ETV Bharat / state

ଦଳରେ ପତିଆରା ବୃଦ୍ଧି କରୁଥିବାରୁ ନବଙ୍କୁ ମାରିଦେଲେ ଶାସକ ଦଳର ନେତା: ବିଜେପି - ନବ ଦାସ ହତ୍ୟାକାଣ୍ଡ

ନବ ଦାସ ହତ୍ୟାକାଣ୍ଡ ନେଇ ରାଜ୍ୟରେ ବିରୋଧି ଓ ଶାସକ ଦଳ ମଧ୍ୟରେ ଜାରି ରହିଛି ରାଜନୈତିକ ବୟାନବାଜି । ବିଜେଡି ରାଜ୍ୟ ମୁଖପାତ୍ର ଏହି ହତ୍ୟାକାଣ୍ଡ ଘଟଣାରେ ପଶ୍ଚିମ ଓଡିଶାର ଜଣେ ବିଜେପି ନେତାଙ୍କ ହାତ ଥିବା ଅଭିଯୋଗ କରିଥିବାବେଳେ ଏହି ଘଟଣାରେ ଶାସକ ଦଳର ନେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ନାଉରୀ ନାଏକ । ଅଧିକ ପଢ଼ନ୍ତୁ

ନବ ଦାସ ହତ୍ୟାକାଣ୍ଡ ନେଇ ରେଙ୍ଗାଲି ବିଧାୟକଙ୍କ ପ୍ରତିକ୍ରିୟା

author img

By

Published : Feb 8, 2023, 9:56 PM IST

ନବ ଦାସ ହତ୍ୟାକାଣ୍ଡ ନେଇ ରେଙ୍ଗାଲି ବିଧାୟକଙ୍କ ପ୍ରତିକ୍ରିୟା

ସମ୍ବଲପୁର: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ଏହାକୁ ନେଇ ଦିନକୁ ଦିନ ଜୋର ଧରୁଛି ରାଜ୍ୟ ରାଜନୀତି । ରାଜ୍ୟ ସରକାର ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଉଥିବା ବେଳେ ଉଭୟ ଶାସକ ଓ ବିରୋଧୀ ଦଳର ନେତା ନିଜ ନିଜର ବୟାନ ବାଜି ଜରିଆରେ ପରସ୍ପରକୁ ଦୋଷ ଦେଇ ଚାଲିଛନ୍ତି । ତେବେ ବିଜେଡି ରାଜ୍ୟ ମୁଖପାତ୍ର ଏହି ହତ୍ୟାକାଣ୍ଡ ଘଟଣାରେ ପଶ୍ଚିମ ଓଡିଶାର ଜଣେ ବିଜେପି ନେତାଙ୍କ ହାତ ଥିବା ଅଭିଯୋଗ କରିଥିବାବେଳେ ଆଜି ଏହାର ଜବାବ ରଖିଛନ୍ତି ରାଜ୍ୟ ବିଜେପି ଉପସଭାପତି ନାଉରୀ ନାଏକ । ସିବିଆଇ ତଦନ୍ତ କରାଗଲେ ସବୁ ସତ୍ୟାସତ୍ୟ ଲୋକ ଲୋଚନକୁ ଆସିବ ବୋଲି କହିଛନ୍ତି ରେଙ୍ଗାଲି ବିଧାୟକ ।

