ସମ୍ବଲପୁର: ଆସନ୍ତା 11 ତାରିଖରେ ସମ୍ବଲପୁର ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ଏନେଇ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ଆସନ୍ତା 11 ତାରିଖରେ ସମ୍ବଲପୁରରେ ବିଜେପି ତରଫରୁ ହେବାକୁ ଥିବା ସିଏଏ ଜନ ଜାଗରଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ସିଏଏ ଜନ ଜାଗରଣ କାର୍ଯ୍ୟକ୍ରମରେ ସମ୍ବଲପୁର 4 ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ହଜାର ହଜାର ଲୋକ ଯୋଗ ଦେବେ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଆସନ୍ତା 11 ତାରିଖରେ ସମ୍ବଲପୁର, ବାଳିବନ୍ଧା, ଭୁତାପଡା ଛକ, ଲକ୍ଷ୍ମୀ ଟକିଜ ଛକରୁ ଶୋଭାଯାତ୍ରା ବାହାରି ଗଙ୍ଗାଧର ମଣ୍ଡପ ପର୍ଯ୍ୟନ୍ତ ଯିବ ଓ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲୀ ବିଧାୟକ ନାଉରୀ ନାଏକ ଓ ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