ETV Bharat / state

Sambalpur News: ସମ୍ବଲପୁରରେ ସମସ୍ତ ଆସନ ଜିତିବୁ: ବିଧାୟକ ସୁଶାନ୍ତ ସିଂ

author img

By ETV Bharat Odisha Team

Published : Oct 16, 2023, 10:28 PM IST

Updated : Oct 16, 2023, 10:58 PM IST

ଗତ 2019 ବିଧାନସଭା ନିର୍ବାଚନରେ ସମ୍ବଲପୁର ଜିଲ୍ଲାର 4ଟି ଆସନରୁ ବିଜେଡି 2ଟି ଆସନ ସମ୍ବଲପୁର ଓ ରେଙ୍ଗାଲି ହାରିବା ପରେ ଜିଲ୍ଲା ବିଜେଡି ଅସଂଗଠିତ ହୋଇ ରହିଥିଲା l ମୁଖ୍ୟତଃ ଦଳୀୟ କନ୍ଦଳ ଯୋଗୁଁ ଗତ ନିର୍ବାଚନରେ ବିଜେଡି ସମ୍ବଲପୁର ଓ ରେଙ୍ଗାଲି ଆସନ ହାରିଥିବା ନେଲେ ରାଜନୀତି ବିଶ୍ଳେଷକ କୁହନ୍ତି l ଅଧିକ ପଢନ୍ତୁ

Sambalpur News: ସମ୍ବଲପୁରରେ ସମସ୍ତ ଆସନ ଜିତିବୁ: ବିଧାୟକ  ସୁଶାନ୍ତ ସିଂ
Sambalpur News: ସମ୍ବଲପୁରରେ ସମସ୍ତ ଆସନ ଜିତିବୁ: ବିଧାୟକ ସୁଶାନ୍ତ ସିଂ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର 4 ଟି ଯାକ ବିଧାନସଭା ଆସନ ସହ ସମ୍ବଲପୁର ଲୋକସଭା ସିଟ ମଧ୍ୟ ଜିତିବାକୁ ଲକ୍ଷ୍ୟ ରଖିଛି ସମ୍ବଲପୁର ଜିଲ୍ଲା ବିଜେଡି l ଏଥିପାଇଁ ଯୋଜନା ପ୍ରସ୍ତୁତି ହୋଇଛି l ଏମିତି ଦୃଢୋକ୍ତି ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ l ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସମ୍ବଲପୁର ଆସିଥିବା ଅବସରରେ ସେ ଏହି ଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ସୁଶାନ୍ତ l ଗତ 2019 ନିର୍ବାଚନରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଓ ରେଢାଖୋଲରେ ବିଜେଡି ବିଜୟୀ ହୋଇଥିବା ବେଳେ, ରେଙ୍ଗାଲି ଓ ସମ୍ବଲପୁରରେ ବିଜେପି ବାଜିମାତ କରିଥିଲା l ତେବେ ଗତ ନିର୍ବାଚନରେ ସମନ୍ବୟ ଅଭାବ ଯୋଗୁଁ ଦଳ 2 ଟି ସିଟ ହାରିଥିବା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ସ୍ବୀକାର କରିଥିବା ବେଳେ ଏଥର କିନ୍ତୁ ସବୁ ତ୍ରୁଟି ସୁଧୁରା ଯାଇଛି । ଏଥର ସମ୍ବଲପୁର ଜିଲ୍ଲାର ସବୁ ସିଟ ବିଜେଡି ଜିତିବ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ l ସେପଟେ ରାଜ୍ୟ ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସ ମଧ୍ୟ ସୁଶାନ୍ତଙ୍କ ଉକ୍ତିକୁ ଦୋହରାଇଛନ୍ତି l