ଗତ ମଙ୍ଗଳବାର ସମ୍ବଲପୁର ଠାରେ ବିଜେଡି ରାଜ୍ୟ ମୁଖପାତ୍ର ଏହି ହତ୍ୟାକାଣ୍ଡ ଘଟଣାରେ ପଶ୍ଚିମ ଓଡିଶାର ବିଜେପିର ଏକ ଅପରାଧ ପ୍ରବଣ ସମ୍ପୃକ୍ତ ନେତାଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି ବୋଲି କହିଥିଲେ । ଏହା ସହିତ ଏହି ଘଟଣାରେ ବିଜେପିର ଜଣେ ଜାତୀୟସ୍ତରର ନେତାଙ୍କ ସମ୍ପୃକ୍ତି ଥିବା ମଧ୍ୟ କହିଥିଲେ । ତେବେ ଆଜି ସମ୍ବଲପୁର ଠାରେ ବିଜେପି ରାଜ୍ୟ ଉପସଭାପତି ତଥା ରେଙ୍ଗାଲି ବିଧାୟକ ଏହାର ଜବାବ ରଖିଛନ୍ତି । ନବ ଦାସ ହତ୍ୟାକାଣ୍ଡ ଘଟଣାକୁ ୧୦ ଦିନ ବିତିଯାଇଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ କରି ସତ ବାହାର କରିବା ପରିବର୍ତ୍ତେ ପ୍ରମାଣ ନଷ୍ଟ କରିବାର କାମ କରୁଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ନାଉରୀ ନାଏକ ।

ସେ କହିଛନ୍ତି, "ସାମାଜିକ ଗଣମାଧ୍ୟମ ଓ ହାଟ ବଜାରରେ ଏହି ଘଟଣାରେ ସାଧରଣ ଲୋକେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାରୁ ରାଜ୍ୟର ବିଜେଡି ନେତାମାନେ ବିଜେପି ନେତାଙ୍କ ଉପରେ ଦୋଷଦେଇ ପ୍ରସଙ୍ଗଙ୍କୁ ଭିନ୍ନ ଦିଗକୁ ନେବା ପାଇଁ ଅପଚେଷ୍ଟା କରୁଛନ୍ତି । ନବ ଦାସଙ୍କ ମୃତ୍ୟୁ ଜଣେ ରାଜ୍ୟ ସରକାରଙ୍କ ପୋଲିସ କର୍ମଚାରୀଙ୍କ ହାତରେ ସରକାରୀ ବନ୍ଧୁକ ଓ ସରକାରୀ ଗୁଳିରେ ହୋଇଛି । ଏହା ସମସ୍ତଙ୍କୁ ଜଣା ।" ତେବେ ଜଣେ ସରକାରୀ କର୍ମଚାରୀଙ୍କୁ ବିରୋଧୀ ଦଳର ନେତା ପ୍ରଭାବିତ କରାଇ କିପରି ହତ୍ୟା କରାଇପାରିବ, ତାହାକୁ ଲୋକ କିପରି ବିଶ୍ବାସ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ନାଉରୀ କହିଛନ୍ତି, "ସ୍ବର୍ଗତ ନବ ଦାସ ବିଜେଡିରେ ଯୋଗ ଦେବାର କମ ଦିନ ଭିତରେ ବହୁତ ପ୍ରଭାବଶାଳୀ ହୋଇଯାଇଥିଲେ । ଦଳରେ ତାଙ୍କର ବୃଦ୍ଧି ପାଉଥିବା ପାତିଆରା ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଲା । ଅନ୍ୟପଟେ ଦଳ ମଧ୍ୟରେ କେହି ଯେମିତି ବିଦ୍ରୋହ ନକରୁ ଅଥବା ନିଜର ପାତିଆରା ବୃଦ୍ଧି ନକରୁ ସେହି ସନ୍ଦେଶ ଦେବା ପାଇଁ ଶାସକ ଦଳ ଏମିତି କାଣ୍ଡ କରିଥାଇପାରେ । ଜଣେ ରାଜ୍ୟ ସରକାରଙ୍କ ପ୍ରବକ୍ତା ଅନୁମାନ କରିକି ବୁଲେଇ ବଙ୍କେଇ କାହିଁକି କହୁଛନ୍ତି, ବରଂ ତଦନ୍ତ ରାଜ୍ୟ ସରକାରଙ୍କ ହାତରେ ଥିବାରୁ ସ୍ପଷ୍ଟ ଭାବେ କହିବା କଥା ।" ସିବିଆଇ ତଦନ୍ତ କରାଗଲେ ସବୁ ସତ୍ୟାସତ୍ୟ ଲୋକ ଲୋଚନକୁ ଆସିବ ବୋଲି କହିଛନ୍ତି ରେଙ୍ଗାଲି ବିଧାୟକ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.