ETV Bharat / state

ସମ୍ବଲପୁରରେ ପୁଣି ନିର୍ମମ ହତ୍ୟା, ପୋଲିସର ତଦନ୍ତ ଜାରି - ସମ୍ବଲପୁରରେ ହତ୍ୟା

ସମ୍ବଲପୁର ହାଉସିଂ ବୋର୍ଡ କଲୋନୀ ସମ୍ମୁଖରେ ବ୍ୟକ୍ତିଙ୍କୁ ହତ୍ୟା । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

ସମ୍ବଲପୁରରେ ପୁଣି ନିର୍ମମ ହତ୍ୟା, ପୋଲିସର ତଦନ୍ତ ଜାରି

author img

By

Published : Dec 13, 2020, 10:58 PM IST

ସମ୍ବଲପୁର: ସହରରେ ପୁଣି ହତ୍ୟା । ସମ୍ବଲପୁର ହାଉସିଂ ବୋର୍ଡ କଲୋନୀ ସମ୍ମୁଖରେ ଆଜି(ରବିବାର) ସନ୍ଧ୍ୟା ପ୍ରାୟ ସାଢେ 8 ସମୟରେ ଜଣେ ବ୍ୟକ୍ତିଙ୍କୁ ଏକ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଭୀମସେନ ଗୁରୁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ଏବଂ ଘଟଣାର ଛାନଭିନ ଆରମ୍ଭ କରିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି ।

ସମ୍ବଲପୁରରେ ପୁଣି ନିର୍ମମ ହତ୍ୟା, ପୋଲିସର ତଦନ୍ତ ଜାରି

ସୂଚନାଯୋଗ୍ୟ, ଭୀମସେନ କିଛିଦିନ ହେଲା ଅନୁଗୁଳରୁ ସମ୍ବଲପୁର ଆସିଥିଲେ । ତେବେ କାହା ସହିତ ତାଙ୍କର ଶତ୍ରୁତା ଥିଲା ଏବଂ ତାଙ୍କୁ କିଏ ହତ୍ୟା କରିଛି, ଏ ସମ୍ପର୍କରେ ଟାଉନ ପୋଲିସ ଖୋଳତାଡ ଆରମ୍ଭ କରିଛି । ତେବେ ସମ୍ବଲପୁରରେ ସପ୍ତାହକ ମଧ୍ୟରେ ଏହା ଦ୍ବିତୀୟ ହତ୍ୟାକାଣ୍ଡ ।

ସମ୍ବଲପୁରରୁ ବାଦଶାହ ଜୁସମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.