ଅଧିକ ପଢନ୍ତୁ- 2019 ଫ୍ଲୋର ମ୍ୟାନେଜମେଣ୍ଟ ଭୁଲଥିଲା: ସୁଶାନ୍ତ ସିଂ

ଗତ 2019 ବିଧାନସଭା ନିର୍ବାଚନରେ ସମ୍ବଲପୁର ଜିଲ୍ଲାର 4 ଟି ଆସନରୁ ବିଜେଡି 2 ଟି ଆସନ ସମ୍ବଲପୁର ଓ ରେଙ୍ଗାଲି ହାରିବା ପରେ ଜିଲ୍ଲା ବିଜେଡି ଅସଂଗଠିତ ହୋଇ ରହିଥିଲା l ମୁଖ୍ୟତଃ ଦଳୀୟ କନ୍ଦଳ ଯୋଗୁଁ ଗତ ନିର୍ବାଚନରେ ବିଜେଡି ସମ୍ବଲପୁର ଓ ରେଙ୍ଗାଲି ଆସନ ହାରିଥିବା ନେଲେ ରାଜନୀତି ବିଶ୍ଳେଷକ କୁହନ୍ତି l ଏଭଳି ସ୍ଥିତିରେ ଦଳ 4 ବର୍ଷ ଧରି ରହିଥିବା ବେଳେ ବର୍ତ୍ତମାନ କିଛି ମାସ ପୂର୍ବରୁ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଦାୟିତ୍ବ ପ୍ରଣବ ପ୍ରକାଶ ଦାସଙ୍କୁ ଦିଆଯାଇଥିଲା l ଆଗାମୀ ନିର୍ବାଚକୁ ଆଖି ଆଗରେ ରଖି ପ୍ରଣବ ପ୍ରକାଶ ଦାସ ଏଇ ଭିତରେ ଅନେକ ଥର ସମ୍ବଲପୁର ଜିଲ୍ଲା ଗସ୍ତ କରି ସ୍ଥାନୀୟ ନେତା ଓ ମନ୍ତ୍ରୀଙ୍କ ସହ ଆଲୋଚନା କରି ଦଳକୁ ସଂଗଠିତ କରିବାକୁ ଚେଷ୍ଟା କରିଛନ୍ତି l ସେପଟେ କିଛି ଦିନ ତଳେ ଜିଲ୍ଲା ବିଜେଡି ସଭାପତି ଭାବେ ରେଢାଖୋଲ ବିଧାୟକ ଇଂ ରୋହିତ ପୂଜାରୀଙ୍କୁ ଦାୟିତ୍ବ ଦିଆଯିବା ପରେ ସେ ଦଳୀୟ ସ୍ଥିତି କୁ ସୁଧାରିବାରେ କିଛିଟା ସଫଳ ହୋଇଛନ୍ତି l

ଏଭଳି ସ୍ଥିତିରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ‘‘ସମ୍ବଲପୁର ଜିଲ୍ଲାର 4 ଟି ଯାକ ବିଧାନସଭା ଆସନରେ ନିର୍ବାଚନ ପୂର୍ବରୁ କର୍ମୀ ମାନଙ୍କୁ 3 ଦିନିଆଁ ଟ୍ରେନିଂ ଦିଆଯାଇଛି l ଗତ ପଞ୍ଚାୟତ ନିର୍ବାଚନରେ ଏକଜୁଟ ହୋଇ ଲଢ଼ିଥିବାରୁ ବିଜେଡି ବିପୁଳ ବିଜୟ ହାସଲ କରିଛି l ଏହା ସହ ପଞ୍ଚାୟତ ନିର୍ବାଚନରେ ବିଜେଡିର ଭୋଟ ପ୍ରତିଶତ ବୃଦ୍ଧି ମଧ୍ୟ ପାଇଛି । ଆଗାମୀ ନିର୍ବାଚନରେ ଏହାର ପ୍ରଭାବ ନିଶ୍ଚୟ ରହିବ ବୋଲି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି l ଫଳରେ ଆଗାମୀ ନିର୍ବାଚନରେ ସମ୍ବଲପୁର ଜିଲ୍ଲାର 4 ଟି ଯାକ ଆସନ ବିଜେଡି ଜିତିବ ।

ଅନ୍ୟପଟେ ସମ୍ବଲପୁର ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସ କହିଛନ୍ତି ଯେ ବିଜେଡି ବର୍ଷ ତମାମ ଲୋକଙ୍କ ସହ ରହି ଲୋକଙ୍କ ସୁବିଧା ଅସୁବିଧା ବୁଝି ରାଜ୍ୟ ସରକାରଙ୍କ ଯୋଜନା ଓ ଅଞ୍ଚଳର ବିକାଶ ନେଇ ଲୋକଙ୍କୁ ସଚେତନ କରି ଆସୁଛି ତେଣୁ ବିଜେଡି ସବୁବେଳେ ପ୍ରସ୍ତୁତ l ତେଣୁ ଆଗାମୀ ନିର୍ବାଚନ ରେ ସାରା ରାଜ୍ୟରେ ବିଜେଡିର ବିପୁଳ ବିଜୟ ହେବାକୁ ଥିବା ବେଳେ ସମ୍ବଲପୁର ଜିଲ୍ଲାର 4ଟି ଯାକ ସିଟରେ ମଧ୍ୟ ବିଜେଡି ସହଜରେ ବିଜୟୀ ହେବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସ କହିଛନ୍ତି l

ଇଟିଭି ଭାରତ, ସମ୍ବଲପୁର

Last Updated : Oct 16, 2023, 10:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.