ETV Bharat / state

Jharsuguda bypoll: ବିଜେଡି ଫୋକସ୍‌ରେ ଲାଇକେରା ଭୋଟର, ଚାଲିଛି ଜୋରଦାର ପ୍ରଚାର

author img

By

Published : May 6, 2023, 12:13 PM IST

ଲାଇକେରା ବ୍ଲକରେ ଜୋରଦାର ପ୍ରଚାର କରୁଛି ବିଜେଡି । ଝାରସୁଗୁଡା ନିର୍ବାଚନରେ ଗୁରୁତ୍ବ ରଖୁଥିବା ଏହି ଅଞ୍ଚଳରେ ପ୍ରଚାର ମଙ୍ଗ ଧରିଛନ୍ତି ଦିବ୍ୟ ଶଙ୍କର ମିଶ୍ର ଓ ପ୍ରତାପ ଦେବ । ଅଧିକ ପଢନ୍ତୁ

ଲାଇକେରା ବ୍ଲକରେ ଜୋରଦାର ପ୍ରଚାର କରୁଛି ବିଜେଡି

ଲାଇକେରା ବ୍ଲକରେ ଜୋରଦାର ପ୍ରଚାର କରୁଛି ବିଜେ

ସମ୍ବଲପୁର: ତିନି ଦିନ ପରେ ଝାରସୁଗୁଡା ଉପନିର୍ବାଚନ । ଏଥିପାଇଁ ଝାରସୁଗୁଡାରେ ବର୍ତ୍ତମାନ ରାଜନୈତିକ ଉଷ୍ଣତା ଚରମ ସୀମାରେ ପହଞ୍ଚିଛି l ଝାରସୁଗୁଡା ଜିଲ୍ଲାର ଲାଇକେରା ବ୍ଲକରେ ଜମୁଛି ବିଜେଡିର ପ୍ରଚାର । ଝାରସୁଗୁଡା ନିର୍ବାଚନରେ ଅଧିକ ଗୁରୁତ୍ବ ରଖୁଥିବା ଲାଇକେରାରେ ପ୍ରଚାର ଜୋରସୋରରେ ଜାରି ରହିଛି । ଏହି ବ୍ଲକଟି ଆଦିବାସୀ ଅଧ୍ୟୁଷିତ ହୋଇଥିବା ବେଳେ ତତ୍କାଳୀନ ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କ ସମୟରେ ଏହା ଏକ ବିଧାନସଭା ନିର୍ବାଚନ ମଣ୍ଡଳୀ ଥିଲା । ସେତେବେଳେ ଏହି ଅଞ୍ଚଳ କଂଗ୍ରେସର ଅଭେଦ୍ୟ ଦୁର୍ଗ ଭାବେ ପରିଗଣିତ ହେଉଥିଲା । 2009 ପରେ ଲାଇକେରା ବିଧାନସଭା ନିର୍ବାଚନ ମଣ୍ଡଳୀ ଝାରସୁଗୁଡାରେ ମିଶ୍ରଣ ହେବା ପରେ ଝାରସୁଗୁଡାର କଂଗ୍ରେସ ପ୍ରାର୍ଥୀ ହୋଇଥିବା ନବ ଦାସ ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀଙ୍କ ସହ ଭଲ ତାଳମେଳ ରକ୍ଷା କରି ଏହି ଗଡକୁ ଆହୁରି ମଜବୁତ କରିଥିଲେ ।

ଏହାସହ 2009 ଓ 2014ରେ ନବ ଦାସ ଭଲ ବ୍ୟବଧାନରେ କଂଗ୍ରେସରୁ ବିଜୟୀ ହୋଇଥିଲେ । ତେବେ 2019ରେ ନବ ଦାସ ଶଙ୍ଖ ଧରିବା ପରେ ନିଜ ସାଂଗଠନିକ ଦକ୍ଷତା ଯୋଗୁଁ ସ୍ଥାନୀୟ କଂଗ୍ରେସ କର୍ମୀଙ୍କୁ ନେଇ ବିଜେଡି ଟିକେଟରୁ ପୁଣି ବିଧାୟକ ହୋଇ ପାରିଥିଲେ l ସେହିଦିନ ଠାରୁ ଲାଇକେରା ବ୍ଲକ ଏବେ ବିଜେଡିର ଗଡ଼ ହୋଇରହିଛି l ସବୁଠାରୁ ବଡ଼ କଥା ହେଲା ଲାଇକେରା ବ୍ଲକରେ ବିଜେଡି ଭଲ ବ୍ୟବଧାନରେ ଆଗୁଆ ରହିବା ସହ ଝାରସୁଗୁଡା ବିଜୟରେ ଲାଇକେରା ବ୍ଲକର ବଡ଼ ଅବଦାନ ରହିଆସୁଛି l ତେଣୁ ବର୍ତ୍ତମାନ ନବଙ୍କ ଅବର୍ତ୍ତମାନରେ ଲାଇକେରାର ଗୁରୁତ୍ବକୁ ଦୃଷ୍ଟିରେ ଆଗରେ ରଖି ଶାସକ ବିଜେଡି ଜୋରସୋରରେ ପ୍ରଚାର କରୁଛି l

ଲାଇକେରା ବ୍ଲକ ପାଇଁ ବିଜେଡିର ପ୍ରତାପ ଦେବ ଓ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ପ୍ରଚାର ମଙ୍ଗ ଧରିଛନ୍ତି l ପ୍ରତାପ ଦେବ, ଦିବ୍ୟଶଙ୍କର ମିଶ୍ର, ମଙ୍ଗଳା କିସାନ ପ୍ରମୁଖ ସ୍ଥାନୀୟ ନେତା ଓ କର୍ମୀଙ୍କ ସହ ମିଶି ନବଙ୍କ ବିକାଶ ମଡେଲ ଓ ନବୀନଙ୍କ ସ୍ବଚ୍ଛ ଭାବମୂର୍ତ୍ତିକୁ ମୁଦ୍ଦା କରି ଲୋକଙ୍କୁ ଭୋଟ ମାଗୁଛନ୍ତି l ଅନ୍ୟପଟେ ନବଙ୍କ ଅବର୍ତ୍ତମାନରେ ଦିପାଳୀଙ୍କ ପ୍ରତି ଲୋକଙ୍କ ସହାନୁଭୂତି ବିଜେଡିକୁ ଫ୍ରଣ୍ଟ ଫୁଟରେ ରଖିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି l

ସୂଚନାଯୋଗ୍ୟ, ଲାଇକେରା ବ୍ଲକରେ ମୋଟ 39,703 ଭୋଟର ରହିଛନ୍ତି । ଏଥିରୁ 19834 ଜଣ ପୁରୁଷ, 19867 ମହିଳା ଓ ଅନ୍ୟାନ୍ୟ 2ଜଣ ଏବଂ 246 ଜଣ ସର୍ଭିସ ଭୋଟର ଅଛନ୍ତି l ଏହି ବ୍ଲକରେ 52ଟି ବୁଥ ରହିଛି l ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ବ୍ଲ କଗୁଡିକ ମଧ୍ୟରେ ଲାଇକେରା ବ୍ଲକରେ ସର୍ବାଧିକ ଭୋଟର ରହିଥିବାରୁ ନିର୍ବାଚନରେ ଏହାର ଗୁରୁତ୍ବ ମଧ୍ୟ ଅଧିକ ରହିଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.