦେଇଛନ୍ତି ମେଡିକାଲ କଲେଜର ଡିନ ଜୟଶ୍ରୀ ଦୋରା।

ବୁର୍ଲା ଭୀମସାରର ଛାତ୍ରଛାତ୍ରୀଙ୍କୁ କୋଭିଡ ସଂକ୍ରମଣ ଘଟଣା: ILSକୁ ପଠାଗଲା ନମୁନା

ଗତ କିଛି ଦିନ ତଳେ ବୁର୍ଲା ଭୀମସାର ମେଡିକାଲ କଲେଜର ଛାତ୍ରଛାତ୍ରୀ କୋଭିଡ ସଂକ୍ରମିତ ଥିବା ଚିହ୍ନଟ ହୋଇଥିଲେ। ମୋଟ 64 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 21 ଜଣ ସ୍ୱାବ ନମୁନା ଜିନମ ସିକୁଏନ୍ସିଙ୍ଗ ପାଇଁ ଭୁବନେଶ୍ବର ILS କୁ ଆଜି ପଠାଯାଇଥିବା ସୂଚନା ଦେଇଛନ୍ତି ବୁର୍ଲା ମେଡିକାଲ କଲେଜର ଡିନ ଜୟଶ୍ରୀ ଦୋରା। ତେବେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଇସୋଲେସନରେ ରଖାଯାଇଛି ବୋଲି ସୂଚନା ଦିଆଯାଇଛି । ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ କେଉଁ ପରିସ୍ଥିତିରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ତାହାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି ବୋଲି ଡିନ ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.