ସମ୍ବଲପୁର: ଜିଲ୍ଲାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସମ୍ବଲପୁର ଜିଲ୍ଲା ବିଜେଡି ପକ୍ଷରୁ ଏହି ଶିବିର ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲା ବିଜେଡି ଓ ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ସମ୍ବଲପୁର ସଦର ହସ୍ପିଟାଲର ରକ୍ତଭଣ୍ଡାରରେ ଆୟୋଜିତ ଏହି ଶିବିରରେ ସାମାଜିକ ଦୂରତା ସହ ସରକାରଙ୍କ ସମସ୍ତ ନିୟମକୁ ପାଳନ କରାଯାଇଥିଲା । ଏଥିରେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ମଧ୍ୟ ଯୋଗ ଦେଇଥିଲେ । ବହୁ ବିଜେଡି କାର୍ଯ୍ୟକର୍ତ୍ତା ଏଠାରେ ରକ୍ତଦାନ କରିଥିଲେ । ପାଖପାଖି 25 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।


ବର୍ତ୍ତମାନ ପରିସ୍ଥିତିରେ ମହାମାରୀ କୋରୋନା ପାଇଁ ଚାରିଆଡେ ଲକଡାଉନ ପରିସ୍ଥିତି ଜାରି ରହିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମଣ ରଣା, ଇଟିଭି ଭାରତ