ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ବିଜେଡିର ରକ୍ତଦାନ ଶିବିର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ସମ୍ବଲପୁର ଜିଲ୍ଲା ସଦର ଡାକ୍ତରଖାନା ରକ୍ତ ଭଣ୍ଡାରରେ ଜିଲ୍ଲା ଯୁବ ବିଜେଡି ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : May 25, 2021, 10:41 PM IST

ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ବିଜେଡିର ରକ୍ତଦାନ ଶିବିର
ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ବିଜେଡିର ରକ୍ତଦାନ ଶିବିର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ରକ୍ତଭଣ୍ଡାରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ କୋଭିଡ କାଳରେ ଉତ୍କଟ ରକ୍ତ ଅଭାବ ଦେଖିବାକୁ ମିଳୁଛି । କୋଭିଡ ଭୟ ଏବଂ କଟକଣା ଯୋଗୁଁ ଏବେ ରକ୍ତ ଦାନ ଶିବିର ଆୟୋଜନରେ ଅନେକ ସମସ୍ୟା ଦେଖାଯାଉଛି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ସାରା ଓଡ଼ିଶାରେ କୋଭିଡ ସମୟରେ ଦେଖା ଦେଇଥିବା ରକ୍ତ ଅଭାବକୁ ଦୂର କରିବା ପାଇଁ ବିଭିନ୍ନ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜନ କରିବାର ନିର୍ଦ୍ଦେଶ କ୍ରମେ ଆଜି ସମ୍ବଲପୁର ବିଜୁ ଯୁବ ଜନତା ଦଳ ପକ୍ଷରୁ ଏହି ରକ୍ତ ଦାନ ଶିବିର ଆୟୋଜନ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ବର୍ତ୍ତମାନ ସବୁ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ରକ୍ତ ଅଭାବରେ ଯେମିତି କୌଣସି ଗୋଟିଏ ବି ବ୍ୟକ୍ତିର ଜୀବନ ହାନି ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଇଛି । ଏହି କ୍ରମରେ ଆଜି ସମ୍ବଲପୁର ଜିଲ୍ଲା ସଦର ଡାକ୍ତରଖାନା ରକ୍ତ ଭଣ୍ଡାରରେ ଜିଲ୍ଲା ଯୁବ ବିଜେଡି ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି । ବର୍ତ୍ତମାନ ସ୍ଥିତିରେ ସମ୍ବଲପୁର ରେ କରୋନା ସଂକ୍ରମଣ ଯୋଗୁଁ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଯୋଗୁଁ ଡାକ୍ତରଖାନାକୁ ଆସୁଥିବା ରୋଗୀ ମାନେ ରକ୍ତ ଅଭାବ ଯୋଗୁଁ ଚିକିତ୍ସା ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଥିପାଇଁ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ସମ୍ବଲପୁର ଯୁବ ବିଜେଡ଼ି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ରଙ୍କ ନେତୃତ୍ଵରେ ହୋଇଥିବା ଏହି ରକ୍ତଦାନ ଶିବିରରେ ୨୧ ଜଣ ରକ୍ତଦାତା ରକ୍ତଦାନ କରିଥିଲେ ।

ଏହି ରକ୍ତଦାନ ଶିବିରରେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ରାଜ୍ୟ ଯୁବ ବିଜେଡ଼ି ପୂର୍ବତନ କାର୍ଯ୍ୟକାରୀ ସଭାପତି ସଞ୍ଜିତ୍ ମହାନ୍ତି, ଛାତ୍ର ବିଜେଡ଼ି ସମ୍ବଲପୁର ଜୋନ୍ ସଭାପତି ମିଳନ ହୋତା, ଜିଲ୍ଲା ଉପ ସଭାପତି କିଶୋର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଅନୁଜ ଜେନା, ଆଇଟି ସେଲ ସଂଯୋଜକ ଚିତ୍ତରଞ୍ଜନ ରାଉଳ, ସମ୍ପାଦକ ମଞ୍ଜୁ ଓରାମ୍ ପ୍ରମୂଖ ସାମିଲ ହୋଇଥିଲେ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.