ETV Bharat / state

ହାଇଟେକ୍ ବସରେ ପ୍ରଚାର ଶେଷ କଲେ ବିଜେଡି ‘ବସ’ - finished

ଆଜି ହେଉଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନ । ପ୍ରଚାରର ଶେଷ ଦିନରେ ଦମ୍ଭ ଦେଖାଇଛି ବିଜେଡି। ଦଳ ନିଜର ମାରାଥନ ପ୍ରଚାର ଆରମ୍ଭ କରିବା ସହ ଦଳ ସୁପ୍ରିମୋ ନିଜ ପୂର୍ବ ଭାଷଣକୁ ଦୋହାରାଇବା ସହ ଶଙ୍ଖ ଚିହ୍ନକୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବାକୁ କହିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର
author img

By

Published : Apr 21, 2019, 1:49 PM IST

ସମ୍ବଲପୁର: ଆଜି ହେଉଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନ । ପ୍ରଚାରର ଶେଷ ଦିନରେ ଦମ୍ଭ ଦେଖାଇଛନ୍ତି ବିଜେଡି । ଦଳ ନିଜର ମାରାଥନ ପ୍ରଚାର ଆରମ୍ଭ କରିବା ସହ ଦଳ ସୁପ୍ରିମୋ ନିଜ ପୂର୍ବ ଭାଷଣକୁ ଦୋହାରାଇବା ସହ ଶଙ୍ଖ ଚିହ୍ନକୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବାକୁ କହିଛନ୍ତି ।

ତେବେ 23 ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ବିଜେଡିର ମଙ୍ଗ ଧରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ କୁଚିଣ୍ଡାର ମୁକୁନ୍ଦି ପଡ଼ିଆରେ ହୋଇଥିବ ବିଜେଡ଼ିର ଏକ ନିର୍ବାଚନୀ ପ୍ରଚାର ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏହାସହ ମୁଖ୍ୟମନ୍ତ୍ରୀ ସିଧାସଳଖ ୟୁ-ଟର୍ଣ୍ଣ ନେଇ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରିଛନ୍ତି । ନିର୍ବାଚନ ସମୟରେ ବିଜେପିର ନେତାମନ୍ତ୍ରୀଙ୍କ ଘନଘନ ଓଡିଶା ଗସ୍ତ,ଏହା ପୂର୍ବରୁ ଜଣେ ବି ନେତାଙ୍କ ଦେଖା ନାହିଁ । କେନ୍ଦ୍ର ସରକାର କୁଚକ୍ରାନ୍ତ କରି କାଳିଆ ଯୋଜନା ବନ୍ଦ କରିବାକୁ ପ୍ରୟାସ କରୁଛନ୍ତି । କିନ୍ତୁ ମୁଁ ଥିବା ପର୍ଯ୍ୟନ୍ତ ତାହା ହେବାକୁ ଦେବିନି ।

ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ କହିବା କଥା ହେଲା ରାଜ୍ୟ ସରକାରଙ୍କ ଯୋଜନା ଗୁଡିକୁ କେନ୍ଦ୍ର ବନ୍ଦ କରିବାକୁ ଯୋଜନା କରୁଛି । ଏହା ସହ ଅଗାମୀ ନିର୍ବାଚନରେ କେନ୍ଦ୍ର ସରକାର ଗଠନରେ ଆଞ୍ଚଳିକ ଦଳ ମାନଙ୍କ ଅଧିକ ଗୁରୁତ୍ବ ରହିବ ଓ ଓଡ଼ିଆକୁ ଏହା ସୁହାଇବ ବୋଲି ନବୀନ କହିଛନ୍ତି ।

ଏହି ନିର୍ବାଚନ ପ୍ରଚାର ସଭାରେ କୁଚିଣ୍ଡା ବିଧାୟକ ପ୍ରାର୍ଥୀ କିଶୋର ନାଏକ, ସମ୍ବଲପୁର ଲୋକସଭା ପ୍ରାର୍ଥୀ ନଳୀନିକାନ୍ତ ପ୍ରଧାନ, ବିଜେଡ଼ି ନେତା କିଶୋର ମହାନ୍ତି ,ମନ୍ତ୍ରୀ ଶୁଶାନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.