ETV Bharat / state

ସମ୍ବଲପୁରର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ

ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହେଉଛି। ଏହି କ୍ରମରେ ସମ୍ବଲପୁର ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଯୁଜୁମୁରା ଓ ମାନେଶ୍ବର ବ୍ଲକର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଅଧିକ ପଢନ୍ତୁ...

author img

By

Published : Dec 28, 2020, 11:00 AM IST

ସମ୍ବଲପୁରର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ
ସମ୍ବଲପୁରର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ

ସମ୍ବଲପୁର: ବିଗତ 6 ମାସ ଧରି ଲାଗୁ ହୋଇଥିବା ଲକଡାଉନ କାରଣରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇନପାରିବାରୁ ରାଜ୍ୟରେ ରୋଗୀଙ୍କ ପାଇଁ ରକ୍ତ ସଙ୍କଟ ଦେଖାଯାଇଥିଲା। ଯାହା ଫଳରେ ଦୁର୍ଘଟଣାଗ୍ରସ୍ଥ ରୋଗୀ, ସିକେଲସେଲ ଓ ଥଲାସେମିଆ ରୋଗୀ ସମସ୍ୟାରେ ପଡ଼ିଥିଲେ। ଏହି ସମସ୍ୟାର ସମାଧାନ ପାଇଁ ଏବେ ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହେଉଛି। ଏହି କ୍ରମରେ ସମ୍ବଲପୁର ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଯୁଜୁମୁରା ଓ ମାନେଶ୍ବର ବ୍ଲକର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି।

ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ମାନେଶ୍ବର ବ୍ଲକ ଗୋଲାବନ୍ଦ ଠାରେ ଏକ ରକ୍ତଦାନ ଶିବିର ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ବହୁ ବିଜେଡି ନେତା ଓ କର୍ମୀ ଯୋଗ ଦେଇ କୋଭିଡ କଟକଣା ଭିତରେ ରକ୍ତଦାନ କରିଛନ୍ତି।

ଏହି ରକ୍ତଦାନ ଶିବିରରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ନଳିନିକାନ୍ତ ପ୍ରଧାନ, ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ ପ୍ରମୁଖ ଯୋଗ ଦେଇ ରକ୍ତଦାନ କରୁଥିବା ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଥିଲେ। ଆଗକୁ ମଧ୍ୟ ବିଭିନ୍ନ ସ୍ଥାନରେ ରକ୍ତ ଦାନ ଶିବିର ଆୟୋଜିତ ହେବ ବୋଲି ସୂଚନା ଦିଆଯାଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.