ETV Bharat / state

ସମଲେଇ ଯୋଜନାରେ ଘୁନଘୁଟିପଡା ଉଚ୍ଛେଦକୁ ପ୍ରତିବାଦ କଲା ବିଏସପି

ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ଦଳିତ ବସ୍ତି ଗୁଡ଼ିକର ଉଚ୍ଛେଦ କାର୍ଯ୍ୟର ପ୍ରତିବାଦ କରିଛି ବହୁଜନ ସମାଜ ପାର୍ଟି। ସମଲେଇ ଯୋଜନା ଯୋଗୁଁ ଘୁନଘୁଟିପଡା ଉଚ୍ଛେଦ ହେଉଥିବା ବେଳେ ଏହାର ପ୍ରତିବାଦରେ ଆଜି ଏହି ଧାରଣା ପ୍ରଦର୍ଶନ ହୋଇଛି । ଅଧିକ ପଢନ୍ତୁ

ସମଲେଇ ଯୋଜନରେ ଘୁନଘୁଟିପଡା ଉଚ୍ଛେଦକୁ ପ୍ରତିବାଦ କଲା ବିଏସପି

author img

By

Published : May 9, 2022, 10:44 PM IST

ସମ୍ବଲପୁର: ସମ୍ବଲପୁରରେ ବହୁଜନ ସମାଜ ପାର୍ଟିର ଧାରଣା । ବର୍ତ୍ତମାନ ସମଲେଶ୍ୱରୀ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ ସମଲେଇ ଯୋଜନା ପାଇଁ ଉଚ୍ଛେଦ କାର୍ଯ୍ୟ ଜାରି ରହିଥିବାବେଳେ ପାଖରେ ଥିବା ଘୁନଘୁଟି ପଡାର ଉଚ୍ଛେଦ କାର୍ଯ୍ୟ ଜାରି ରହିଛି ।

ସମଲେଇ ଯୋଜନରେ ଘୁନଘୁଟିପଡା ଉଚ୍ଛେଦକୁ ପ୍ରତିବାଦ କଲା ବିଏସପି

ମୁଖ୍ୟତଃ ଏହି ସ୍ଥାନରେ ଦଳିତ ପରିବାର ଶହଶହ ବର୍ଷ ହେଲା ରହିଆସୁଥିବା ବେଳେ ବର୍ତ୍ତମାନ ଏହି ଲୋକଙ୍କୁ ବିସ୍ଥାପିତ ହେବାକୁ ପଡୁଛି ।

ତେବେ ବିସ୍ଥାପିତ ହେଉଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ରାଶି ପ୍ରଦାନ କରାଯାଉନଥିବା ତଥା କ୍ଷତିପୂରଣ ରାଶି ପ୍ରଦାନରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ନେଇ ଆଜି(ସୋମବାର) ବିଏସପି ପକ୍ଷରୁ ଏହି ଧାରଣା ପ୍ରଦର୍ଶନ କରାଯାଇଛି ।

ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଧାରଣା ହୋଇଥିଲା । ଏହାସହ ସମଲେଇ ଯୋଜନା ନେଇ କୌଣସି ବ୍ଲୁୁପ୍ରିଣ୍ଟ ଜିଲ୍ଲା ପ୍ରଶାସନ ତରଫରୁ ଦେଖାଯାଉନଥିବା ଅଭିଯୋଗ କରିଛି ବହୁଜନ ସମାଜ ପାର୍ଟି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.